ETV Bharat / politics

ବିଧାନସଭାରେ ସ୍ବାଧିକାର ଭଙ୍ଗ ଝଡ଼: ଜିଦରେ ଅଟଳ କଂଗ୍ରେସ, ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ପେପର - Ruckus in Odisha Assembly

author img

By ETV Bharat Odisha Team

Published : Jul 29, 2024, 7:20 PM IST

MLA Tara Bahinipati threw paper at Speaker: ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନରେ କମ୍ପିଲା ଗୃହ । ସବୁ ସୀମା ଟପି ବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିଲେ ବରିଷ୍ଠ କଂଗ୍ରେସ ବିଧାୟକ ତାରା ବାହିନୀପତି । ଅଧିକ ପଢନ୍ତୁ

MLA Tara Bahinipati
MLA Tara Bahinipati (ETV Bharat Odisha)

ଭୁବନେଶ୍ବର: ସପ୍ତଦଶ ବିଧାନସଭା ଅଧିବେଶନର ଷଷ୍ଠ ଦିନରେ ହୋହଲ୍ଲାରେ କମ୍ପିଲା ଗୃହ । ଶାଳୀନତାର ସୀମା ଟପିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତି ସୁରମା ପାଢୀଙ୍କ ଉପରକୁ ପେପର ଫୋପାଡ଼ିଲେ ତାରା । ମୁଖ୍ୟମନ୍ତ୍ରୀଙ୍କ ଉପରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବକୁ ଆଲୋଚନା କରାଯାଉ ଦାବି କରି କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲା ଜାରି ରଖିଛନ୍ତି । ଆଜି ଗୃହରେ ବଜେଟ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ହେଉଥିବା ସମୟରେ ଏପରି ସ୍ଥିତି ଉପୁଜିଥିଲା । ଅନ୍ୟପଟେ ଅଭିଯୋଗ ଉପରେ ସ୍ପଷ୍ଟୀକରଣ ରଖିଛନ୍ତି ତାରା । ବାଚସ୍ପତିଙ୍କ ପ୍ରତି ଆମର ସମ୍ମାନ ଅଛି । ହେଲେ ବାଚସ୍ପତି ତଳୁ ଯାହା ନିର୍ଦ୍ଦେଶ ଆସୁଛି ସେୟା କରୁଛନ୍ତି ।

ପ୍ରତିକ୍ରିୟା ରଖିଲେ ତାରା (ETV Bharat Odisha)

ବାଚସ୍ପତିଙ୍କ ଉପରକୁ ଫୋପାଡିଲେ ପେପର:

ବଜେଟ ଅଧିବେଶନ ଆଲୋଚନା ବେଳେ କଂଗ୍ରେସ ବିଧାୟକମାନେ ନିଜ ଜିଦରେ ଅଡ଼ି ବସିଥିଲେ । ବାଚସ୍ପତି ବୁଝେଇବା ପାଇଁ ସତ ଚେଷ୍ଟା କରି ବିଫଳ ହେବା ପରେ ବାଚସ୍ପତି ଛିଡା ହୋଇ କହିଥିଲେ 'I am on my leg ।' ତଥାପି ନଛୋଡ ବନ୍ଧା କଂଗ୍ରେସ ସଦସ୍ୟ ପ୍ରତିବାଦ କରି ବାଚସ୍ପତି ପ୍ରେଭିଲେଜ ମୋସନ ଆଲୋଚନା ପାଇଁ ଦାବି କରିଥିଲେ । ଏହାପରେ ବିଧାୟକ ତାରା ବାହିନୀପତି ପୋଡିୟମ ଉପରକୁ ଉଠି ବାଚସ୍ପତିଙ୍କ ଉପରକୁ କିଛି ପେପର ଫୋଫାଡିଥିଲେ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କଂଗ୍ରେସ ସଦସ୍ୟମାନଙ୍କୁ ସିଟରେ ବସିବା ପାଇଁ ନିବେଦନ କରିଥିଲେ । ବିଜେପି ବିଧାୟକ ଭାସ୍କର ମଢେଇ ପୋଡିୟମ ପାଖକୁ ଆସି କଂଗ୍ରେସ ସଦସ୍ୟମାନଙ୍କୁ ବୁଝାସୁଝା କରିଥିଲେ । ହେଲେ କଂଗ୍ରେସ ସଦସ୍ୟମାନେ ବୁଝି ନଥିଲେ । ପରେ ନିଜ ନିଜ ସ୍ଥାନକୁ ଯାଇ ଛିଡା ହୋଇଥିଲେ ।

ଜିଦରେ ଅଟଳ କଂଗ୍ରେସ
ଜିଦରେ ଅଟଳ କଂଗ୍ରେସ (ETV Bharat Odisha)

କକ୍ଷ ତ୍ୟାଗ କଲା କଂଗ୍ରେସ:-

କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡାମ ନିଜର ବକ୍ତବ୍ୟ ରଖିଥିଲେ, ପ୍ରଥମ ଦିନରୁ କଂଗ୍ରେସକୁ ଅଣଦେଖା କରାଯାଉଛି । ସମାନ ଦୃଷ୍ଟି ଦିଆଯାଉନାହିଁ । କହିବାକୁ ଇଚ୍ଛା କଲେ କଣ୍ଠରୋଧ କରାଯାଉଛି । ବିଧାୟକ ଦଳ ନେତା କହିବା ପରେ କଂବ୍ରେସ ବିଧାୟକମାନେ କକ୍ଷ ତ୍ୟାଗ କରିଛନ୍ତି ।

ପୂର୍ବରୁ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢ଼ିଥିଲେ ତାରା:-

ମୁଖ୍ୟମନ୍ତ୍ରୀଙ୍କ ଉପରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବକୁ ଆଲୋଚନା ଦାବି କରି କଂଗ୍ରେସ ବିଧାୟକମାନେ ଗୃହରେ ହୋହଲ୍ଲା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପ୍ରିଭିଲେଜ ମୋସନ ଆମର ଦାବି । ବାଚସ୍ପତି ଆମର ଦାବି ମାନି ନିଅ ବୋଲି ସ୍ଲୋଗାନ ଦେଇଥିଲେ କଂଗ୍ରେସ ସଦସ୍ୟମାନେ । ବରିଷ୍ଠ ବିଧାୟକ ତାରା ବାହିନୀପତି ବାଚସ୍ପତିଙ୍କ ପୋଡିୟମ ମାଇକ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ହୋହଲ୍ଲାରେ କମ୍ପିଥିଲା ଗୃହ । ବାଚସ୍ପତି ଗୃହକୁ ସ୍ବାଭାବିକ କରିବାକୁ ଅନୁରୋଧ କଲେ ବିଜେଡି ସଦସ୍ୟ ନିରଞ୍ଜନ ପୂଜାରୀ । ସେପଟେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ବାଚସ୍ପତିଙ୍କୁ ସେସନକୁ ଆଗକୁ ନେବାକୁ ଅନୁରୋଧ କରିଥିଲେ । ତଥାପି କଂଗ୍ରେସ ସଦସ୍ୟମାନେ ଜିଦରେ ଅଟଳ ରହି ହୋହଲ୍ଲା କରିଥିଲେ । ଏହାପରେ ବାଚସ୍ପତି ଗୃହକୁ 30ମିନିଟ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ତାରା ବାଚସ୍ପତିଙ୍କ ଉପରକୁ ପେପର ଫିଙ୍ଗିଥିଲେ ।

'ତଳୁ ଯାହା ନିର୍ଦ୍ଦେଶ ଆସୁଛି, ବାଚସ୍ପତି ସେୟା କରୁଛନ୍ତି'

ତାରା ସ୍ପଷ୍ଟୀକରଣ ରଖି କହିଛନ୍ତି, "ଆମେ ମହିଳାଙ୍କୁ ଅସମ୍ମାନ କରିନୁ । ବାଚସ୍ପତି ସର୍ବଦା ନିର୍ଦ୍ଦଳୀୟ ହେବା ଉଚିତ । ବିଜେଡି ସମୟରେ ଯେମିତି ବାଚସ୍ପତି ମନ୍ତ୍ରୀଙ୍କୁ ଦେଖୁଥିଲେ, ତଳୁ ଯାହା ନିର୍ଦ୍ଦେଶ ଯାଉଥିଲା ତାହା କରୁଥିଲେ । ଆଜି ବି ମଧ୍ୟ ଏହା ପ୍ରମାଣିତ ହୋଇଛି । ଆଜି ବାଚସ୍ପତିଙ୍କ ପିଏ ବାରମ୍ବାର ତଳକୁ ୟାଉଥିଲେ, ମନ୍ତ୍ରୀ ଯାହା କହୁଥିଲେ ବାଚସ୍ପତି ମହୋଦୟା ସେୟା କରୁଥିଲେ । ଆମର ଗଣତନ୍ତ୍ରରେ କହିବାର ଅଧିକାର ଅଛି, ଆମେ କହିଲୁ । ସେମାନେ ସମ୍ମାନ କଥା କହୁଛନ୍ତି, ରାଜ୍ୟପାଳଙ୍କ ଭବନରେ ଯାହା କଲେ ସମସ୍ତେ ଦେଖିଲେ । ଓଡ଼ିଆ ଅସ୍ମିତା କଥା କହି ଆସିଥିଲେ, ହେଲେ ଓଡ଼ିଆ ପୁଅକୁ ମାରିଲେ ।"

ଏହା ବି ପଢନ୍ତୁ- ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ୍‌ ଆଣିଲା କଂଗ୍ରେସ: ବିଜେଡି କହିଲା ଭୁଲ କରିଛନ୍ତି ନୂଆ ସରକାର, କ୍ଷମା ମାଗନ୍ତୁ

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.