ETV Bharat / sports

ଚମକିଲେ ହରମନପ୍ରୀତ; ହକିରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ୍‌ ଡ୍ର' - Paris Olympics 2024

author img

By ETV Bharat Sports Team

Published : Jul 29, 2024, 6:42 PM IST

Paris Olympics 2024 Hockey: ପ୍ୟାରିସ୍‌ ଅଲିମ୍ପିକ୍ସ 2024ରେ ପୁଣି ଚମକିଲା ଭାରତୀୟ ହକି ଦଳ । ଆର୍ଜେଣ୍ଟିନା ବିପକ୍ଷ କଡ଼ା ମୁକାବିଲା 1-1ରେ ଡ୍ର' । ଅଧିକ ପଢ଼ନ୍ତୁ

Paris Olympics 2024 Hockey
Paris Olympics 2024 Hockey (AP Photos)

ପ୍ୟାରିସ (ଫ୍ରାନ୍ସ): ପ୍ୟାରିସ୍‌ ଅଲିମ୍ପିକ୍ସ 2024ର ଦ୍ବିତୀୟ ଗ୍ରୁପ୍‌ ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ପୁରୁଷ ହକି ଦଳ ଚମତ୍କାର ପ୍ରଦର୍ଶନ କରିଛି । ସୋମବାର ଏକ କଡ଼ା ମୁକାବିଲାରେ ହରମନପ୍ରୀତ ସିଂହଙ୍କ ନେତୃତ୍ବାଧିନ ଭାରତୀୟ ଦଳ ଆର୍ଜେଣ୍ଟିନା ସହ 1-1 ସ୍କୋରରେ ମ୍ୟାଚ୍‌ ଡ୍ର' ରଖିଛି । ଆର୍ଜେଣ୍ଟିନା ପାଇଁ ଲୁକାସ୍ ମାର୍ଟିନେଜ୍ 22ତମ ମିନିଟ୍‌ରେ ଏକମାତ୍ର ଗୋଲ୍ ସ୍କୋର କରିଥିଲେ । ଅନ୍ୟପଟେ ମ୍ୟାଚ୍‌ ଶେଷ ହେବାର ମାତ୍ର ଗୋଟିଏ ମିନିଟ ପୂର୍ବରୁ ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍କୋରକୁ 1-1ରେ ବରାବର କରିଥିଲେ ।

ଆର୍ଜେଣ୍ଟିନା ଦ୍ବିତୀୟ କ୍ବାର୍ଟରରେ ଦେଇଥିଲା ପ୍ରଥମ ଗୋଲ:-

ଭାରତ ଆକ୍ରମଣାତ୍ମକ ଢ଼ଙ୍ଗରେ ମ୍ୟାଚ୍ ଆରମ୍ଭ କରିଥିଲା । ପ୍ରଥମ କ୍ବାର୍ଟରରେ ଉଭୟ ଦଳ ଗୋଲ ସ୍କୋର କରିବାର ଅନେକ ସୁଯୋଗ ପାଇଥିଲେ । କିନ୍ତୁ, ଉଭୟ ଦଳ ଗୋଟିଏ ବି ଗୋଲ କରିବାରେ ବିଫଳ ହୋଇଥିଲେ । ଫଳସ୍ୱରୂପ, ପ୍ରଥମ କ୍ବାର୍ଟର ଗୋଲହୀନ ରହିଥିଲା । ଦ୍ବିତୀୟ କ୍ୱାର୍ଟରରେ ଭାରତୀୟ ଖେଳାଳିମାନେ ଅନେକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ଗୋଲ ସ୍କୋର କରିପାରିନଥିଲେ । ତା'ପରେ, 22ତମ ମିନିଟରେ ଆର୍ଜେଣ୍ଟିନାର ଲୁକାସ ମାର୍ଟିନେଜଙ୍କ ଚମତ୍କାର ଗୋଲ ଯୋଗୁଁ ଆର୍ଜେଣ୍ଟିନା ହାଫ୍‌-ଟାଇମ୍‌ରେ ଭାରତଠାରୁ 1-0 ଗୋଲରେ ଆଗୁଆ ହୋଇଯାଇଥିଲା ।

ତୃତୀୟ କ୍ବାର୍ଟରରେ କଡ଼ା ଫାଇଟ୍‌:-

ମ୍ୟାଚ୍‌ର ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତ ଆକ୍ରମଣାତ୍ମକ ଆରମ୍ଭ କରିଥିଲା । 33ତମ ମିନିଟରେ ଭାରତର ସୁଖଜିତ୍ ଏକ ବିସ୍ଫୋରକ ସଟ୍‌ ମାରିଥିଲେ । କିନ୍ତୁ ଆର୍ଜେଣ୍ଟିନା ଗୋଲକିପର ଏକ ଚମତ୍କାର ସେଭ୍ କରି ଦଳକୁ ଗୋଲରୁ ରକ୍ଷା କରିଥିଲେ । ତୃତୀୟ କ୍ବାର୍ଟରରେ ଭାରତୀୟ ଖେଳାଳି ଅନେକ କାଉଣ୍ଟର ଆଟାକ୍ କରିଥିଲେ ମଧ୍ୟ ଆର୍ଜେଣ୍ଟିନା ଖେଳାଳିଙ୍କୁ ଭେଦ କରିବାରେ ବିଫଳ ହୋଇଥିଲେ । 38ତମ ମିନିଟରେ ଆର୍ଜେଣ୍ଟିନା ପୁଣି ଏକ ପେନାଲ୍ଟି ଷ୍ଟ୍ରୋକ୍ ପାଇଲା, ହେଲେ ଏହାକୁ ସେମାନେ ଗୋଲରେ ପରିଣତ କରିବାରେ ବିଫଳ ହୋଇଥିଲେ ।

ହରମନପ୍ରୀତ ସିଂହଙ୍କ ଦମଦାର ଗୋଲ:-

22ତମ ମିନିଟ୍‌ରେ ଆର୍ଜେଣ୍ଟିନା ପକ୍ଷରୁ ଗୋଲ ସ୍କୋର ହେବା ପରେ ଶେଷ ପର୍ଯ୍ୟନ୍ତ ଭାରତ ଗୋଟିଏ ମଧ୍ୟ ଗୋଲ କରିବାରେ ଅସଫଳ ରହିଥିଲା । ଯଦିଓ ଭାରତୀୟ ଖେଳାଳି ଅନ୍ୟ କୌଣସି ଭୁଲ କରିନଥିଲେ, ହେଲେ ଗୋଟିଏ ଗୋଲରେ ପଛୁଆ ଥିବାରୁ ଗୋଟିଏ ସମୟରେ ଭାରତ ପରାଜୟ ଆଡ଼କୁ ଯାଉଥିବା ଭଳି ମନେ ହେଉଥିଲା । ଚତୁର୍ଥ, ଅର୍ଥାତ ଶେଷ କ୍ବାର୍ଟରର ଶେଷରେ ଆର୍ଜେଣ୍ଟିନା 1-0ରେ ଆଗୁଆ ରହିଥିଲା । କିନ୍ତୁ, 59ତମ ମିନିଟରେ ଭାରତ ପାଇଥିବା ପେନାଲ୍ଟି କର୍ଣ୍ଣର ଆଶାର କିରଣ ଆଣିଥିଲା । ଭାରତୀୟ ଅଧିନାୟକ ହରମନପ୍ରୀତ ସିଂହ ଏଠାରେ କୌଣସି ଭୁଲ କରିନଥିଲେ ଏବଂ ବଲକୁ ଗୋଲ ପୋଷ୍ଟରେ ପହଞ୍ଚାଇ ସ୍କୋରକୁ 1-1ରେ ବରାବର କରିଥିଲେ। ଏହି ଡ୍ର' ସହିତ ପୁଲ୍-'ବି'ରେ ଭାରତ ତୃତୀୟ ସ୍ଥାନରେ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ...ଅଳ୍ପକେ ହାତରୁ ଖସିଗଲା ମେଡାଲ; 4ର୍ଥ ସ୍ଥାନରେ ଅର୍ଜୁନ ବାବୁତାଙ୍କ ଅଭିଯାନ ଶେଷ - Paris Olympics 2024

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.