ETV Bharat / opinion

ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ୍ୟ ଅଧିନିୟମ: ତିନି ନୂଆ ଅପରାଧିକ ଆଇନର ଅବଲୋକନ - NEW CRIMINAL LAW IN INDIA

author img

By ETV Bharat Odisha Team

Published : Jul 29, 2024, 6:21 PM IST

BNS, BNSS, BSA: କ’ଣ ଥିଲା ଏହି ନୂଆ ନିୟମର ଆବଶ୍ୟକତା । ପରିବର୍ତ୍ତନ କେତେ ଯଥାର୍ଥ ଓ ପ୍ରଭାବୀ । କ’ଣ ରହିଛି ଲାଭ ଓ କେଉଁ ପ୍ରକ୍ରିୟାରେ ଏବେବି ଅସ୍ପଷ୍ଟ କିଛି ନିୟମଖଣ୍ଡ । ପଢନ୍ତୁ ସର୍ବୋଚ୍ଚକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ମଦନ ଲୋକୁରଙ୍କ ଆଲେଖ୍ୟ । ଅଧିକ ପଢନ୍ତୁ

ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ ଅଧିନିୟମ: ତିନି ନୂଆ ଅପରାଧିକ ଆଇନର ଅବଲୋକନ
ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଓ ସାକ୍ଷ ଅଧିନିୟମ: ତିନି ନୂଆ ଅପରାଧିକ ଆଇନର ଅବଲୋକନ (ETV Bharat Odisha)

ଆଲେଖ୍ୟ:- ଜଷ୍ଟିସ ମଦନ ଲୋକୁର

ନୂଆଦିଲ୍ଲୀ: ଅପରାଧିକ ନ୍ୟାୟ ପ୍ରଶାସନ ସହ ଜଡିତ ତିନୋଟି ନୂତନ ନିୟମ ଚଳିତବର୍ଷ (2024) ଜୁଲାଇ ପହିଲାରୁ ସମଗ୍ର ଦେଶରେ କାର୍ଯ୍ୟକାରୀ ହୋଇ ସାରିଛି । ଏହି ତିନୋଟି ନିୟମ ଦୀର୍ଘ ସମୟ ଧରି ଚର୍ଚ୍ଚା ଓ ବିତର୍କର ବିଷୟ ପାଲଟିଛି । ବରିଷ୍ଠ ଭାରତୀୟ ବିଚାରପତି ଜଷ୍ଟିସ ମଦନ ଲୋକୁର ଏହି ତିନୋଟି ଅପରାଧିକ ନିୟମ ବିଷୟରେ ବିସ୍ତୃତ ଭାବେ ଭିନ୍ନ ଦୃଷ୍ଟିକୋଣ ସହ ବର୍ଣ୍ଣନା କରିଛନ୍ତି । ଭାରତୀୟ ନ୍ୟାୟ ସଂହିତା (ବିଏନଏସ), ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନଏସଏସ) ଏବଂ ଭାରତୀୟ ସାକ୍ଷ୍ୟ ଆଇନ (ବିଏସଏ) ବିଷୟରେ କେତୋଟି ଭିନ୍ନ କଥା ଉଲ୍ଲେଖ କରିଛନ୍ତି ଜଷ୍ଟିସ ଲୋକୁର । ଏହି ତିନୋଟି ନିୟମ ବ୍ରିଟିଶ ଅମଳରୁ ଦେଶରେ ପ୍ରଚଳିତ ଥିବା ତିନି ମୁଖ୍ୟ ଅପରାଧିକ ଆଇନର ପରିବର୍ତ୍ତିତ ସ୍ଥାନ ନେଇଛି ।

ଜଷ୍ଟିସ ଲୋକୁର କହିଛନ୍ତି ଯେ ଏହି ଆଇନର ପ୍ରଭାବକୁ ଏକ କ୍ଷୁଦ୍ର ପ୍ରାସଙ୍ଗିକତା ସହ ଆଲୋଚନା କରାଯାଇପାରିବ ନାହିଁ । ତେଣୁ, ସେ ଏହି ନିୟମର କେବଳ କେତେକ ଦିଗ ଉପରେ ଆଲୋଚନା କରିବାକୁ ଚାହାଁନ୍ତି । ତେବେ ଜୁଲାଇ ପହିଲାରୁ ଲାଗୁ ହୋଇଥିବା ଆଇନ୍‌ ସମ୍ପର୍କରେ ସେ କହିଛନ୍ତି ଯେ, ସେଥିମଧ୍ୟରୁ କିଛି ବିଚିତ୍ର, କିଛି ଭଲ ଏବଂ କେତେକ କ୍ଷେତ୍ରର ବ୍ୟାପକ ପରିବର୍ତ୍ତନର ପ୍ରତିଫଳନ ହୋଇଛି ।

BNS ସମ୍ପର୍କରେ କ’ଣ ନୂଆ ?

ଜଷ୍ଟିସ ମଦନ ଲୋକୁର କହିଛନ୍ତି, ଔପନିବେଶିକ ମାନସିକତାରୁ ମୁକ୍ତି ପାଇବା ଏହି ଆଇନର ଉଦ୍ଦେଶ୍ୟ ଥିଲା, କିନ୍ତୁ ‘ବିଏନଏସ’ର ପ୍ରାୟ 90 ପ୍ରତିଶତ ପୂର୍ବ ନିୟମର ‘କଟ ଏବଂ ପେଷ୍ଟ’ ପରି ହୋଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ଆଇପିସି’ର ମୌଳିକ ଢାଞ୍ଚା ବଜାୟ ରଖି ଏଥିରେ ଆବଶ୍ୟକ ସଂଶୋଧନ କରାଯାଇ ପାରିଥାନ୍ତା । ଔପନିବେଶିକ ନିୟମ ରହିଥିବା ଧାରା ଗୁଡିକ ମଧ୍ୟରୁ କିଛିକୁ ପୁନଃପ୍ରଣୟନ କରିବାର କୌଣସି ଆବଶ୍ୟକତା ନଥିଲା । ଏପରି ସ୍ଥଳେ ଭାରତୀୟ ନ୍ୟାୟ ସଂହିତା ‘ବିଏନ୍ଏସ’ ନୂଆ ବୋତଲରେ ପୁରୁଣା ମଦ ଛଡା ଆଉ କିଛି ନୁହେଁ ବୋଲି ତାଙ୍କର ହୃଦବୋଧ ହୁଏ ।

ଜଷ୍ଟିସ ଲୋକୁର କହିଛନ୍ତି ଯେ ‘ଆଇପିସି’ର ସବୁଠାରୁ ଅଧିକ ଅପବ୍ୟବହାର ହୋଇଥିବା ଧାରା ମଧ୍ୟରୁ ଗୋଟିଏ ହେଉଛି ଦେଶଦ୍ରୋହ ଧାରା । ସବିଶେଷ ବର୍ଣ୍ଣନା କରି ଜଷ୍ଟିସ କହିଛନ୍ତି ଯେ ଟୁଇଟ୍ ପାଇଁ ଯୁବକମାନଙ୍କୁ ଗିରଫ କରାଯାଇଛି, ଏହା ଏହାର ଏକ ଉଦାହରଣ । କିଛି ମାସ ପୂର୍ବରୁ ସୁପ୍ରିମକୋର୍ଟ ଏବଂ ଦେଶକୁ ଏହି ଉପନିବେଶ ବ୍ୟବସ୍ଥାକୁ ଖଣ୍ଡନ କରାଯିବ ବୋଲି କୁହାଯାଇଥିଲା । କିନ୍ତୁ ବର୍ତ୍ତମାନ ଏହାର ବିପରୀତ ଘଟଣା ଘଟିବାରେ ଲାଗିଛି । ନୂତନ ବ୍ୟବସ୍ଥା ଅନୁସାରେ (ଧାରା 152 (BNS) ହେଉଛି ଦେଶଦ୍ରୋହର ପରବର୍ତ୍ତିତ ଆଇନ୍‌ । ବର୍ତ୍ତମାନ ଅଧିକ କଠୋର ଦଣ୍ଡ ସହିତ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବା ପରେ ଏହାର ଅପବ୍ୟବହାର ପାଇଁ ଅଧିକ ଆଶଙ୍କା ସୃଷ୍ଟି ହୋଇଛି । କିଛି ଦିନ ପୂର୍ବରୁ ପାଲେଷ୍ଟାଇନର ପତାକା ଉଡାଇବା ଫଳରେ କିଛି ଲୋକଙ୍କୁ ଗିରଫ କରାଯାଇଥିଲା । ବର୍ତ୍ତମାନ, ସେକ୍ସନ- 152 (BNS) ଅଧୀନରେ ବିଦ୍ରୋହୀ କାର୍ଯ୍ୟକଳାପ ପାଇଁ ଅଧିକ କଠୋର ଦଣ୍ଡବିଧାନର ବ୍ୟବସ୍ଥା ରହିଛି ।

ନୂତନ ନିୟମରେ କ’ଣ ଭଲ ?

ଜଷ୍ଟିସ ଲୋକୁରଙ୍କ ମତରେ ‘ବିଏନଏସ’ରେ କେତେକ ଭଲ ବ୍ୟବସ୍ଥା ମଧ୍ୟ ସାମିଲ କରାଯାଇଛି । ସର୍ଚ୍ଚ ଅପରେସନ ମାମଲାରେ ଭିଡିଓଗ୍ରାଫିକୁ ବାଧ୍ୟତାମୂଳକ ଭାବେ ଅନ୍ତର୍ଭୁକ୍ତ କରାହୋଇଛି । ଅବଶ୍ୟ ଏହା ମୋବାଇଲ୍ ଫୋନରେ । ଏହା ଅଧିକାରୀଙ୍କ ସାମୟିକ ଅବାଧତା ବା ମନମାନୀକୁ ସମାପ୍ତ କରିବାରେ ସାହାଯ୍ୟ କରିବ । କିନ୍ତୁ ଭିଡିଓଗ୍ରାଫି ପାଇଁ କୌଣସି ମାନକ ଅପରେଟିଂ ପଦ୍ଧତି ବା ‘ଏସଓପି’ ନାହିଁ ବୋଲି ମନେହୁଏ । ଯାହା ଏହି କ୍ଷେତ୍ରରେ ପ୍ରଦତ୍ତ ନିୟମକୁ ମଧ୍ୟ ବହୁମାତ୍ରାରେ ପ୍ରଭାବିତ କରିପାରେ । ବର୍ତ୍ତମାନର ନୂଆ ନିୟମ ଅନୁସାରେ, ପୋଲିସ ଷ୍ଟେସନରେ ଗିରଫ ବ୍ୟକ୍ତିଙ୍କ ତାଲିକା ପ୍ରଦର୍ଶନ କରାଯିବା ବାଧ୍ୟତାମୂଳକ ହୋଇଛି । ଏହା ନିଶ୍ଚିତ ଭଲ କିନ୍ତୁ ଯଦି ପୋଲିସ ଏସମ୍ପର୍କିତ ନିୟମ ପାଳନ ନକଲା, ତେବେ ସେକ୍ଷେତ୍ରରେ କଣ କରାଯିବ । 3ବର୍ଷରୁ କମ୍ ଦଣ୍ଡ ବିଶିଷ୍ଟ ଦଣ୍ଡନୀୟ ଅପରାଧ ପାଇଁ 60 ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କୁ ଗିରଫ କରିବା ଉପରେ ମଧ୍ୟ ଏକ ନିଷେଧାଦେଶ ରହିଛି । ଯାହା ଧାରା-35ରେ ଉଲ୍ଲେଖ କରାଯାଇଛି ।

ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍ଏସ୍ଏସ୍) ଆଇନ ବିଷୟ ଉପରେ ଆଲୋଚନା କରୁଥିବାବେଳେ ଜଷ୍ଟିସ୍ ଲୋକୁର କହିଛନ୍ତି, ଏହି ନୂତନ ନିୟମ ଅପରାଧର ଶିକାର ହୋଇଥିବା ବ୍ୟକ୍ତିଙ୍କୁ କିଛି ନ୍ୟାୟିକ ସୁବିଧା ଯୋଗାଇଥାଏ । ଏକ ଉଦାହରଣ ଦେଇ ସେ କହିଛନ୍ତି, ଧାରା 193 ଅନୁସାରେ, ଏକ ବ୍ୟବସ୍ଥା ଅଛି । ଯୌନ ଅପରାଧ ମାମଲାର ତଦନ୍ତ ଦୁଇ ମାସ ମଧ୍ୟରେ ଶେଷ ହେବା ଉଚିତ୍ । ଯଦି ଦୁଇ ମାସ ମଧ୍ୟରେ ତଦନ୍ତ ଶେଷ ନହୁଏ, ତେବେ ସମୟ ବୃଦ୍ଧି ପାଇଁ କୋର୍ଟ ନିକଟକୁ ଯାଇପାରିବେ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପୋଲିସ ପ୍ରକୃତରେ ଏହି ବ୍ୟବସ୍ଥାକୁ ସମ୍ମାନ ଦେବ କି ? ଏପରି ସ୍ଥଳେ କଣ କରାଯିବ ସେ ସମ୍ପର୍କରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ ।

କାହିଁକି ଆଇନରେ ପରିବର୍ତ୍ତନ ଆବଶ୍ୟକ ଥିଲା :-

ଜଷ୍ଟିସ ମଦନ ଲୋକୁର କହିଛନ୍ତି ଯେ ‘ବିଏନଏସ’ ପୂର୍ବ ଆଇନ ଅନୁସାରେ, କଠୋର ବ୍ୟବସ୍ଥା ଆଣିଛି । ଉଦାହରଣ ସ୍ୱରୂପ, ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ସଂଗଠନର ସଦସ୍ୟକୁ ଆତଙ୍କବାଦୀ ଘୋଷିତ କରିବା ସହ କେବଳ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯିବ । ଏହା ଧାରା 113 ଦର୍ଶାଉଛି । ପୋଲିସର କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶ୍ନ କରି ଜଷ୍ଟିସ କହିଛନ୍ତି, ପୋଲିସ ବେପରୁଆ ଭାବରେ ଗିରଫ କ୍ଷମତାର ଅପବ୍ୟବହାର କରୁଛି । ବର୍ତ୍ତମାନ ସମୟରେ, ଉତ୍ତରଦାୟିତ୍ୱର ସହ କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଲାଣି । ଉତ୍ତରଦାୟିତ୍ୱର ଅଭାବ ସ୍ୱାଧୀନତା ପୂର୍ବରୁ ଏକ ବ୍ୟାଧୀ ପରି ଥିଲା ଓ ଏବେ ମଧ୍ୟ ଜାରି ରହିଛି । ନୂତନ ନିୟମ ଏହାକୁ ନିଷ୍କ୍ରିୟ କରିବା । ମିଥ୍ୟା ଗିରଫ ଏବଂ ନକଲି ଏନକାଉଣ୍ଟର ପାଇଁ ପୋଲିସକୁ ଉତ୍ତରଦାୟୀ କରାଯିବା ନିହାତି ଉଚିତ୍ । ସେହିପରି ଜାମିନ ପ୍ରଣାଳୀରେ ଲିଖିତ ବ୍ୟବସ୍ଥା (ଧାରା-480 -BNSS) ସ୍ପଷ୍ଟ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.