ETV Bharat / bharat

ଆଖି ବୁଜିଲେ ପୀଡିତା, ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବାରୁ ନିଆଁ ଲଗାଇଥିଲେ ଅଭିଯୁକ୍ତ

ହସ୍ପିଟାଲରେ ୧୨ ଦିନର ସଂଘର୍ଷ ପରେ ଶେଷରେ ସୋମବାର ସକାଳେ ଆଖି ବୁଜିଲା ଲକ୍ଷ୍ନୌର ନାବାଳିକା (Teenager dies in Lucknow hospital) । ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବାରୁ ପୀଡିତା ଦେହରେ କିରୋସିନ ଢାଳି ଜାଳି ଦେଇଥିଲା ଅଭିଯୁକ୍ତ । ଅଧିକ ପଢନ୍ତୁ

author img

By

Published : Sep 19, 2022, 3:35 PM IST

ଆଖି ବୁଜିଲେ ପୀଡିତା, ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ନିଆଁ ଲଗାଇଥିଲେ ଅଭିଯୁକ୍ତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଲୋମହର୍ଷଣକାରୀ ଘଟଣା । ଦୀର୍ଘ ୧୨ ଦିନର ସଂଘର୍ଷ ପରେ ଶେଷରେ ସୋମବାର ସକାଳେ ଆଖି ବୁଜିଲା ନାବାଳିକା ପୀଡିତା (Girl opposed rape died in Utter pradesh)। ଜଣେ ଦଳିତ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ କରି ବିଫଳ ହେବା ପରେ ଅଭିଯୁକ୍ତ ନାବାଳିକା ଉପରେ କିରୋସିନ ଢାଳି ଜାଳି ଦେଇଥିବା ଅଭିଯୋଗ କରିଥିଲେ ପରିବାର ଲେକେ । ମାଧୋଟାଣ୍ଡା ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ଘଟଣା ଘଟିଥିଲା । ଘଟଣା ଘଟିବାର ତିନିଦିନ ପରେ ପୀଡିତାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମ ଉଦ୍ୟମରେ ବିଫଳ ହେବା ପରେ ନାବାଳିକାକୁ କିରୋସିନ ଢାଳି ନିଆଁ ଲଗାଇଦେଲା ଅଭିଯୁକ୍ତ !

ପୀଡିତାଙ୍କ ବାପାଙ୍କ ଅଭିଯୋଗ ଅନୁସାରେ, "ଗତ ୭ ତାରିଖ ଦିନ ୧୭ ବର୍ଷୀୟା ନାବାଳିକା କନ୍ୟା ଘରେ ଏକୁଟିଆ ଥିଲେ । ଏହାର ସୁଯୋଗ ନେଇ ଜଣେ ସ୍ଥାନୀୟ ଯୁବକ ଘରେ ପଶି ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ । ସମ୍ପୃକ୍ତ ଯୁବକ ଜଣଙ୍କ ଏଥିରେ ବିଫଳ ହେବା ପରେ ଝିଅ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲା । ଏହା ପରେ ସମ୍ପର୍କୀୟମାନେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଅବସ୍ଥା ଗୁରୁତର ହେବାରୁ ଗତ ୧୧ ତାରିଖ ଦିନ ଲକ୍ଷ୍ନୌକୁ ସ୍ଥାନାନ୍ତର କରାଯାଇଥିଲା ।" ତେବେ ଚିକିତ୍ସାଧିନ ଅବସ୍ଥାରେ ସୋମବାର ସକାଳ ୩ଟାରେ ଆଖି ବୁଝିଛନ୍ତି ପୀଡିତା(Teenager dies in Lucknow hospital ) ।

ଡାକ୍ତରଖାନାରେ ଭର୍ତ୍ତି ହେବାର ୩ଦିନ ପରେ ପୀଡିତାଙ୍କ ଏକ ଭିଡିଓ ଭାଇରାଲ ହେବା ପରେ ଆକ୍ସନମୋଡକୁ ଆସିଥିଲା ପୋଲିସ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ପୋଲିସ ୨ ଜଣଙ୍କୁ ଗିରଫ କରିଥିଲା । ବର୍ତ୍ତମାନ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୀଡିତାଙ୍କ ଗ୍ରାମରେ ପୋଲିସ ମୁତୟନ କରାଯାଇଛି । ପୀଡିତାଙ୍କ ମୃତ୍ୟୁ ପରେ ପରିବାର ସହ ଗ୍ରାମରେ ଶୋକର ଛାୟା ଖେଳିଯାଇଛି । ପରିବାର ଲୋକେ ପୀଡିତାଙ୍କ ମୃତଦେହ ନେଇ ପୌତୃକ ଗ୍ରାମକୁ ଯାଇଛନ୍ତି । ସେଠାରେ ପୀଡିତାଙ୍କ ସଂସ୍କାର କରାଯିବା ନେଇ ସୂଚନା ରହିଛି ।

ପ୍ରକାଶଯୋଗ୍ୟ ଯେ, ଗତ ୧୭ ତାରିଖ ଦିନ ଉତ୍ତର ପ୍ରଦେଶରେ ଅନ୍ୟ ଏକ ସମ୍ବେଦନଶୀଳ ଖବର ସାମ୍ନାକୁ ଆସିଥିଲା । ଏକ ନାବାଳିକାଙ୍କୁ ଦୁଷ୍କର୍ମ ଉଦ୍ୟମକୁ ବିରୋଧ କରିବାରୁ ଅଭିଯୁକ୍ତଙ୍କ ଆକ୍ରମଣ ଶିକାର ହୋଇ ଗୁରୁତର ହୋଇଥିଲେ ପୀଡିତା । ଚିକିତ୍ସାଧୀନ ଅବସ୍ଥାରେ ପୀଡିତାଙ୍କ ମୃତ୍ୟୁ ହୋଇଥିଲା । ସେପ୍ଟେମ୍ବର ୧୨ ତାରିଖରେ ଏହି ଘଟଣା ଘଟିଥିବାବେଳେ ଥାନାରେ ଏତଲା ମଧ୍ୟ ହୋଇଥିଲା । ପୀଡିତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ପୋଲିସର ତଦନ୍ତରେ ଅବହେଳା ଅଭିଯୋଗ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.