ETV Bharat / bharat

ପ୍ରାଣ ପ୍ରତିଷ୍ଠା ଉତ୍ସବ: 22ରେ ଦିନ ସାଢେ ଦୁଇଟା ପର୍ଯ୍ୟନ୍ତ ଦିଲ୍ଲୀ AIIMS ସମେତ ଏକାଧିକ ହସ୍ପିଟାଲ ବନ୍ଦ

author img

By ETV Bharat Odisha Team

Published : Jan 20, 2024, 11:00 PM IST

Ram Mandir inauguration: 22 ତାରିଖ ଦିନ ସାଢେ ଦୁଇଟା ପର୍ଯ୍ୟନ୍ତ ଦିଲ୍ଲୀ AIIMS ସମେତ ଏକାଧିକ ହସ୍ପିଟାଲ ବନ୍ଦ । ଏମ୍ସରେ କେବଳ ଏମରଜେନ୍ସି ଓ୍ବାର୍ଡରେ ଜାରି ରହିବ ଚିକିତ୍ସା । ଅଧିକ ପଢନ୍ତୁ

ପ୍ରାଣ ପ୍ରତିଷ୍ଠା ଉତ୍ସବ: 22 ତାରିଖ ଦିନ ସାଢେ ଦୁଇଟା ପର୍ଯ୍ୟନ୍ତ ଦିଲ୍ଲୀ AIIMS ବନ୍ଦ

ନୂଆଦିଲ୍ଲୀ: 22ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଉତ୍ତର ପ୍ରଦେଶ ସରକାର ସମଗ୍ର ରାଜ୍ୟରେ ଏକଦିବସୀୟ ଛୁଟି ଘୋଷଣା କରିଛନ୍ତି । ସେହିପରି କେନ୍ଦ୍ର ସରକାର ମଧ୍ୟ ଅର୍ଦ୍ଧ-ଦିବସୀୟ ଛୁଟି ଘୋଷଣା କରିଛନ୍ତି । ଏହା ପରେ ଅନ୍ୟ କେତେକ ରାଜ୍ୟ ସରକାର ମଧ୍ୟ ରାଜ୍ୟରେ ହାଫ-ଡେ’ ଘୋଷଣା କରିଛନ୍ତି । ଏହିକ୍ରମରେ ଦିଲ୍ଲୀ ଏମ୍ସ ଓ ଦିଲ୍ଲୀର ଏକାଧିକ ହସ୍ପିଟାଲ ମଧ୍ୟ ଏହି ତାଲିକାରେ ସାମିଲ ହୋଇଛନ୍ତି । 22 ତାରିଖ ପ୍ରାଣ ପ୍ରତିଷ୍ଠା ଦିନ ଏମ୍ସ ଦିଲ୍ଲୀ ମଧ୍ୟ ହାଫ-ଡେ’ ବନ୍ଦ ରହିବ । ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ 2.30ରେ ଏମ୍ସରେ ରୋଗୀ ସେବା ଆରମ୍ଭ ହେବ । ଆଜି ସଂସ୍ଥାନ ପକ୍ଷରୁ ଏକ ପ୍ରେସରିଲିଜ ଜାରି କରାଯାଇ ଏହି ଘୋଷଣା କରାଯାଇଛି । ତେବେ ଏହା ମଧ୍ୟ ସ୍ପଷ୍ଟ କରାଯାଇଛି ଯେ, ଉକ୍ତ ଦିନ ଜରୁରୀକାଳୀନ ଓ୍ବାର୍ଡ ପୂର୍ବପରି କାର୍ଯ୍ୟକ୍ଷମ ରହିବ ।

ସେହିପରି ‘ଏମ୍ସ’ ବ୍ୟତୀତ ଦିଲ୍ଲୀର ଅନ୍ୟାନ୍ୟ ଏକାଧିକ ପ୍ରମୁଖ ହସ୍ପିଟାଲ ମଧ୍ୟ ହାଫ-ଡେ’ ଘୋଷଣା କରିଛନ୍ତି । ଲେଡି-ହାର୍ଡିଙ୍ଗ ଓ ସଫଦରଜଙ୍ଗ ହସ୍ପିଟାଲ ସମେତ ଦିଲ୍ଲୀର ଅନେକ ପ୍ରମୁଖ ହସ୍ପିଟାଲ ଅଧା ଦିନ ଛଟି ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ଦିଲ୍ଲୀର ସର୍ବାଧିକ ବ୍ୟସ୍ତବହୁଳ ଡାକ୍ତର ରାମ ମନୋହର ଲୋହିଆ ହସ୍ପିଟାଲ ମଧ୍ୟ ରହିଛି । ରାମ ମନୋହର ଲୋହିଆ ହସ୍ପିଟାଲ ଓ ଅଟଳ ବିହାରୀ ଆର୍ୟୁବିଜ୍ଞାନ ସଂସ୍ଥାନ ଅପରାହ୍ନ 2.30 ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ପ୍ରେସ ବିଜ୍ଞପ୍ତି ଜାରି କରି ସ୍ପଷ୍ଟ କରିଛନ୍ତି । ହସ୍ପିଟାଲର ସମସ୍ତ ନିର୍ଦ୍ଧାରିତ ଚିକିତ୍ସା ସମ୍ପର୍କିତ କାର୍ଯ୍ୟ ଓ ପ୍ରଶାସନିକ କାର୍ଯ୍ୟ ଅପରାହ୍ନ 2.30 ପର୍ଯ୍ୟନ୍ତ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି ।

ଉତ୍ତର ପ୍ରଦେଶରେ ରାଜ୍ୟବ୍ୟାପୀ ସମସ୍ତ ସ୍କୁଲ-କଲେଜ, ଅନ୍ୟ ସମସ୍ତ ସରକାରୀ ଓ ବେସରକାରୀ ସଂସ୍ଥାନ ବନ୍ଦ ରହିବ । ରାଜ୍ୟର ବିଭିନ୍ନ ସ୍ଥାନରେ ଏହି ଉତ୍ସବର ସିଧା ପ୍ରସାରଣ ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସାଢା 2ଟା ପର୍ଯ୍ୟନ୍ତ ହାଫ-ଡେ’ଛୁଟି ଘୋଷଣା କରାଯାଇଛି । ସମସ୍ତ କେନ୍ଦ୍ରୀୟ ସଂସ୍ଥାନ, ଶିକ୍ଷାନିଷ୍ଠାନ ଓ କାର୍ଯ୍ୟାଳୟ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅପରାହ୍ନ 2.30 ରୁ କାର୍ଯ୍ୟ କରିବା ଆରମ୍ଭ କରିବ । ଉତ୍ତର ପ୍ରଦେଶରେ ସେହିଦିନକୁ ଡ୍ରାଏ ଡେ’ ମଧ୍ୟ ଘୋଷଣା କରାଯାଇଛି । ରାଜ୍ୟରେ ସମସ୍ତ ଜିଲ୍ଲାରେ ପ୍ରାଣ ପ୍ରତିଷ୍ଠା ଉତ୍ସବ ଦିନ ମଦ ବିକ୍ରି ବନ୍ଦ ରହିବ ।

ଏହା ମଧ୍ୟ ପଢନ୍ତୁ :- 7 ଘଣ୍ଟା ଘାଣ୍ଟିବା ପରେ ବାହାରିଲା ଇଡି, ସମର୍ଥକଙ୍କୁ ସମ୍ବୋଧିତ କରି ବର୍ଷିଲେ ହେମନ୍ତ

ମୁଖ୍ୟ କାର୍ଯ୍ୟକ୍ରମକୁ ଆଉ ମାତ୍ର 48 ଘଣ୍ଟାରୁ କମ ସମୟ ଥିବା ବେଳେ ଏବେ ଠାରୁ ଅଯୋଧ୍ୟାରେ ନିମନ୍ତ୍ରିତ ଅତିଥିମାନେ ପହଞ୍ଚିବା ଆରମ୍ଭ କଲେଣି । ମନ୍ଦିରରେ ପ୍ରାଣ ପ୍ରତିଷ୍ଠାର ପ୍ରାକ ବିଧି ଜାରି ରହିଛି । ଶ୍ରୀବିଗ୍ରହକୁ ମନ୍ଦିରର ଗର୍ଭଗୃହରେ ଥିବା ସିଂହାସନରେ ସ୍ଥାପନା କରାଯାଇ ସାରିଛି । କାର୍ଯ୍ୟକ୍ରମରେ ମୁଖ୍ୟ ଯଜମାନ ହେବାକୁ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦକ୍ଷିଣ ଭାରତରେ ଏକାଧିକ ପ୍ରସିଦ୍ଧ ମନ୍ଦିରରେ ଆଜି ଦର୍ଶନ କରିଛନ୍ତି । 22 ପୂର୍ବାହ୍ନରେ ସେ ଅଯୋଧ୍ୟାରେ ପହଞ୍ଚିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.