ETV Bharat / bharat

ଜୁନ 26ରେ 1 କୋଟି ଲୋକଙ୍କୁ ନିଯକ୍ତି ଦେବେ ଉତ୍ତରପ୍ରଦେଶ ସରକାର - employment for 1 crore people on June 26

କୋରୋନା ଲକଡାଉନ ପାଇଁ ଏବେ ଦେଶରେ ବେକାରୀ ଓ ବେରୋଜଗାରୀ ଏକ ବଡ ସମସ୍ୟା ଭାବେ ମୁଣ୍ଡ ଟେକିଛି । ଜୁନ 26 ତାରିଖରେ ଉତ୍ତର ପ୍ରଦେଶର ସରକାର ଏକକାଳିନୀ 1 କୋଟି ଲୋକଙ୍କୁ ନିଯୁକ୍ତ କରିବେ । ଅଧିକ ପଢନ୍ତୁ...

ଜୁନ 26ରେ 1 କୋଟି ଲୋକଙ୍କୁ ନିଯକ୍ତି ଦେବେ ଉତ୍ତରପ୍ରଦେଶ ସରକାର
ଜୁନ 26ରେ 1 କୋଟି ଲୋକଙ୍କୁ ନିଯକ୍ତି ଦେବେ ଉତ୍ତରପ୍ରଦେଶ ସରକାର
author img

By

Published : Jun 24, 2020, 12:18 PM IST

ଲକ୍ଷ୍ନୌ: ଉତ୍ତରପ୍ରଦେଶ ସରକାରଙ୍କ ବଡ ଘୋଷଣା । ଜୁନ 26 ରେ 1 କୋଟି ଲୋକଙ୍କୁ ମିଳିବ ନିଯୁକ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହାୟତାରେ ଏକ କୋଟି ଲୋକଙ୍କୁ ନିଯୁକ୍ତି ଦିଆଯିବ । ଏକା ସାଙ୍ଗରେ ଏତେ ପରିମାଣର ନିଯୁକ୍ତି ଦେବାରେ ପ୍ରଥମ ରାଜ୍ୟ ହେବ ଉତ୍ତର ପ୍ରଦେଶ ।

ମନରେଗା ଅଧିନରେ ପଞ୍ଜିକୃତ ଥିବା ପଚାଶ ପ୍ରତିଶତ ଲୋକଙ୍କୁ ଚାକିରି ମିଳିବ । ମନରେଗା ବ୍ୟତୀତ କୁଶଳୀ ଶ୍ରମିକ ଭାବେ ଅନେକ ଶିଳ୍ପ, କମ୍ପାନୀ ଓ ପ୍ରତିଷ୍ଠାନରେ ମଧ୍ୟ ବ୍ୟାପକ ପରିମାଣରେ ଚାକିରି ଯୋଗାଇ ଦିଆଯିବ । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଙ୍ଗଳବାର ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଏକ ଉଚ୍ଚସ୍ତରୀୟ ବୈଠକ ଡାକି ଚାକିରି ଦେବା ଯୋଜନା ଉପରେ ସମୀକ୍ଷା କରିଥିଲେ ।

ଉତ୍ତରପ୍ରଦେଶରେ ପ୍ରାୟ 1.80 କୋଟି ମନରେଗା ଜବ କାର୍ଡଧାରୀ ଅଛନ୍ତି। ସେଥିମଧ୍ୟରୁ 85 ଲକ୍ଷ ସକ୍ରିୟ ରହିଛନ୍ତି । ଗତ କିଛି ମାସ ମଧ୍ୟରେ ପ୍ରାୟ 15 ଲକ୍ଷ ନୂତନ ଜବ କାର୍ଡ ଯୋଗାଇ ଦିଆଯାଇଛି ।ସେମାନଙ୍କ ମଧ୍ୟରୁ ଅଧିକାଂଶ ପ୍ରବାସୀ ଶ୍ରମିକ ବୋଲି କେନ୍ଦ୍ର ସରକାରଙ୍କ କେନ୍ଦ୍ରୀୟ ନିଯୁକ୍ତି ଗ୍ୟାରେଣ୍ଟି ପରିଷଦର ପୂର୍ବତନ ସଦସ୍ୟ ସଞ୍ଜୟ ଦୀକ୍ଷିତ କହିଛନ୍ତି।

ନଦୀର ପୁନରୁଦ୍ଧାର ବ୍ୟତୀତ ଗ୍ରାମାଞ୍ଚଳର ରାସ୍ତା ନିର୍ମାଣ, ବୃକ୍ଷରୋପଣ , ପୋଖରୀ ଏବଂ ଗାତ ଖୋଳିବା ଭଳି ଅନ୍ୟାନ୍ୟ କାର୍ଯ୍ୟ ଗ୍ରାମାଞ୍ଚଳର ଚାକିରୀ ଯୋଜନା ଅଧୀନରେ ଲୋକଙ୍କୁ କାମ ଯୋଗାଇ ଦିଆଯାଉଛି। ସୂଚନାଯୋଗ୍ୟ, କୋରୋନା ଲକଡାଉନ ପାଇଁ ଲକ୍ଷ ଲକ୍ଷ ଶ୍ରମିକ ଏବେ ରାଜ୍ୟକୁ ଫେରିଛନ୍ତି । ବେରୋଜଗାର ସଂଖ୍ୟା ବଢିବାରେ ଲାଗିଛି । ଯାହାକୁ ନଜରରେ ରଖି ୟୁପି ବିଭିନ୍ନ ଯୋଜନା ମାଧ୍ୟମରେ ଲୋକଙ୍କୁ ନିଯୁକ୍ତ କରିବାରେ ଲାଗିଛନ୍ତି ।

ABOUT THE AUTHOR

author-img

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.