ETV Bharat / bharat

ଅଗଷ୍ଟ 7 ସୁଦ୍ଧା ଦେଶରେ ସରିଛି 2,33,87,171 କୋରୋନା ଟେଷ୍ଟ: ICMR

author img

By

Published : Aug 8, 2020, 10:55 AM IST

ଯେତେ ମାତ୍ରାରେ କୋଭିଡ ଟେଷ୍ଟ କରାଯିବ ସେହି ସଂଖ୍ୟାରେ ସଂକ୍ରମିତ ଚିହ୍ନଟ ହୋଇ ସମୟ ପୂର୍ବରୁ ସେମାନଙ୍କ ଚିକିତ୍ସା କରାଯାଇ ଦେଶକୁ ସଂକ୍ରମଣ ମୁକ୍ତ କରାଯିବା ଲକ୍ଷ ରଖିଛି ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ...

ଅଗଷ୍ଟ 7 ସୁଦ୍ଧା ଦେଶରେ ସରିଛି 2,33,87,171 କୋରୋନା ଟେଷ୍ଟ: ICMR
ଅଗଷ୍ଟ 7 ସୁଦ୍ଧା ଦେଶରେ ସରିଛି 2,33,87,171 କୋରୋନା ଟେଷ୍ଟ: ICMR

ନୂଆଦିଲ୍ଲୀ: ଭାରତରେ ଯେପରି ଭାବେ କୋରୋନା ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଛି, ସେହିପରି ଭାବେ ସ୍ବାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ କୋଭିଡ ସାମ୍ପଲ ଟେଷ୍ଟର ସଂଖ୍ୟାକୁ ବଢାଇ ଦିଆଯାଇଛି । ଏନେଇ ଦେଶର ବିଭିନ୍ନ ପ୍ରାନ୍ତରେ ଟେଷ୍ଟିଂ ଲ୍ୟାବ ଗୁଡିକ ଖୋଲାଯାଉଛି । ଆଉ ଏଠି ଅହରହ ଟେଷ୍ଟ ଜାରି ରହିଛି ।

ଇଣ୍ଡିଆନ କାଉସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ରିପୋର୍ଟ ମୁତାବକ, ଗତ 24 ଘଣ୍ଟାରେ ଦେଶରେ 5 ଲକ୍ଷ 98 ହଜାର 778ଟି ସାମ୍ପଲ ଟେଷ୍ଟ ହୋଇଛି, ଯାହାକୁ ନେଇ ଅଗଷ୍ଟ 7 ଶୁକ୍ରବାର ସୁଦ୍ଧା 2 କୋଟି 33 ଲକ୍ଷ 87 ହଜାର 171 କୋଭିଡ ଟେଷ୍ଟ ସରିଛି ।

ତେବେ ବର୍ତ୍ତମାନ ଦେଶରେ 20 ଲକ୍ଷ 88 ହଜାର 612ରେ ପହଞ୍ଚିଛି ସଂକ୍ରମଣ ସଂଖ୍ୟା । ଏଥିରେ 42 ହଜାର 518 ଜଣଙ୍କର ମୃତ୍ୟୁ ହୋଇଛି । 14 ଲକ୍ଷ 27 ହଜାରରୁ ଉର୍ଦ୍ଧ୍ବ ସଂକ୍ରମିତ ସୁସ୍ଥ ହୋଇଥିବାବେଳେ, ଅଦ୍ୟାବଧି 6 ଲକ୍ଷ 19 ହଜାର 88 ଜଣ ଚିକିତ୍ସାଧୀନ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.