ETV Bharat / entertainment

ପରଦାକୁ ଆସିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ ୨', ରିଭ୍ୟୁ ଦେଲେ ମନୋଜ ମିଶ୍ର, କହିଲେ 'ମାଇନ୍ସ ୫ ମାର୍କ ଦେବି' - Manoj Mishra on I love You 2

author img

By ETV Bharat Odisha Team

Published : Sep 8, 2024, 6:16 PM IST

Manoj Mishra Reviews on I love You 2 And Slams To Tutu Nayak: ପରଦାରେ ରିଲିଜ ହୋଇଛି ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ ଟୁ' । ବର୍ତ୍ତମାନ ଫିଲ୍ମ ଦେଖିଛନ୍ତି ମାଇଣ୍ଡ ଗେମ ତାରକା ମନୋଜ ମିଶ୍ର ଏବଂ ପ୍ରଯୋଜକ ଶ୍ରୀଧର ମାର୍ଥା । ଉଭୟ ଫିଲ୍ମକୁ ଦେଖି ନିଜ ରିଭ୍ୟୁ ସେୟାର କରିବା ସହ ଟୁଟୁଙ୍କ ଉପରେ ଖୁବ ବର୍ଷିଛନ୍ତି । ଅଧିକ ପଢନ୍ତୁ,

ପରଦାକୁ ଆସିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ ୨', ରିଭ୍ୟୁ ଦେଲେ ମନୋଜ ମିଶ୍ର, କହିଲେ 'ମାଇନ୍ସ ୫ ମାର୍କ ଦେବି'
ପରଦାକୁ ଆସିଲା ଟୁଟୁ ନାୟକଙ୍କ ଫିଲ୍ମ 'ଆଇ ଲଭ ୟୁ ୨', ରିଭ୍ୟୁ ଦେଲେ ମନୋଜ ମିଶ୍ର, କହିଲେ 'ମାଇନ୍ସ ୫ ମାର୍କ ଦେବି' (ETV Bharat Odisha)

ଭୁବନେଶ୍ୱର: ପୁଣି ମୁହାଁମୁହିଁ ହୋଇଛନ୍ତି ଓଡ଼ିଆ ଅଭିନେତା ମନୋଜ ମିଶ୍ର ଏବଂ ପ୍ରଯୋଜକ ଟୁଟୁ ନାୟକ । ରିଲିଜ ହୋଇଛି ଟୁଟୁଙ୍କ ଫିଲ୍ମ 'ଆଇ ଲଭ ୟୁ୨' । ଯାହା ପରେ ପୁଣି ଓଲିଉଡ ବିବାଦ ସୃଷ୍ଟି ହୋଇଛି । ପୂର୍ବରୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଫିଲ୍ମ ଦେଖିଛନ୍ତି ମାଇଣ୍ଡ ଗେମ ତାରକା ମନୋଜ ମିଶ୍ର ଏବଂ ପ୍ରଯୋଜକ ଶ୍ରୀଧର ମାର୍ଥା । ଉଭୟ ଫିଲ୍ମକୁ ଦେଖି ନିଜ ରିଭ୍ୟୁ ସେୟାର କରିବା ସହ ଟୁଟୁଙ୍କ ଉପରେ ଖୁବ ବର୍ଷିଛନ୍ତି । ମନୋଜ 'ଆଇ ଲଭ ୟୁ ଟୁ' ଫିଲ୍ମକୁ ମାଇନ୍ସ 5 ଦେବି କହିବା ସହ ଶ୍ରୀଧର ଶୂନ ତଳେ କେଉଁ ଅଙ୍କ ଅଛି ତାହା ଦେବାକୁ ଚାହେଁ ବୋଲି କହିଛନ୍ତି ।

'ଆଇ ଲଭ ୟୁ୨କୁ ମାଇନ୍ସ 5 ଦେବି': ମନୋଜ

'ଆଇ ଲଭ ୟୁ୨' ନେଇ ମନୋଜ ମିଶ୍ରଙ୍କ ପ୍ରତିକ୍ରିୟା ଦେଇଛନ୍ତି । ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ''ମୁଁ ସିନେମାକୁ ମାଇନ୍ସ ୫ ମାର୍କ ଦେବି । ମୁଁ ସିନେସିନେମା ନୁହେଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି । ସେ କହିଛନ୍ତି ମୋତେ ଲାଗିଲା ମୁଁ ଜୋଗ୍ରାଫି ଚ୍ୟାନେଲ ଦେଖିବାକୁ ଆସିଛି ଖାଲି କାଶ୍ମୀର ଦୃଶ୍ୟକୁ ଦେଖେଇ ମୁଁ ଘରେ ବି ବସି ୟାକୁ ଦେଖିପାରିବି । ପଶ୍ଚିମ ଓଡ଼ିଶାରେ ତା କେହି ଜାଣିନାହାନ୍ତି ଆଇ ଲଭ ୟୁ ୨ ବିଷୟରେ । ଯିଏ ଷ୍ଟୋରି ଲେଖିଛନ୍ତି ତାଙ୍କୁ କୋଟି କୋଟି ପ୍ରଣାମ କାରଣ ଏଭଳି ଷ୍ଟୋରି ସିନେମା ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ପୁରା ବର୍ବାଦ କରିଦେବା । ଏମିତି ଷ୍ଟୋରିରେ ଅମିତ ବଚ୍ଚନ ବି କିଛି କରିପାରିବନି ଏଥିରେ ଥିବା ନାୟିକା ବା କଣ କରିବେ । ଆଦିତ୍ୟ ଆଗକୁ ଯାଇ ଭଲ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ଭଲ କରିବେ କିନ୍ତୁ ଏଇ ସିନେମାରେ ସେ ଆସି ଭୁଲ କରିଦେଲେ ।

'ଆଇ ଲଭ ୟୁ୨ ନେଇ ଶ୍ରୀଧର ମାର୍ଥାଙ୍କ ପ୍ରତିକ୍ରିୟା

ସେପଟେ ଫିଲ୍ମ ଦେଖି ସାରିବା ପରେ ଗୀତ ଗାଈ ନିଜର ପ୍ରତିକ୍ରିୟା ରଖିଲେ ପ୍ରଯୋଜକ ଶ୍ରୀଧର ମାର୍ଥା । କହିଲେ ମୋ ଓଜନ ଅନୁସାରେ ମୁଁ ବି ଟଙ୍କା ଦେଉଛି ମୋତେ ବି ସିନେମା ଦିଆଯାଉ । ସେ ଫିଲ୍ମକୁ ଶୂନ ତଳେ କେଉଁ ଅଙ୍କ ଅଛି ସେହି ରେଟିଂ ଦେବି ବୋଲି କହିଛନ୍ତି ଶ୍ରୀଧର । ଟୁଟୁଙ୍କୁ ଭଗବାନ ସଦବୁଦ୍ଦି ଦିଅନ୍ତୁ ବୋଲି କହିଛନ୍ତି ଶ୍ରୀଧର । ସୂଚନା ଥାଉ କି, ମାଇଣ୍ଡଗେମ ରିଲିଜ ପରେ ଟୁଟୁ ଫିଲ୍ମକୁ ବେକାର ବୋଲି କହିଥିଲେ । ତାହା ପର ଠାରୁ ମନୋଜ ମିଶ୍ର ଏବଂ ଟୁଟୁ ନାୟକଙ୍କ ବିବାଦ ବଢିଥିଲା । ବର୍ତ୍ତମାନ ଟୁଟୁଙ୍କ 'ଆଇ ଲଭ ୟୁ୨' ରିଲିଜ ହୋଇଥିବା ବେଳେ ରାଗ ସୁଝିଛନ୍ତି ମନୋଜ । ପୂର୍ବରୁ ମନୋଜ ଏକ ଭିଡିଓ କରି ଫିଲ୍ମ ଦେଖି ରିଭ୍ୟୁ ଦେବେ ବୋଲି କହିଥିଲେ । ବର୍ତ୍ତମାନ ସେନେଇ ପ୍ରତିକ୍ରିୟା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: Actor Manoj Mishra: 'ଆଇ ଲଭ ୟୁ-ଟୁ' ଫିଲ୍ମ ନିର୍ମାତାଙ୍କୁ ମନୋଜ ମିଶ୍ରଙ୍କ କଟାକ୍ଷ, କହିଲେ 'କର୍ମା ରିଟର୍ଣ୍ଣସ'

ଆଇ ଲଭ ୟୁ ୨ ଫିଲ୍ମ ବିଷୟରେ କହିବାକୁ ଗଲେ,

2004ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଆଇ ଲଭ ୟୁ'ର ସିକ୍ୱେଲ ହେଉଛି 'ଆଇ ଲଭ ୟୁ-ଟୁ' । 'ଆଇ ଲଭ ୟୁ' ଫିଲ୍ମରୁ ଅଭିନେତା ଅନୁଭବ ମହାନ୍ତି ଓଲିଉଡରେ ପାଦ ଦେଇଥିଲେ । ତେବେ ଦୀର୍ଘ 20 ବର୍ଷ ପରେ ଫିଲ୍ମର ପାର୍ଟ 2 ରିଲିଜ ହୋଇଛି । ହେଲେ ଏହି ଫିଲ୍ମରେ ଅନୁଭବ ନୁହଁ ବରଂ ନୂଆ କଳାକାରଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମ ନବାଗତ ନାୟକ ଆଦିତ୍ୟ ଓ ନାୟିକା ଅପ୍ସରା ରାଣୀ ନଜର ଆସିଛନ୍ତି । ନିର୍ଦ୍ଦେଶକ ସୁଧାଂଶୁ ସାହୁ ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଟୁଟୁ ନାୟକଙ୍କ ନିବେଦିତ ତଥା ବସନ୍ତ ନାୟକ ଏଣ୍ଟର୍ଟେନମେଣ୍ଟ ବ୍ୟାନରରେ ଫିଲ୍ମ ନିର୍ମିତ ହୋଇଛି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.