ETV Bharat / state

CM Kisan Yojana: ଅନ୍ନଦାତାଙ୍କୁ ନୂଆଖାଇ ଭେଟି, ସିଏମ କିଷାନ ଯୋଜନା ଶୁଭାରମ୍ଭ, ଚାଷୀଙ୍କ ଖାତାକୁ ଗଲା 925 କୋଟି - Nuakhai Gift For Farmers

author img

By ETV Bharat Odisha Team

Published : Sep 8, 2024, 5:31 PM IST

Updated : Sep 8, 2024, 5:39 PM IST

CM Kisan Yojana Launch: ନୂଆଖାଇରେ ଚାଷୀଙ୍କୁ ଭେଟି । ରାଜ୍ୟରେ ଶୁଭାରମ୍ଭ ହେଲା ବହୁ ପ୍ରତିକ୍ଷୀତ ସିଏମ କିଷାନ ଯୋଜନା । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାର ଶୁଭାରମ୍ଭ କରିଛନ୍ତି । ଅଧିକ ପଢନ୍ତୁ

CM Kisan Yojana
CM Kisan Yojana (ETV Bharat Odisha)

ସମ୍ବଲପୁର/ଭୁବନେଶ୍ବର: ଚାଷୀଙ୍କୁ ନୂଆଖାଇରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଭେଟି । ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ପର୍ବ ଗଣପର୍ବ ନୂଆଖାଇ ଅବସରରେ ଶୁଭାରମ୍ଭ ହେଲା ବହୁ ପ୍ରତିକ୍ଷୀତ ସିଏମ କିଷାନ ଯୋଜନା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମ୍ବଲପୁରରେ ଏହାର ଶୁଭାରମ୍ଭ କରିଛନ୍ତି । ଏଥିରେ 46 ଲକ୍ଷ ଚାଷୀ ପରିବାରକୁ 925.40 କୋଟି ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ପ୍ରଥମ କିସ୍ତିରେ ସରକାର 2 ହଜାର ଟଙ୍କା ପ୍ରଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଦୁଇ ଉପମୁଖ୍ୟମନ୍ତ୍ରୀ ଭିସି ଯୋଗେ ଯୋଡି ହୋଇଥିଲେ ।

CM Kisan Yojana (ETV Bharat Odisha)

ଚାଷୀଙ୍କୁ ମିଳିବ 4 ହଜାର ଆର୍ଥିକ ସହାୟତା:

ଖରିଫ୍‌ ଓ ରବି ଫସଲ ପୂର୍ବରୁ ଯୋଗ୍ୟ ହିତାଧିକାରୀମାନେ DBT ମାଧ୍ୟମରେ ବର୍ଷକୁ 2ଟି କିସ୍ତିରେ ମୋଟ 4 ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ । ନୂଆଖାଇ ଓ ଅକ୍ଷୟ ତୃତୀୟାରେ ଦୁଇଟି କିସ୍ତିରେ ଚାଷୀଙ୍କୁ ଏହି ଆର୍ଥିକ ସହାୟତା ପ୍ରଦାନ କରାଯିବ । ଚାଷୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ରାଜ୍ୟ ସରକାର 19ଶହ35 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ।

CM Kisan Yojana
CM Kisan Yojana (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: Nuakhai 2024: ଦୁଲୁକୁଛି ସମଗ୍ର ପଶ୍ଚିମ-ଓଡିଶା, ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ, ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ

କାଳିଆ ଯୋଜନା ନାମ ପରିବର୍ତ୍ତନ ହୋଇ ସିଏମ କିଷାନ ଯୋଜନା:

ପୂର୍ବତନ ବିଜେଡି ସରକାର ଆଣିଥିବା କାଳିଆ ଯୋଜନାକୁ ନାମ ପରିବର୍ତ୍ତନ କରି ସିଏମ କିଷାନ ଯୋଜନା କରିଛନ୍ତି ରାଜ୍ୟ ସରକାର । ତେବେ ଯୋଗ୍ୟତା ଥାଇ ପିଏମ କିଷାନ ଯୋଜନାରେ ବାଦ ପଡିଥିବା ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ ।

CM Kisan Yojana
CM Kisan Yojana (ETV Bharat Odisha)

ଏହା ମଧ୍ୟ ପଢନ୍ତୁ: Nuakhai 2024: ସମ୍ବଲପୁରରେ ଚାଷୀଙ୍କୁ ବଡ ଭେଟି ଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ: ଶୁଭାରମ୍ଭ ହେବ ‘ସିଏମ କିଷାନ ଯୋଜନା’, ଖାତାକୁ ଯିବ ପ୍ରଥମ କିସ୍ତି

କେମିତି ତଥ୍ୟ ପାଇବେ ଚାଷୀ ?

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସିଏମ କିଷାନର ପୋର୍ଟାଲ ଉନ୍ମୋଚନ କରିଛନ୍ତି । ଏଥିରେ ସିଏମ କିଷାନକୁ ନେଇ ଚାଷୀଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ ତାହାର ଉତ୍ତର ଦେବ ସିଏମ କିଷାନ ପୋର୍ଟାଲ । ଚାଷୀ ମାନେ ସମସ୍ତ ତଥ୍ୟ ପାଇବା ସହ ପଞ୍ଜୀକରଣ ମଧ୍ୟ କରିପାରିବେ । ଏଥିପାଇଁ ସରକାରଙ୍କ ପକ୍ଷରୁ କୃଷି ହେଲ୍ପଲାଇନ ନମ୍ବର 155333 ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: CM KISAN MONEY; ଚାଷୀଙ୍କ ପାଇଁ ମୋହନ ସରକାରଙ୍କ ବଡ ଘୋଷଣା, ବର୍ଷକୁ 2 ଥର ସିଏମ କିଷାନ ଟଙ୍କା, ଜାଣନ୍ତୁ କେବେ ମିଳିବ କେତେ ଟଙ୍କା ? e-kyc ନହେଲେ କଟିବନି ରାସନ କାର୍ଡ

କୃଷି ନିଧି ଯୋଜନା ଘୋଷଣା:

ଏହି ଅବସରରେ କୃଷି ନିଧି ଯୋଜନା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ସିଏମ ଯୋଜନା ହିତାଧିକାରୀ ପିଲା ପାଇବେ ବୈଷୟିକ ସ୍ତରୀୟ ଉଚ୍ଚ ଶିକ୍ଷା ପାଇଁ ଛାତ୍ରବୃତ୍ତି ଆକାରରେ ପାଇବେ । ଏଥିରେ ଜଣେ କୃଷକ ପରିବାରର ଛାତ୍ର ଉଚ୍ଚ ଶିକ୍ଷା ପାଇଁ 2 ଲକ୍ଷ ଟଙ୍କା ପାଇବ ।

CM Kisan Yojana
CM Kisan Yojana (ETV Bharat Odisha)

କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ:

ଆଜି ପବିତ୍ର ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀ ସମ୍ବଲପୁର ଗସ୍ତ ଅବସରରେ ଚାଷୀଙ୍କୁ ଏହି ଭେଟି ଦେଇଥିବା କହିଛନ୍ତି । ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, କୃଷି ସଚିବ ଅରବିନ୍ଦ ପାଢ଼ୀ, ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର ସମ୍ବଲପୁରର ଅନୁଷ୍ଠିତ କାର୍ଯ୍ୟକ୍ରମର ମଞ୍ଚରେ ଉପସ୍ଥିତ ରହିଥିବା ବେଳେ ଜିଲ୍ଲାର ବହୁ ଚାଷୀ ଉପସ୍ଥିତ ରହିଥିଲେ l ସେପଟେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସିଏମ କିଷାନ ଯୋଜନା ଦ୍ବାରା ଚାଷୀ ଉପକୃତ ହେବେ । ଏଥିସହ କାଳିଆ ଯୋଜନାକୁ ନେଇ ବିଜେଡିକୁ ଟାର୍ଗେଟ କରିଥିଲେ ଜୟ ।

CM Kisan Yojana (ETV Bharat Odisha)

ସିଏମ କିଷାନ ଯୋଜନାକୁ କଟାକ୍ଷ କଲା କଂଗ୍ରେସ:

ରାଜ୍ୟରେ ଆଜିଠୁ ସିଏମ କିଷାନ ଯୋଜନା ଆରମ୍ଭ ହୋଇଥିବା ବେଳେ ଏହାକୁ ଟାର୍ଗେଟ କରିଛି କଂଗ୍ରେସ । କଂଗ୍ରେସର ବରିଷ୍ଠ ନେତା ଜୟଦେବ ଜେନା କହିଛନ୍ତି, ‘ଯେଉଁ ଭଳି ଲକ୍ଷ୍ମୀ ବସ ରଙ୍ଗ ପରିବର୍ତ୍ତନ କରାଗଲା । ସେହିଭଳି କାଳିଆ ଯୋଜନା ଅର୍ଥକୁ କମାଇ ଏବେ ସିଏମ କିଷାନ କରାଯାଇଛି । କାଳିଆ ଯୋଜନାରେ ତ କୃଷକ 5 ହଜାର ଟଙ୍କା ପାଉଥିଲେ। ହେଲେ ଏବେ ରାଜ୍ୟ ସରକାର ବର୍ଷକୁ 2 ଥର 2 ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ଗୋଟିଏ ବି ନିଜସ୍ବ ଯୋଜନା ନାହିଁ। ସରକାର ଜାଣିନାହାନ୍ତି ସାର ବସ୍ତା କେତେ ଟଙ୍କା। ତେଣୁ ସିଏମ କିଷାନ ଯୋଜନାରେ ଅର୍ଥ ଚାଷୀଙ୍କ କୌଣସି କାଯ୍ୟରେ ଲାଗିବ ନାହିଁ। ସିଏମ କିଷାନରେ ଚାଷୀଙ୍କୁ ଅର୍ଥ ହେବାକୁ ରାଜ୍ୟ ସରକାରଙ୍କ ପାଖରେ ଟଙ୍କା ନାହିଁ। ତେଣୁ ସେମାନେ ଋଣ କରିବାକୁ ବାହାରିଲେଣି । ସରକାରଙ୍କ କୌଣସି ଭିଜନ ନାହିଁ । ଆଗକୁ ଏହି ସରକାର ଚାଲିବା କଷ୍ଟକର ହେବ।’

CM Kisan Yojana
CM Kisan Yojana (ETV Bharat Odisha)

ଇଟିଭି ଭାରତ, ସମ୍ବଲପୁର

Last Updated : Sep 8, 2024, 5:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.