ETV Bharat / technology

ଆଜି ଲଞ୍ଚ ହେବ ଆପଲ୍‌ iPhone 16 ସିରିଜ୍‌; ଲିକ୍‌ ହେଲା ଡିଜାଇନ ଓ ଫିଚର୍ସ - APPLE IPHONE 16 LAUNCH TODAY

author img

By ETV Bharat Tech Team

Published : Sep 8, 2024, 5:19 PM IST

Updated : Sep 9, 2024, 9:25 AM IST

Apple iPhone 16 Launch Event: ଆପଲ୍‌ ଆଜି "It's Glowtime" ଇଭେଣ୍ଟରେ iPhone 16 ଲଞ୍ଚ କରିବାକୁ ଯାଉଛି । ଏହି ଇଭେଣ୍ଟରେ କମ୍ପାନୀ iPhoneର 4ଟି ମଡେଲ ମଧ୍ୟ ଲଞ୍ଚ କରିପାରେ । ଯାହାର ନାମ iPhone 16, iPhone 16 Plus, iPhone 16 Pro ଓ iPhone 16 Pro Max ରହିଛି । ଅଧିକ ପଢନ୍ତୁ

Apple iPhone 16 Launch
Apple iPhone 16 Launch (Apple)

ହାଇଦ୍ରାବାଦ: ଆଜି (ସେପ୍ଟେମ୍ବର 9) ଗ୍ଲୋ ଟାଇମ ଇଭେଣ୍ଟର ଆୟୋଜନ କରିଛି ଆମେରିକାର ଟେକ୍ନୋଲୋଜି କମ୍ପାନୀ ଆପଲ୍‌ । ଏହି ଇଭେଣ୍ଟ କମ୍ପାନୀ ପକ୍ଷରୁ ଆଇଫୋନର 16 ସିରିଜ ଓ ଆପଲ୍‌ ୱାଚ ସିରିଜ 10 ଲଞ୍ଚ ହେବାକୁ ୟାଉଛି । ଏହାସହିତ ଏହାର ସଫ୍ଟୱେର ଅପଡେଟର ତାରିଖ ମଧ୍ୟ ଘୋଷଣା ହେବ । ଏଥିରେ iOS 18, iPadOS 18, tvOS 18, watchOS 11, visionOS 2 ଓ macOS Sequoia ସାମିଲ । ତେବେ ଆମେ ଆପଣଙ୍କୁ ଏଠାରେ iPhone 16 ସମ୍ପର୍କରେ କହିବୁ, ଯାହାକୁ କିଣିବାକୁ ଆଇଫୋନ ଲଭର ବେଶ ଉତ୍ସାହିତ ଅଛନ୍ତି ।

20 ସେପ୍ଟେମ୍ବରଠୁ ବିକ୍ରି ଆରମ୍ଭ !

କିଛି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଆଇଫୋନ 16 ସିରିଜ ଲଞ୍ଚ ହେବା ମାତ୍ରେ ଏହାର ପ୍ରି-ଅର୍ଡରିଂ ଉପଲବ୍ଧ ହେବ । ଏହାସହିତ ସେପ୍ଟେମ୍ବର 20 ତାରିଖରୁ ବିକ୍ରି ଆରମ୍ଭ ହେବ । ହେଲେ ଏ ସମ୍ପର୍କରେ କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । ଆଜି ରାତି ପ୍ରାୟ 10.30ରେ ଏହି ଫୋନ ଲଞ୍ଚ ହେବାକୁ ଯାଉଛି ।

iPhone 16 ଓ iPhone 16 Plus ଡିଜାଇନ:-

ଆଇଫୋନର ଡିଜାଇନର iPhone 11 ପରେ ଅପରିବର୍ତ୍ତିତ ରହିଛି । ଯେଉଁଥିରେ ଡାୟନାମିକ୍‌ ଆଇଲ୍ୟାଣ୍ଡ ସବୁଠୁ ଖାସ । କିନ୍ତୁ iPhone 16 ସିରିଜରେ ପୁରା ଲୁକ୍‌ ଗୋଟିଏ ପ୍ରକାର ହୋଇପାରେ । ତଥାପି କିଛିଟା ପରିବର୍ତ୍ତନ ଆଶା କରାୟାଉଛି । କ୍ୟାମେରା ମଡ୍ୟୁଲକୁ ଛୋଟ କରିବା ସହ ଦୁଇଟି କ୍ୟାମେରା ତଳକୁ ତଳ ରହିପାରେ । ଏହାବ୍ୟତୀତ LED ଫ୍ଲାସ୍‌ କ୍ୟାମେରା ମଡ୍ୟୁଲରୁ ଡିଭାଇସର ପଛ ପାର୍ଶ୍ବକୁ ଟ୍ରାନ୍ସଫର କରାଯାଇପାରେ ବୋଲି କୁହାଯାଉଛି ।

କଲର ଅପସନ କଣ ରହିବ ?

ଏହି ସ୍ମାର୍ଟଫୋନଗୁଡ଼ିକ ବ୍ଲୁ, ଗ୍ରୀନ, ପିଙ୍କ, ହ୍ବାଇଟ ଓ ବ୍ଲାକ ରଙ୍ଗରେ ଉପଲବ୍ଧ ହେବ ବୋଲି ଆଶା କରାଯାଉଛି । ଲିକ୍‌ ହୋଇଥିବା ତଥ୍ୟ ଅନୁସାରେ ଏଥର ଆପଲ୍‌ Brownish shadeକୁ ଏହି ସିରିଜରେ ଆଡ୍‌ କରିପାରେ । ଏହାର ନାମ Desert Titanium କୁହାଯାଇପାରେ । ଏହା ମଧ୍ୟ କୁହାଯାଉଛି ଯେ ଚଳିତ ବର୍ଷ ଆପଲ୍‌ ଗୋଲ୍ଡ କଲର ଅପସନ (Gold Colour) ମଧ୍ୟ ଆଡ୍‌ କରିପାରେ ।

ଡିସପ୍ଲେ କେମିତି ରହିବ ?

iPhone 16 ଓ iPhone 16 Plusର ଡିସପ୍ଲେ ଏହାର ପ୍ରୋ ମଡେଲ ତୁଳନାରେ ଛୋଟ ହୋଇପାରେ । ଏହି ଦୁଇ ମଡେଲରେ 60Hz ରିଫ୍ରେସ ରେଟ ରହିବ । ଏହା ସମ୍ଭାବନା ଅଛି ଯେ ଆପଲ୍‌ iPhone 16 ଓ iPhone 16 Plus 2025ରେ ହାଇ ରିଫ୍ରେସ ରେଟ୍‌ ଫିଚରକୁ ଆଡ୍‌ କରିପାରେ ।

iPhone 16 ସିରିଜ୍‌ ଫିଚର୍ସ
iPhone 16 ସିରିଜ୍‌ ଫିଚର୍ସ (Apple Hub)

କଣ ରହିପାରେ ଫିଚର୍ସ ?

  • ପ୍ରୋସେସର: ଆଇଫୋନ 16 ପ୍ରୋ ମଡେଲରେ A18 Pro ଚିପସେଟ୍‌ ଓ ଆଇଫୋନ 16 ଭାରିଏଣ୍ଟରେ A18 ଚିପସେଟ୍‌ ରହିପାରେ ।
  • ବ୍ୟାଟେରୀ: ଏହି ଡିଭାଇସରେ 4,676mAh ବ୍ୟାଟେରୀ ରହିପାରେ ।
  • କ୍ୟାମେରା: ରୁମର୍‌ ଅନୁସାରେ iPhone 16 Pro Maxରେ 48MP ଅଲଟ୍ରା ୱାଇଡ ଆଙ୍ଗଲ କ୍ୟାମେରା ରହିପାରେ ।
  • ଷ୍ଟୋରେଜ: iPhone 16 Pro Maxରେ 256GB ରହିପାରେ । iPhone 16 ଓ iPhone 16 Plusରେ 8GB RAM ଷ୍ଟୋରେଜ ରହିପାରେ ଯାହାକି ଭବିଷ୍ୟତରେ ବୃଦ୍ଧି ପାଇ 12GB RAMରେ ପହଞ୍ଚିପାରେ ।

ପଢନ୍ତୁ ଅନ୍ୟ କିଛି ଖବର

Acer ଲଞ୍ଚ କଲା AI Laptop; ପତଳା ସାଙ୍ଗକୁ ହାଲକା ଷ୍ଟାଇଲିସ, ମିଳିବ ଏହି ଫିଚର

Most Slimmest Budget Phone: ଲଞ୍ଚ ହେଲା ସବୁଠୁ ପତଳା ଫୋନ Infinix Hot 50; ଦାମ ମାତ୍ର 10ହଜାର

Last Updated : Sep 9, 2024, 9:25 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.