ETV Bharat / state

Ganesh Puja 2024: ମାସେ ଧରି ସ୍ଵତନ୍ତ୍ର ରୀତିନୀତି ଅନୁଯାୟୀ ପୂଜା ପାଇବେ ଐତିହାସିକ ବୁଢ଼ା, ଟୋକା ଓ ପିଲା ଗଣେଶ - Unique Ganesh puja

author img

By ETV Bharat Odisha Team

Published : Sep 8, 2024, 6:02 PM IST

Unique Ganesh Puja in Bhadrak: ମାସେ ପର୍ଯ୍ୟନ୍ତ ପୂଜା ପାଇବେ ଗଜାନନ । ବୁଢ଼ା ଗଣେଶ, ଟୋକା ଗଣେଶ ଓ ପିଲା ଗଣେଶ ଭଳି ଭିନ୍ନ ଭିନ୍ନ ରୂପରେ ଭଦ୍ରକରେ ଚାଲିଛି ଗଣେଶ ପୂଜା । ଅଧିକ ପଢ଼ନ୍ତୁ

Unique Ganesh Puja in Bhadrak
Unique Ganesh Puja in Bhadrak (ETV Bharat Odisha)

ଭଦ୍ରକ: ଦୀର୍ଘ ଏକ ମାସ ଧରି ଭାଇଚାରାର ସହର ଭଦ୍ରକରେ ଅନୁଷ୍ଠିତ ହୁଏ ଐତିହାସିକ ଗଣେଶ ପୂଜା । ଆଦିଦେବ ଗଣେଶଙ୍କ ଆଗମନରେ ଉତ୍ସବ ମୁଖର ବିଭିନ୍ନ ପୂଜା ମଣ୍ଡପ । ତେବେ ଭାଇଚାରାର ସହର ଭଦ୍ରକ କାହିଁ କେତେ କାଳରୁ ପାଖାପାଖି ୫୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳିନ କରାଯାଉଅଛି । ଏକ ମାସ ଧରି ନିର୍ଦ୍ଦିଷ୍ଟ ପୂଜା ଉପଚାର ସହ ବଡ ଭୋଗ ଲାଗି କରି ବୁଢା ଗଣେଶଙ୍କୁ ପୂଜା କରାଯାଉଥିବା ବେଳେ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ । ଏଥିସହ ପିଲା ଗଣେଶଙ୍କ ପୂଜା ଉତ୍ସବ ପାଳନ ବି ବେଶ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଥାଏ ।

ବୁଢ଼ା ଗଣେଶ:

ବିଘ୍ନ ବିନାଶକ, ସେ ଲମ୍ବୋଦର, ଗୌରୀ ନନ୍ଦନ ଗଜାନନଙ୍କ ଅନେକ ରୂପ । ସବୁ ଯୁଗରେ ବିଭିନ୍ନ ଅବତାରରେ ପୂଜା ପାଇ ଆସୁଛନ୍ତି ଆଦିଦେବ ଗଣେଶ । ଶିଶୁ ରୂପେ ସେ ପିଲା ଗଣେଶ, ଯୁବାବସ୍ଥାରେ ସେ ଟୋକା ଗଣେଶ ଏବଂ ବୃଦ୍ଧାବସ୍ଥାରେ ସେ ବୁଢା ଗଣେଶ । ଦୀର୍ଘ ୫୦୦ ବର୍ଷ ଧରି ଗଣପତିଙ୍କ ଏହି ନିଆରା ପରମ୍ପରାକୁ ପାଳି ଆସୁଛି ଭାଇଚାରାର ସହର ଭଦ୍ରକ । ତେବେ ଐତିହାସିକ ବାବା ବୁଢା ଗଣେଶଙ୍କ ମଣ୍ଡପ ବହୁ ପୁରାତନ । ମୋଗଲ ଯୁଗରୁ ବାବା ବୁଢା ଗଣେଶଙ୍କ ବିଷୟରେ ବର୍ଣ୍ଣନା ହୋଇଛି । ଉଭୟ ହିନ୍ଦୁ ଏବଂ ମୁସଲମାନ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଏହି ଅବସରରେ ସାମିଲ ହୁଅନ୍ତି । ପ୍ରତ୍ୟେକ ବର୍ଷ ବୁଢା ଗଣେଶଙ୍କ ମୂର୍ତ୍ତି, ସମାନ ଭାବେ ଗଢା ହେବା ମଣ୍ଡପର ସ୍ୱତନ୍ତ୍ରତା । ଏଥିସହ ଏହି ଐତିହାସିକ ଗଣେଶ ପିଠରେ ମାନସିକ ନଡିଆ ପୂଜା କରାଯାଏ । ତେଣୁ ମାନସିକ କରି ନଡିଆ ଅର୍ପଣ କଲେ ସମସ୍ତ ମନସ୍କାମନା ପୂରଣ ହେବା ନେଇ ବିଶ୍ବାସ ରହିଛି । ବାବା ବୁଢା ଗଣେଶ ଗୋଟିଏ ମାସ ଧରି ମଣ୍ଡପରେ ବିରାଜିତ ହୁଅନ୍ତି । ଏହି ସମୟ ମଧ୍ୟରେ ହେବାକୁ ଥିବା ସମସ୍ତ ପର୍ବ ପର୍ବାଣୀ ସେଠାରେ ପାଳିତ ହୁଏ । ବନ୍ଧୁ ମିଳନ ସହ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରେ ପୂଜା କମିଟି । ମାସେ ପରେ ଅତି ଜାକଜମକରେ ହୋଇଥାଏ ବିସର୍ଜନ ଶୋଭାଯାତ୍ରା ।

ଏହା ମଧ୍ୟ ପଢ଼ନ୍ତୁ...ମନ୍ତ୍ର ଧ୍ବନୀରେ ଫାଟି ପଡ଼ୁଛି ରାଜଧାନୀ,ଗଣେଶ ପୂଜା ବୁଲି ଦେଖିଲେ ନବୀନ - ganesh puja 2024

ବୁଢ଼ା ଗଣେଶଙ୍କ ବିଶେଷତ୍ବ:

ଏନେଇ ବୁଢ଼ା ଗଣେଶ ପୂଜା କମିଟି ସମ୍ପାଦକମନୋରଞ୍ଜନ ସାହୁ କହିଛନ୍ତି, "ବୁଢ଼ା ଗଣେଶ ବୁହୁ ଦିନର ଠାକୁର, ପ୍ରାୟ ୫ଶହରୁ ୬ ବର୍ଷର ଠାକୁର । ନୀତିକାନ୍ତି ଅନୁସାରେ ପୂଜା କରାଯାଏ । ମଣ୍ଡପରେ ଠାକୁର ମାସେ ପର୍ଯ୍ୟନ୍ତ ରହିବେ । ଏହା ମଝିରେ ଯେତେ ପର୍ବ ହେବ ସବୁ ପର୍ବକୁ ଯାକଜମକରେ ପାଳନ ହେବ । ଦ୍ବିତୀୟା ଘାଣ୍ଟ ଖାଇବା ପରେ ପ୍ରଭୁଙ୍କ ବିସର୍ଜନ ହୁଏ । ବୁଢ଼ା ଗଣେଶଙ୍କ ବିଶେଷତ୍ବ ହେଉଛି, ମୂର୍ତ୍ତିର କାରିଗର ବଦଳିଛନ୍ତି, ମଣ୍ଡପ ବଦଳିଛି ହେଲେ ଠାକୁରଙ୍କ ଗଢ଼ଣ ଆଜି ପର୍ଯ୍ୟନ୍ତ ବଦଳି ନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...ରାଜଧାନୀର ପୂଜା ପାଇଲେ ଗଛ ଗଣେଶ,ଫୋକସରେ ପରିବେଶ ସୁରକ୍ଷା - Ganesh Chaturthi 2024
ଟୋକା ଗଣେଶ:

ସେହିପରି ୧୯୭୦ ମସିହାରୁ ପୂଜା ପାଇ ଆସୁଛନ୍ତି ଟୋକା ଗଣେଶ । ଓଡିଶା ପ୍ରସିଦ୍ଧ ଚାନ୍ଦି ମେଢରେ ସଜେଇ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦିଅନ୍ତି ଯୁବକ ଗଣେଶ । ଗଣପତିଙ୍କ ସମସ୍ତ ଅଳଙ୍କାର ମଧ୍ୟ ଚାନ୍ଦିରେ ନିର୍ମିତ ହୋଇଛି । ତେବେ ଆଗାମୀ ଦିନରେ ଏହି ମେଢ଼କୁ ଆହୁରି ଆକର୍ଷଣ କରିବା ପାଇଁ ପ୍ରୟାସ କରୁଛନ୍ତି ପୂଜା କମିଟି ସଦସ୍ୟ । ଏକ ମାସ ଧରି ଏଠାରେ ମଧ୍ୟ ବେଶ ଉତ୍ସାହ ମଧ୍ୟରେ ଟୋକା ଗଣେଶ ପୂଜା ପାଆନ୍ତି ।

ଏହା ମଧ୍ୟ ପଢ଼ନ୍ତୁ...ଅଗ୍ରପୂଜ୍ୟଙ୍କ ଆଗମନରେ ଉତ୍ସବମୁଖର ଧରାପୃଷ୍ଠ, ସବୁଠି ଚାଲିଛି ଗଜାନନଙ୍କ ଆରାଧନା - GANESH PUJA CELEBRATION

ପିଲା ଗଣେଶ:

ସେହିପରି କୁଆଁସରେ ୧୯୯୩ରୁ ଆରମ୍ଭ ହୋଇଛି ପିଲା ଗଣେଶ ପୂଜା । ଏହି ଗଣେଶ ପୂଜା ଅବସରରେ ଏକ ମାସ ଧରି ଆମିଷ ନଖାଇ ପିଲା ଗଣେଶଙ୍କୁ ପୂଜି ଆସୁଛନ୍ତି ଏଠାକାର ବାସିନ୍ଦା । ପିଲା ଗଣେଶ କମିଟି ଏଥର ପୂଜା ପାଇଁ ତୋରଣକୁ ବେଶ ଆକର୍ଷଣୀୟ ଢଙ୍ଗରେ ସାଜସଜ୍ଜା କରିଛନ୍ତି । କୁନିକୁନି ପିଲାଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରିବ ପିଲା ଗଣେଶ ପୂଜା କମିଟି । ଏଥିସହ ପ୍ରତିଦିନ ନିର୍ଦ୍ଧାରିତ ନୀତି ଭୋଗ ପିଲା ଗଣେଶଙ୍କୁ ଅର୍ପଣ କରାଯାଏ । ଶେଷରେ ଭସାଣୀ ଉତ୍ସବ ମଧ୍ଯ ବେଶ ଆଡମ୍ବର ସହକାରେ କରିବାକୁ କମିଟି ପକ୍ଷରୁ ସ୍ଥିର କରାଯାଇଛି । ମୋଟାମୋଟି ସମସ୍ତ ପୂଜା ମଣ୍ଡପରେ ପ୍ରଶାସନ ପକ୍ଷରୁ ଜାରି ନିର୍ଦ୍ଦେଶ ଅନୁଯାୟୀ ପୂଜା ଆୟୋଜନ କରୁଛନ୍ତି ପୂଜା କମିଟି । ମାସକ ପରେ ତିନି ଗଣେଶଙ୍କୁ ବିଦାୟ ଦେବ ଭଦ୍ରକବାସୀ । ଆଉ ଭସାଣି ଉତ୍ସବରେ ବିଭିନ୍ନ ପାରମ୍ପରିକ ବାଦ୍ୟଯନ୍ତ୍ର ସହ ଆଦିବାସୀ ମହିଳାଙ୍କ ନାଚଗୀତ ଏବଂ ଆଧୁନିକ ବାଦ୍ୟଯନ୍ତ୍ର ଶ୍ରଦ୍ଧାଳୁଙ୍କୁ ଭଦ୍ରକକୁ ଟାଣିଆଣେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.