ETV Bharat / bharat

kolkata Horror: ଭାଇରାଲ ହେଉଛି ଅଭୟାଙ୍କ ମା'ଙ୍କ ଲୁହଭିଜା ଚିଠି, ନ୍ୟାୟ ମାଗିବ ବିଶ୍ବ ! - Kolkata Rape Case

author img

By ETV Bharat Odisha Team

Published : Sep 8, 2024, 5:20 PM IST

Abhaya's Mother Pens Emotional letter:କୋଲକାତା ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଦେଶକୁ ଦୋହଲାଇ ଦେଇଛି । ଅଭୟାଙ୍କ ପାଇଁ ନ୍ୟାୟ ମାଗିବାକୁ ଯାଉଛନ୍ତି ବଡ଼ ବଡ଼ ଦେଶ । ସେପଟେ ଭାଇରାଲ ହୋଇଛି ଅଭୟାଙ୍କ ମା'ଙ୍କ ଚିଠି । ଯାହା ପଢିବା ପରେ ଆପଣ ବି ହୋଇଯିବେ ଭାବବିହ୍ୱଳ ।

Justice For Abhaya
Justice For Abhaya (ETV Bharat Odisha, X)

କୋଲକାତା: ବହୁ ଚର୍ଚ୍ଚିତ ଆରଜି କର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା । ଅଭୟାଙ୍କ ମାଆଙ୍କ ଚିଠି ଭାଇରାଲ ହେବାରେ ଲାଗିଛି । ଏହି କାଗଜ ଖଣ୍ଡରେ ଯାହା ଲେଖା ଅଛି, ତାହାକୁ ଦେଖିବା ପରେ ଆପଣଙ୍କ ଆଖିର ଲୁହ ବୋଲ ମାନିବନି । ଝିଅକୁ ନ୍ୟାୟ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ପୀଡିତାଙ୍କ ମାଆ । ଯାହାକି ଗୁରୁ ଦିବସ ଦିନର ହୋଇଥିବା ଜଣାପପଡ଼ିଛି ।

Emotional letter
Emotional letter (ETV Bharat Odisha)

ଚିଠିରେ ଏମିତି ଲେଖିଥିଲେ ଅଭୟାଙ୍କ ମା':

ଆଜି ଗୁରୁଦିବସରେ ସମସ୍ତ ଗୁରୁଙ୍କୁ ମୋ ଝିଅ ତରଫରୁ ମୁଁ ପ୍ରଣାମ ଜଣାଉଛି । ସେମାନେ ମୋ ଝିଅକୁ ତା ପାଠପଢା ସମୟରେ ଗାଇଡ୍ କରିଥିଲେ । ମୁଁ ହେଉଛି ସେହି ହତଭାଗିନୀର ମାଆ । ପିଲାଟି ଦିନରୁ ଡାକ୍ତର ହେବା ତା'ର ସ୍ବପ୍ନ ଥିଲା । ଆପଣମାନଙ୍କ ଭଳି ଉପଯୁକ୍ତ ଗୁରୁ ତା'ର ମାର୍ଗଦର୍ଶକ ସାଜିଥିଲେ । ତେଣୁ ସେ ତା' ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିଥିଲା ।"

Emotional letter
Emotional letter (X)

'ନ୍ୟାୟ ପାଇଁ ସହଯୋଗ କର'

ଅଭୟାଙ୍କ ମା' ଆହୁରି କହିଛନ୍ତି, "ମୋ ଝିଅ ସବୁବେଳେ କୁହେ ଯେ ମାଆ...ମୋତେ ଟଙ୍କା ଦରକାର ନାହିଁ । ମୁଁ କେବଳ ମୋ ନା ପଛରେ ବହୁ ଡିଗ୍ରୀ ଚାହେଁ । ମୁଁ ସବୁ ରୋଗୀଙ୍କୁ ସୁସ୍ଥ କରିବାକୁ ଚାହେଁ । ଜଣେ ମାଆ ହିସାବରେ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ନର୍ସିଂ ଷ୍ଟାଫଙ୍କୁ ମୋର ଅନୁରୋଧ, ନ୍ୟାୟ ପାଇଁ ସହଯୋଗ କରନ୍ତୁ । କେତେକ ଭଲ ଲୋକଙ୍କ ନୀରବତା ନ୍ୟାୟ ପ୍ରକ୍ରିୟାକୁ ବିଳମ୍ବ କରେ । ଅପରାଧୀକୁ ଖସିଯିବାକୁ ସହଜ ହୁଏ । ସବୁ ସାଧାରଣ ଲୋକଙ୍କୁ ମେଡିକାଲ ସୋସାଇଟି ସହ ଛିଡା ହେବାକୁ ମୋର ଅନୁରୋଧ ।"

Emotional letter
Emotional letter (social media)
ଏହା ବି ପଢନ୍ତୁ...ସୁରକ୍ଷାକୁ ପ୍ରାଥମିକତା; ପ୍ରତି ମହିଳା ଜାଣିନିଅନ୍ତୁ ଏହି ସେଫ୍ଟି APPs, ବିପଦ ବେଳେ ପାଖରେ ପହଞ୍ଚିବ ପୋଲିସ - SAFETY APPS FOR WOMEN

ବିଦେଶରେ 'Justice For Abhaya' ନାରା !

ଅଭୟାଙ୍କ ପାଇଁ ନ୍ୟାୟ ମାଗିବ ବିଶ୍ବ । ଖାଲି ଦେଶ ନୁହେଁ, ବିଦେଶରେ ମଧ୍ୟ ଜଷ୍ଟିସ ଫର୍ ଅଭୟା ସ୍ବର ଶୁଭିବ । ଏନେଇ କୋଲକାତାର ଏକ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଛି । ଆମେରିକା, ବ୍ରିଟେନ, ଆୟରଲ୍ୟାଣ୍ଡ, କାନାଡା, ଜର୍ମାନୀ, ନେଦରଲ୍ୟାଣ୍ଡସ, ଅଷ୍ଟ୍ରେଲିଆ ଭଳି ଦେଶରେ ବିକ୍ଷୋଭ କରାଯିବାକୁ ଆହ୍ବାନ ଦିଆଯାଇଛି । ଡାକ୍ତରଙ୍କ ସମେତ ଛାତ୍ରଛାତ୍ରୀ ଏନେଇ ସ୍ବର ଉଠାଇବାକୁ କୁହାଯାଇଛି ।

କ'ଣ ଥିଲା ସେଦିନ ରାତିର ଘଟଣା?

ସୂଚନାନୁସାରେ, ପୀଡିତା ଏବଂ ଦୁଇଜଣ ପ୍ରଥମ ବର୍ଷର ସ୍ନାତକୋତ୍ତର ଟ୍ରେନି ଡାକ୍ତର ପ୍ରାୟ ମଧ୍ୟରାତ୍ରିରେ ଏକାଠୀ ରାତ୍ରୀଭୋଜନ କରିଥିଲେ । ତା’ପରେ ସେମାନେ ସେମିନାର ରୁମକୁ ଯାଇ କିଛି ସମୟ ବିଶ୍ରାମ କରିଥିଲେ । ସେଠାରେ ସେମାନେ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ ଜାଭେଲିନ୍ ଇଭେଣ୍ଟ ଦେଖିଥିଲେ । ରାତି ପ୍ରାୟ 2ଟା ସମୟରେ ଦୁଇ ସହକର୍ମୀ ସେମିନାର ହଲରୁ ଶୟନ କୋଠରୀକୁ ଯାଇଥିଲେ । ସେଠାରେ ସେମାନେ ଡ୍ୟୁଟିରେ ଥିବା ଡାକ୍ତରମାନଙ୍କ ବିଶ୍ରାମ ପାଇଁ ଥିବା ପ୍ରକୋଷ୍ଠରେ ବିଶ୍ରାମ କରିଥିଲେ । କିନ୍ତୁ ପୀଡିତା ସେମିନାର ରୁମରେ ରହିଥିଲେ । ପୂର୍ବାହ୍ନ ପ୍ରାୟ 9.30 ସମୟରେ ପୀଡିତାଙ୍କ ସହ ରାତ୍ରିଭୋଜନ କରିଥିବା ଜଣେ ଟ୍ରେନି ଡାକ୍ତର ସେମିନାର ହଲକୁ ଯାଇଥିଲେ । ସେଠାରେ ପୀଡିତାଙ୍କ କ୍ଷତାକ୍ତ ମୃତଦେହ ଦେଖିବାକୁ ପାଇଥିଲେ । ପୀଡିତାଙ୍କୁ ଅତି ନିର୍ମମ ଭାବେ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ରହିଛି ।

ଏହା ବି ପଢନ୍ତୁ...Aparajita:ଏଣିକି ଦୁଷ୍କର୍ମକାରୀଙ୍କୁ ୧୦ ଦିନରେ ଫାଶୀଦଣ୍ଡ, ପଶ୍ଚିମବଙ୍ଗ ବିଧାନସଭାରେ ବିଲ୍ ପାସ୍ - Anti Rape Bill Passed

ଏହା ବି ପଢନ୍ତୁ...କୋଲକାତା ଦୁଷ୍କର୍ମ ଓ ହତ୍ୟା ମାମଲା: ପୀଡିତାଙ୍କ 4 ସହକର୍ମୀଙ୍କ ହେବ ଲାଏ-ଡିଟେକ୍ସନ ଟେଷ୍ଟ, ସାମ୍ନାକୁ ଆସିବାରେ ଲାଗିଛି ସେଦିନ ରାତିର କଥା - Kolkata Doctor rape murder case

ଏହା ବି ପଢନ୍ତୁ...କୋଲକାତା ଡାକ୍ତର ଦୁଷ୍କର୍ମ-ହତ୍ୟା ମାମଲା: ପୁଣି ଭତ୍ସନା କଲେ ସୁପ୍ରିମକୋର୍ଟ, ଆନ୍ଦୋଳନରତ ଡାକ୍ତରଙ୍କୁ କାମରେ ଯୋଗଦେବାକୁ କହିଲେ - Kolkata Doctor rape murder

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.