ETV Bharat / bharat

କୋରୋନା ଭୟରେ ଯୁବକଙ୍କ ଆତ୍ମହତ୍ୟା

author img

By

Published : Mar 24, 2020, 4:56 PM IST

କୋରୋନା ସଂକ୍ରମଣ ଭୟରେ ଯୁବକ କଲେ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ । ଅଧିକ ପଢନ୍ତୁ ...

Corona scare drives youth to suicide, third in UP
କୋରୋନା ଭୟରେ ଯୁବକ କଲେ ଆତ୍ମହତ୍ୟା

ଲକ୍ଷ୍ନୌ: କୋରୋନା ଡର । କୋରୋନା ସଂକ୍ରମଣ ଭୟରେ ଯୁବକ କଲେ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ । କୋରୋନା ଭୟରେ ଆତ୍ମହତ୍ୟା ଘଟଣା ୟୁପିରେ ତୃତୀୟ । ସପ୍ତାହ ମଧ୍ୟରେ ଦୁଇ ଦୁଇଟି ପୃଥକ ଘଟଣା । ୟୁପିର ହାପୁର ଏବଂ ବରେଲିରେ ଦୁଇଜଣ ଯୁବକ କରିଥିଲେ ଆତ୍ମହତ୍ୟା । କାରଣ ସେମାନେ ଭାବୁଥିଲେ କି, ମାରାତ୍ମକ କୋରୋନା ଭୂତାଣୁ ଦ୍ବାରା ସେମାନେ ଆକ୍ରାନ୍ତ ଅଛନ୍ତି ।

ଖବର ଅନୁଯାୟୀ, କାନପୁରର ସାଚେଣ୍ଡି ପୋଲିସ ସର୍କଲର ବିଣାପୁର ଗ୍ରାମରେ ମଙ୍ଗଳବାର ଦିନ ଯୁବକ ଜଣକ ଫାଶୀ ଦେଇ ଆତ୍ମହତ୍ୟା କରିଥିଲେ । ସେ ଗତ ଏକ ସପ୍ତାହରୁ ଜ୍ୱର ଏବଂ କାଶରେ ପୀଡିତ ଥିଲେ। ପୋଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

@ IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.