ETV Bharat / bharat

ଡାକ୍ତରଙ୍କ ମହାନତା; ନିଜେ ରକ୍ତ ଦେଲେ, ଅସ୍ତ୍ରୋପଚାର ବି କଲେ

କୁହାଯାଏ ଭଗବାନଙ୍କ ଦ୍ବିତୀୟ ଅବତାର ହେଉଛନ୍ତି ଡାକ୍ତର । ବର୍ତ୍ତମାନ କୋରୋନା ସମୟରେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରୁଥିବା ବେଳେ, ଏବେ ଜଣେ ଗ୍ୟାଙ୍ଗରେନ ରୋଗୀଙ୍କୁ ରକ୍ତ ଦେଇ ତାର ସଫଳ ଅସ୍ତ୍ରୋପଚାର କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

author img

By

Published : Jul 23, 2020, 11:01 AM IST

ଡାକ୍ତରଙ୍କ ମହାନତା; ନିଜେ ରକ୍ତ ଦେଲେ ଅସ୍ତ୍ରୋପଚାର ମଧ୍ୟ କଲେ

ନୂଆଦିଲ୍ଲୀ: କୋରୋନା ସମୟରେ କେବଳ ଡାକ୍ତରମାନେ ଯେ ଏହି ମହାମାରୀ ସହିତ ଯୁଦ୍ଧ କରୁଛନ୍ତି ତା ନୁହଁ, ବରଂ ସେମାନେ ରୋଗୀମାନଙ୍କୁ ମଧ୍ୟ ନିଜର ରକ୍ତ ଦେଉଛନ୍ତି ଯେଉଁମାନଙ୍କୁ ରକ୍ତ ଦେବା ପାଇଁ କେହି ବନ୍ଧୁ ବା ସମ୍ପର୍କୀୟ ନାହାଁନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଦିଲ୍ଲୀ ସ୍ଥିତ AIIMSରେ । ଡାକ୍ତର ଫବାଜ ତାଙ୍କ ରୋଗୀଙ୍କ ଜରୁରୀକାଳୀନ ଅସ୍ତ୍ରୋପଚାର ପାଇଁ ରକ୍ତ ଦାନ କରିଥିଲେ ଏବଂ ପରେ ରୋଗୀଙ୍କୁ ଅସ୍ତ୍ରୋପଚାର ପାଇଁ ଅପରେସନ ଥିଏଟରକୁ ନେଇଥିଲେ।

ସୂଚନା ମୁତାବକ, ନୂଆଦିଲ୍ଲୀ ଏମ୍ସର ଜେନେରାଲ ସର୍ଜରୀ ଡିପାର୍ଟମେଣ୍ଟର ଡାକ୍ତର ଫବାଜ । ଯେତବେଳେ ଉକ୍ତ ରୋଗୀଙ୍କୁ ତୁରନ୍ତ ଅସ୍ତ୍ରୋପଚାର କରାଯିବା ଆବଶ୍ୟକ ଥିଲା, କିନ୍ତୁ ସେହି ସମୟରେ ରୋଗୀକୁ ରକ୍ତ ଦେବା ପାଇଁ କୌଣସି ବନ୍ଧୁ କିମ୍ବା ସମ୍ପର୍କୀୟ ନଥିଲେ। ଏଭଳି ପରିସ୍ଥିତିରେ ଡାକ୍ତର ନିଜେ ରକ୍ତ ଦେବାକୁ ନିଷ୍ପତ୍ତି ନେଇଥିଲେ। ବ୍ଲଡ ବ୍ୟାଙ୍କକୁ ଯାଇ ପ୍ରଥମେ ତାଙ୍କ ରୋଗୀଙ୍କ ପାଇଁ ରକ୍ତ ଦାନ କରିଥିଲେ ଏବଂ ଏହା ପରେ ସେ ରୋଗୀଙ୍କୁ ତୁରନ୍ତ ଅସ୍ତ୍ରୋପଚାର ପାଇଁ ଅପରେସନ ଥିଏଟରକୁ ନେଇଥିଲେ ଏବଂ ଅପରେସନ କରି ତାଙ୍କ ଜୀବନ ରକ୍ଷା କରିଥିଲେ।

ତେବେ ରୋଗୀ ଜଣଙ୍କ ଅସ୍ତ୍ରୋପଚାର ପାଇଁ ବିହାରରୁ ଦିଲ୍ଲୀ ଏମ୍ସକୁ ଆସିଥିଲେ । ତାଙ୍କ ଗୋଡରେ ଗ୍ୟାଙ୍ଗରେନ ହୋଇଯାଇଥିଲା । ଯଦି ଏହି ଅସ୍ତ୍ରୋପଚାର ଠିକ ସମସୟରେ ହୋଇନଥାନ୍ତା, ତେବେ ତାଙ୍କର ଗୋଡ କାଟିବାକୁ ପଡିଥାନ୍ତା । ତାଙ୍କୁ ରକ୍ତ ଦେବାକୁ କେହି ନଥିଲେ, କେବଳ ତାଙ୍କ ପତ୍ନୀ ଥିଲେ , ହେଲେ ତାଙ୍କର ହିମୋଗ୍ଲୋବିନ ସ୍ତର ବହୁତ କମ ଥିବାରୁ ସେ ଏଥିପାଇଁ ସାମର୍ଥ୍ୟ ନଥିଲେ । ତେବେ ମେଡିକାଲରେ ପୂର୍ବ ଅପେକ୍ଷା ରକ୍ତର ବହୁତ ଅଭାବ ଥିଲା । କାରଣ କୋରୋନା ସମୟରେ କେହି ରକ୍ତ ଦେବାକୁ ଭୟରେ ଆସୁନାହାନ୍ତି । ଯେଉଁଥିପାଇଁ ଏହି ସମସ୍ୟା ଡାକ୍ତରଙ୍କ ଆଗରେ ଏକ ବଡ ସମସ୍ୟା ହୋଇ ଠିଆ ହୋଇଥିଲା । କିନ୍ତୁ ଏହାର ସମାଧାନ ବାହାର କରି ଡାକ୍ତର ନିଜେ ରକ୍ତ ଦେଇ ରୋଗୀର ସଫଳ ଅସ୍ତ୍ରୋପଚାର କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.