ଚଣ୍ଡିଗଡ଼: ପଞ୍ଜାବର ବଠିଣ୍ଡାରେ ଖାଇକୁ ଖସିଲା ବସ । 8 ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 46 ଜଣ ଉଦ୍ଧାର ହୋଇଛନ୍ତି । ଏନେଇ SSP ଅମନୀତ କୋମଲ ସୂଚନା ଦେଇଛନ୍ତି । ସେ କହିଛନ୍ତି, "ହସ୍ପିଟାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବସ ସହ ଟ୍ରଲର ଧକ୍କା ହେବାରୁ ଭାରସାମ୍ୟ ହରାଇ ବସଟି ଖାଇକୁ ଖସି ପଡ଼ିଥିବା ଯାତ୍ରୀମାନେ କହିଛନ୍ତି ।" ବସରେ ମୋଟ୍ କେତେ ଜଣ ଯାତ୍ରୀ ଥିଲେ ସେନେଇ ସୂଚନା ମିଳିପାରିନାହିଁ ।
ଉଦ୍ଧାର କାର୍ଯ୍ୟରେ NDRF:
ଏନଡିଆରଏଫ ଓ ସ୍ଥାନୀୟ ପୋଲିସ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଛି । ସୂଚନା ଅନୁସାରେ ବସଟି ତଲୱଣ୍ଡି ସାବୋରୁ ବଠିଣ୍ଡା ସହରକୁ ଯାଉଥିଲା । ଏହି ସମୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି ବସ୍ । ଏହି ଦୁର୍ଘଟଣାକୁ ନେଇ ଆମ ଆଦମୀ ପାର୍ଟି ବିଧାୟକ ଜଗରୂପ ସିଂ ଗିଲ୍ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, "ଆଜି ଏକ ଦୁଃଖଦ ଘଟଣା ଘଟିଯାଇଛି । ଫଳରେ 3 ଜଣଙ୍କ ଜୀବନ ଯାଇଛି । ମୃତକଙ୍କ ପରିବାରକୁ ଅନୁକମ୍ପା ଓ ଆହତଙ୍କ ଚିକିତ୍ସା ପାଇଁ ସରକାରୀ ସହାୟତା ପାଇଁ ନିବେଦନ କରାଯାଇଛି ।"
#WATCH | Amneet Kondal, SSP Bathinda, says, " 46 passengers were rescued. 8 deaths are confirmed as of now. the health conditions of others are normal..." pic.twitter.com/7SVZOpXbwR
— ANI (@ANI) December 27, 2024
ଏହା ବି ପଢନ୍ତୁ...ଲ୍ୟାଣ୍ଡିଂ ବେଳେ ବିମାନ କ୍ରାସ, 38 ମୃତ
ଏହା ବି ପଢନ୍ତୁ...ଖାଇକୁ ଖସିଲା ସେନା ଗାଡି, ୫ ଯବାନ ଶହୀଦ
ବଠିଣ୍ଡାର ଡେପୁଟି କମିଶନର ଶୌକତ ଅହମ୍ମଦ କହିଛନ୍ତି," ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ଆସି ପହଞ୍ଚିଥିଲେ । ଯାତ୍ରୀମାନଙ୍କୁ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । ବସରେ ମୋଟ୍ କେତେ ଜଣ ଯାତ୍ରୀ ଥିଲେ ସେନେଇ ଆମେ ଛାନଭିନ ଜାରି ରଖିଛୁ ।"
ଭାରସାମ୍ୟ ହରାଇ ଖସିପଡିଲା ବସ:
ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ପାଗ ଖରାପ ସହ ପ୍ରବଳ ବର୍ଷା ହେଉଥିଲେ । ସେହି ସ୍ଥାନରେ ବସ ଓ ଗୋଟିଏ ଟ୍ରଲର ଆସୁଥିଲା । ବସ ସହ ଟ୍ରଲର ଧକ୍କା ହୋଇଥିବାବେଳେ ଭାରସାମ୍ୟ ହରାଇ ବସଟି ଖସି ପଡିଥିଲା । ଘଟଣାସ୍ଥଳରେ 3 ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବାବେଳେ 5 ଜଣଙ୍କୁ ହସ୍ପିଟାଲରେ ମୃତ ଘୋଷଣା କଲେ ଡାକ୍ତର । ଉଦ୍ଧାର ହୋଇଥିବା 46 ଜଣ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ସେମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ମଧ୍ୟ ରହିଛନ୍ତି ।
ଏହା ବି ପଢନ୍ତୁ...ପୋଲରେ ଭାରସାମ୍ୟ ହରାଇଲା ବସ, କେନାଲକୁ ଓଲଟି ପଡିଲା
ଏହା ବି ପଢନ୍ତୁ...୩ ବର୍ଷ ପରେ ଜଣାପଡ଼ିଲା CDS ବିପିନ ରାଓ୍ବତଙ୍କ ବିମାନ ଦୁର୍ଘଟଣା ଏବଂ ମୃତ୍ୟୁ କାରଣ