ETV Bharat / snippets

ନାତିକୁ ଧରି ବସିଥିଲେ ଆଈ, ଛୁରାମାଡ କଲା ଦୈତାରୀ

author img

By ETV Bharat Odisha Team

Published : Jul 10, 2024, 6:21 PM IST

Woman Allegedly Attacked
Woman Allegedly Attacked (ETV Bharat Odisha)

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଲମପୁର ଥାନା ଅନ୍ତର୍ଗତ ପରୁଆଗୁଡା ଗାଁରେ ମହିଳାଙ୍କୁ ଛୁରାମାଡ । ଶରୀରର ବିଭିନ୍ନ ସ୍ଥାନରେ ଆଘାତ ହୋଇଥିବା ଜଣାପଡିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପଡୋଶୀ ଦୈତାରି ପଟେଲ କୃଷ୍ଣ ପ୍ରିୟା ପଟେଲଙ୍କୁ ଛୁରାମାଡ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କଲମପୁର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ସଙ୍କଟାପନ୍ନ ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁଯାୟୀ, କୃଷ୍ଣପ୍ରିୟା ସରକାରୀ ରାସ୍ତାପଶି ଚୁରାକଡ଼ରେ ଘର କରିବା ସହ ରାସ୍ତାକୁ ଲାଗି ଶୌଚାଳୟ ନିର୍ମାଣ କରିଛନ୍ତି । ଯାହାକୁ ନେଇ ଦୈତାରୀ ପଟେଲ ଓ କୃଷ୍ଣ ପ୍ରିୟା ପଟେଲଙ୍କ ମଧ୍ୟରେ ଦୀର୍ଘ ଦିନରୁ ବଚସା ଲାଗି ରହିଥିଲା । ଏହା ଉଗ୍ର ରୂପ ନେବାରୁ କୃଷ୍ଣପ୍ରିୟା ଓ ତାଙ୍କର ୩ ମାସର ନାତିକୁ ଆକ୍ରମଣ କରିଛି ଦୈତାରୀ । ପୋଲିସ ଦୈତାରୀକୁ ଗିରଫ କରିଛି ।

ଇଟିଭି ଭାରତ, କଳାହାଣ୍ଡି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.