ETV Bharat / snippets

ମଧ୍ୟାହ୍ନ ଭୋଜନ ଅଣ୍ଡା ତରକାରୀ ବିଗାଡିଲା ସ୍ବାସ୍ଥ୍ୟ, ଅସୁସ୍ଥ ଛାତ୍ରଛାତ୍ରୀ ମେଡିକାଲରେ ଭର୍ତ୍ତି

author img

By ETV Bharat Odisha Team

Published : Jul 27, 2024, 3:40 PM IST

school students are sick after eating eggs
school students are sick after eating eggs (ETV Bharat Odisha)

ବାଲେଶ୍ୱର: ସ୍କୁଲରେ ଅଣ୍ଡା ତରକାରୀ ଖାଇ ଅସୁସ୍ଥ ଛାତ୍ରଛାତ୍ରୀ । ଏଭଳି ଘଟଣା ଘଟିଛି ସୋର ବ୍ଲକ ଅଧୀନସ୍ଥ ଏକ ପ୍ରାଥମିକ ବିଦ୍ୟାଳୟରେ । ଅସୁସ୍ଥ ଛାତ୍ରଛାତ୍ରୀଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସୂଚନା ଅନୁସାରେ, ସୋର ବ୍ଲକ କେଦାରପୁର ପଞ୍ଚାୟତ ବାଣୀସିଆ ପ୍ରାଥମିକ ବିଦ୍ୟଳୟରେ ଆଜି ମଧ୍ୟାହ୍ନ ଭୋଜନ ଖାଇ ୬ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇ ସୋର ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଆଜି ମଧ୍ୟାହ୍ନରେ ୩୫ଜଣ ପିଲାଙ୍କୁ ମଧ୍ୟାହ୍ନ ଭୋଜନରେ ଅଣ୍ଡା ତରକାରୀ ଓ ଭାତ ଦିଆଯାଇଥିଲା । ମଧ୍ୟାହ୍ନ ଭୋଜନ ଖାଇବା ପରେ କିଛି ପିଲାଙ୍କ ପେଟ କାଟିବା ସହ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ । ଧିରେ ଧିରେ ପିଲାମାନେ ଅସୁସ୍ଥ ହୋଇ ପଡ଼ିବାରୁ ଶିକ୍ଷକ ଓ କମିଟି ମେମ୍ବରମାନେ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ । ଚିକିତ୍ସା ପରେ ଛାତ୍ରଛାତ୍ରୀ ସୁସ୍ଥ ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.