Nuakhai 2024: ଗଣେଶ ମଣ୍ଡପ ବୁଲିଲେ ଓ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ନବୀନ - Naveen visits Ganesh mandap

By ETV Bharat Odisha Team

Published : Sep 8, 2024, 7:46 AM IST

Updated : Sep 8, 2024, 10:24 AM IST

thumbnail
Nuakhai 2024: ଗଣେଶ ମଣ୍ଡପ ବୁଲିଲେ ଓ ନୂଆଁଖାଇର ଶୁଭେଚ୍ଛା ଜଣାଇଲେ ନବୀନ (ETV Bharat Odisha)

ଭୁବନେଶ୍ବର: ଗତକାଲି ଗଣେଶ ଚତୁର୍ଥୀ ଥିବା ବେଳେ ଆଜି ପଶ୍ଚିମ-ଓଡିଶାର ଗଣପର୍ବ ନୂଆଁଖାଇ । ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟବାସୀଙ୍କୁ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ଗଣେଶ ପୂଜା ଅବସରରେ ନବୀନ ରାଜଧାନୀର ଏକାଧିକ ପୂଜାମଣ୍ଡପ ପରିଦର୍ଶନ କରି ପ୍ରଭୁ ଗଜାନନଙ୍କ ଦର୍ଶନ ସହ ଆଶୀର୍ବାଦ ନେଇଥିଲେ । ନବୀନଙ୍କୁ ବିଭିନ୍ନ ପୂଜା ମଣ୍ଡପର କାର୍ଯ୍ୟକର୍ତ୍ତା ଓ ସାଧାରଣ ଜନତା ସ୍ବାଗତ କରିଥିବା ଦେଖିବାକୁ ମିଳିଥିଲା । ସାଙ୍ଗରେ ଭୁବନେଶ୍ବର ମେୟର ସୁଲୋଚନା ନାୟକ ମଧ୍ୟ ଉପସ୍ଥିତ ଥିଲେ । ସଂଧ୍ୟାରେ ନବୀନ ଏକ ଭିଡିଓ ବର୍ତ୍ତାରେ ନୂଆଁଖାଇର ଶୁଭ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ । ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ ବୋଲି ନବୀନ ଶୁଭେଚ୍ଛା ବାର୍ତ୍ତାରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଆଜି ନୂଆଖାଇ ପାଇଁ ସମଗ୍ର ପଶ୍ଚିମ ଓଡିଶା ଉତ୍ସବମୁଖର ହୋଇଛି । ବର୍ଷର ପ୍ରଥମ ଅମଳ ଶସ୍ୟ ମା’ଙ୍କ ନିକଟରେ ଲାଗି ହେବା ପରେ ସମସ୍ତେ ନବାନ୍ନ ଗ୍ରହଣ କରିବେ । 

Last Updated : Sep 8, 2024, 10:24 AM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.