ETV Bharat / snippets

ଅଗଷ୍ଟ 9ରେ ହେବନି OTET ପରୀକ୍ଷା, ଜାଣନ୍ତୁ କେବେ ହେବ

author img

By ETV Bharat Odisha Team

Published : Jul 24, 2024, 8:44 PM IST

Odisha Teacher Eligibility Test 2024
Odisha Teacher Eligibility Test 2024 (ETV Bharat Odisha)

କଟକ: ଘୁଞ୍ଚିଲା ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET) ପରୀକ୍ଷା । ଓଟିଇଟି 2024 ପରୀକ୍ଷା ପାଇଁ ମାଧ୍ୟମିକ ଶିକ୍ଷା ବୋର୍ଡ (BSE) ପକ୍ଷରୁ ଆଉ ଏକ ତାରିଖ ଧାର୍ଯ୍ୟ କରାଯାଇଛି । ଉଭୟ ପେପର-I ଓ ପେପର-II ପାଇଁ ଏକ ନୂତନ ତାରିଖ ଘୋଷଣା କରାଯାଇଛି ।

ବିଏସଇ ସୂଚନା ଅନୁଯାୟୀ, ପରୀକ୍ଷା ହେବା ପାଇଁ ପୂର୍ବରୁ ଅଗଷ୍ଟ ୯ ତାରିଖରେ ଧାର୍ଯ୍ୟ କରାଯାଇଥିଲା । ମାତ୍ର ଏହାକୁ ଅଗଷ୍ଟ 17 ତାରିଖକୁ ଘୁଞ୍ଚାଇ ଦିଆଯାଇଛି । BSE ଏହାର ଅଫିସିଆଲ୍ ୱେବସାଇଟରେ ସଂଶୋଧିତ OTET ପରୀକ୍ଷା ତାରିଖ ଘୋଷଣା କରିଛି । ସପ୍ଲିମେଣ୍ଟାରୀ ପରୀକ୍ଷା ଚାଲି ଥିବାରୁ ଏହି ପରୀକ୍ଷାକୁ ପରିବର୍ତ୍ତନ କରାଯାଇଥିବା ବୋର୍ଡ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ଅଗଷ୍ଟ 12 ତାରିଖରୁ BSE ୱେବସାଇଟ୍ www.bseodisha.ac.inରେ ଉପଲବ୍ଧ ହେବ ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.