ETV Bharat / snippets

ଅଧାରେ ରହିଲା ଭୋଳାବାବାଙ୍କୁ ଜଳଲାଗି, ନଦୀରେ ବୁଡିଗଲେ କାଉଡ଼ିଆ

author img

By ETV Bharat Odisha Team

Published : Jul 28, 2024, 4:16 PM IST

Kanwariya Death in bhadrak
Kanwariya Death in bhadrak (ETV Bharat Odisha)

ଭଦ୍ରକ: ବୋଲବମ୍ ଯାତ୍ରା ପାଇଁ ପାଣି ଉଠାଇବା ବେଳେ ଅଘଟଣ । ନଦୀରେ ବୁଡି କାଉଡ଼ିଆଙ୍କ ମୃତ୍ୟୁ । ବୈତରଣୀ ନଦୀର ବଲ୍ଲଭିଘାଟରେ ଘଟିଛି ଏଭଳି ଅଘଟଣ । ଆରଡ଼ିସ୍ଥିତ ଆଖଣ୍ଡଳମଣିକୁ ପାଣି ନେବା ପାଇଁ ପାଣି ନେବାକୁ ଆସି ବୁଡିଗଲେ କାଉଡ଼ିଆ । ମୃତକ ହେଲେ ଭଣ୍ଡାରିପୋଖରୀ ବ୍ଲକ ପୁରୁଷୋତ୍ତମପୁର ଅଞ୍ଚଳର ପ୍ରଶାନ୍ତ ସାମଲ । ପ୍ରଶାନ୍ତ ବୁଡ଼ିବା ଦେଖି ଆଉ ଜଣେ କାଉଡ଼ିଆ ମନ୍ମଥ ସାମଲ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ବୁଡ଼ି ଯାଇଥିଲେ । କିନ୍ତୁ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି । ଆଜି ସକାଳୁ ପୁରୁଷୋତ୍ତମପୁର ଗାଁରୁ ପ୍ରଶାନ୍ତ ସାମଲ ଓ ତାଙ୍କ କିଛି ସାଙ୍ଗ ପାଣି ଉଠାଇବାକୁ ସଖାଳୁ ବୈତରଣୀ ନଦୀକୁ ଆସିଥିଲେ l ତେବେ ପ୍ରଶାନ୍ତ ଗାଧେଇବା ପାଇଁ ନଦୀ ଭିତରକୁ ଯାଇଥିଲେ l ହଠାତ୍ କୌଣସି କାରଣରୁ ସେ ନଦୀରେ ବୁଡ଼ିଯାଇଥିଲେ ।

ଇଟିଭି ଭାରତ, ଭଦ୍ରକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.