ETV Bharat / bharat

PhD Food Vendor: ପିଏଚଡି କରି ବିକୁଛନ୍ତି ଚିକେନ ପକୋଡା, ରିସର୍ଚ୍ଚ ଆର୍ଟିକିଲ ଦେଖି ତାଜୁବ ଆମେରିକୀୟ ବ୍ଲଗର - Viral Video

author img

By ETV Bharat Odisha Team

Published : Sep 8, 2024, 2:06 PM IST

PhD Food Vendor: ଗତ କିଛି ଦିନ ହେବ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଷ୍ଟ୍ରିଟ୍ ଫୁଡ ବିକ୍ରି କରୁଥିବା ଜଣେ ଯୁବକଙ୍କୁ ଦେଖିବାକୁ ମିଳିଛି । ଏହି ଷ୍ଟ୍ରିଟ୍ ଫୁଡ ବିକ୍ରି କରୁଥିବା ଯୁବକଙ୍କ ଶିକ୍ଷାଗତ ଯୋଗ୍ୟତା ଜାଣିଲେ ଆପଣଙ୍କ ହୋସ ଉଡିଯିବ । ଆସନ୍ତୁ ଜାଣିବା କିଏ ସେହି ଯୁବକ, କାହିଁକି ଏବଂ କିପରି ଭାଇରାଲ ହେଲା ଭିଡିଓ...

PhD Food Vendor
PhD Food Vendor (ETV Bharat Odisha)

ହାଇଦ୍ରାବାଦ: ଗତ କିଛି ଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏକ ଭିଡିଓ । ତାମିଲନାଡୁ ରାଜଧାନୀ ଚେନ୍ନାଇରେ ଷ୍ଟ୍ରିଟଫୁଡ ବିକ୍ରି କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ଜଣେ ଯୁବକ । ଯିଏକି ଜଣେ ‘ପିଏଚଡି’ ସ୍କଲାର । ଜଣେ ଆମେରିକୀୟ ପର୍ଯ୍ୟଟକ ତଥା ବ୍ଲଗରଙ୍କ ନଜରକୁ ଏହି ଘଟଣା ଆସିବା ପରେ, ଭିଡିଓଟିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।

  • PhD ସ୍କଲାରଙ୍କ ଫାଷ୍ଟଫୁଡ୍ ଷ୍ଟଲ:

ଆମେରିକୀୟ ବ୍ଲଗର କ୍ରିଷ୍ଟୋଫର ଲ୍ୟୁଇସ ତାମିଲନାଡୁ ପରିଭ୍ରମଣରେ ଆସିଥିଲେ । ବିଭିନ୍ନ ସ୍ଥାନ ବୁଲିବା ପାଇଁ ସେ ଗୁଗୁଲ ସର୍ଚ୍ଚ କରୁଥିବା ବେଳେ ହଠାତ ତାଙ୍କ ନଜରକୁ ଆସିଥିଲା ଚେନ୍ନାଇରେ ଥିବା ଏହି ଫୁଡ୍ କାର୍ଟ । ତେଣୁ ସେ ସେହି ସ୍ଥାନକୁ ଯିବା ପାଇଁ ମନସ୍ଥ କଲେ । ସେଠାରେ ପହଞ୍ଚି ଯେତେବେଳେ ଦୋକାନୀଙ୍କ ସହ କଥାବାର୍ତ୍ତା କଲେ ସେତେବେଳେ ଲ୍ୟୁଇସଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ । ଜାଣିବାକୁ ପାଇଲେ ଷ୍ଟ୍ରିଟଫୁଡ ବିକୁଥିବା ଯୁବକ ହେଉଛନ୍ତି ଜଣେ ପିଏଚଡି ସ୍କଲାର ।

  • ଦୋକାନୀଙ୍କ ରିସର୍ଚ୍ଚ ଆର୍ଟିକିଲ ଦେଖି ତାଜୁବ ବ୍ଲଗର:

ଦୋକାନୀ ଜଣଙ୍କ ଲ୍ୟୁଇସଙ୍କୁ କହିଲେ, "ମୁଁ ବାଇଟେକନୋଲୋଜିରେ PhD ଅଧ୍ୟୟନ କରୁଛି । ଯଦି ଆପଣ ମୋ ନାଁ ଗୁଗୁଲରେ ସର୍ଚ୍ଚ କରନ୍ତି, ତେବେ ମୋର ଆର୍ଟିକିଲଗୁଡିକ ମଧ୍ୟ ଦେଖିବାକୁ ପାଇବେ ।" ଏହାପରେ ବ୍ଲଗର ଜଣଙ୍କ ତୁରନ୍ତ ଗୁଗୁଲ ସର୍ଚ୍ଚ କରି ସତକୁ ସତ ଦୋକାନୀଙ୍କ ଦ୍ବାରା ଲେଖାଯାଇଥିବା ଅନେକ ଆର୍ଟିକିଲ ଦେଖିଥିଲେ । ଦୋକାନୀଙ୍କ ନାଁ ତରୁଲ ରାୟାନ ହୋଇଥିବା ବେଳେ ସେ ଏସଆରଏମ ବିଶ୍ବବିଦ୍ୟାଳୟର ଛାତ୍ର ।

ଏହା ବି ପଢନ୍ତୁ...Crorepati Paan wala: MBA ପାନ ବାଲା, ଚାକିରି ଛାଡି କରିଛନ୍ତି ଦୋକାନ, ପାନ ବିକି କୋଟିପତି - MBA Paan Wala

ଏହା ବି ପଢନ୍ତୁ...ବେରୋଜଗାର ଦୂର ସହ କିପରି ସୃଷ୍ଟି ହେବ ନିଯୁକ୍ତି ? ବୁଦ୍ଧି ଶିଖାଇବ ସଫଳତାର କାହାଣୀ - How To Create Jobs

  • ଆଖି ପିଛୁଳାକେ ଭାଇରାଲ ହେଲା ଭିଡିଓ:

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକୀୟ ବ୍ଲଗରଙ୍କ ଏହି ଭିଡିଓଟିକୁ ସଙ୍ଗେ ସଙ୍ଗେ 81.8K ରୁ ଅଧିକ ଲୋକେ ଦେଖିଥିଲେ । ଏଥିରେ ୟୁଜର୍ସମାନେ କମେଣ୍ଟ ଦେଇଛନ୍ତି ଯେ, ତାମିଲନାଡୁ ଛାତ୍ରମାନେ ବହୁତ ପରିଶ୍ରମୀ । ତେଣୁ ସେମାନେ ପାଠ ପଢିବା ସହ ନିଜର ପାର୍ଟ ଟାଇମ କମ ମଧ୍ୟ କରିଥାନ୍ତି ।

ଏହା ବି ପଢନ୍ତୁ...Successful Farmer: ଚାକିରି ପଛରେ ନ ଧାଇଁ ନିଜସ୍ୱ ଉଦ୍ୟମରେ ସ୍ବାବଲମ୍ବୀ, ୧୦ ପରିବାରକୁ ରୋଜଗାର ଦେଇଛନ୍ତି ଯୁବଚାଷୀ ଲିପୁ - Young Farmer Lipu
ଏହା ବି ପଢନ୍ତୁ...ଜୀବନ ଯୁଦ୍ଧରେ ହାରି ନାହାନ୍ତି ଜଗନ୍ନାଥ, ହାତ ନଥାଇ ପାଲଟିଛନ୍ତି ରୋଜଗାରିଆ - physically challenged Man Jagannath

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.