ETV Bharat / state

Nuakhai 2024: ଦୁଲୁକୁଛି ସମଗ୍ର ପଶ୍ଚିମ-ଓଡିଶା, ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ, ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ - Nabanna offered to Maa Samaleswari

author img

By ETV Bharat Odisha Team

Published : Sep 8, 2024, 1:56 PM IST

Updated : Sep 8, 2024, 5:31 PM IST

Nuakhai 2024: ଆଜି ଗଣପର୍ବ ନୂଆଁଖାଇ । ନିର୍ଦ୍ଧାରିତ ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ । ନୂଆ ଖାଇଲେ ସଭିଏଁ, ଗୁରୁଜନଙ୍କଠାରୁ ଆଶୀର୍ବାଦ ନେଲେ କନିଷ୍ଠ । ମା’ଙ୍କୁ ଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭେଟି ଦେବେ ‘ସିଏମ କିଷାନ’ ଯୋଜନା । ଅଧିକ ପଢନ୍ତୁ

Nuakhai 2024: ଦୁଲୁକୁଛି ସମଗ୍ର ପଶ୍ଚିମ-ଓଡିଶା, ନିର୍ଦ୍ଧାରିତ ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ
Nuakhai 2024: ଦୁଲୁକୁଛି ସମଗ୍ର ପଶ୍ଚିମ-ଓଡିଶା, ନିର୍ଦ୍ଧାରିତ ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ (ETV Bharat Odisha)

ସମ୍ବଲପୁର: ଆଜି ଗଣପର୍ବ ନୂଆଁଖାଇ ପାଇଁ ସମଗ୍ର ପଶ୍ଚିମ-ଓଡିଶା ଉତ୍ସବମୁଖର । ଏଥିପାଇଁ ଚଳଚଞ୍ଚଳ ସମ୍ବଲପୁର ସହର । ନୂଆଁଖାଇ ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ଆଜି ସ୍ୱତନ୍ତ୍ର ନୀତିକାନ୍ତି ଜାରି ରହିଛି l ପରମ୍ପରା ଅନୁଯାୟୀ ନିର୍ଦ୍ଧାରିତ ସମୟରେ ମା’ଙ୍କ ନିକଟରେ ଲାଗି ହୋଇଛି ବର୍ଷର ପ୍ରଥମ ଅମଳ ଶସ୍ୟ ‘ନବାନ୍ନ’ । ଲାଗି ପରେ ସମସ୍ତେ ନୂଆ ଖାଇ ପରସ୍ପରକୁ ଶୁଭେଚ୍ଛା ଜଣାଇଛନ୍ତି ।

  • ଶୁଭଲଗ୍ନରେ ମା’ଙ୍କୁ ଲାଗି ହେଲା ନବାନ୍ନ :-

ଆଜି ଭୋର 4ଟା ସମୟରେ ମା’ ସମଲେଶ୍ୱରୀ ମନ୍ଦିରର ମୁଖ୍ୟ ଦ୍ୱାର ଖୋଲାଯାଇଥିଲା । ପୂଜକମାନେ ପ୍ରଥମେ ମନ୍ଦିରର ଗମ୍ଭୀରା ବା ଗର୍ଭଗୃହର ଦ୍ୱାର ଖୋଲି ମା’ଙ୍କୁ ଗଙ୍ଗାଜଳରେ ସ୍ନାନ କରାଇଥିଲେ । ଏହା ପରେ ମା’ଙ୍କୁ ପାଟ ବସ୍ତ୍ର ଓ ବିଭିନ୍ନ ଅଳଙ୍କାରରେ ସୁସଜ୍ଜିତ କରାଯାଇ ପୁଣି ଗମ୍ଭୀରାର ଦ୍ୱାରକୁ ବନ୍ଦ କରାଯାଇଥିଲା । ଏହା ପରେ ନବାନ୍ନ ଲାଗି ପାଇଁ ପୂର୍ବ ନିର୍ଦ୍ଧାରିତ ଶୁଭଲଗ୍ନ ସକାଳ 09.12 ମିନଟର ମାତ୍ର କିଛି କ୍ଷଣ ପୂର୍ବରୁ ମୁଖ୍ୟ ପୂଜକ ଓ ଅନ୍ୟ ପୂଜକମାନଙ୍କ ଘରୁ ନବାନ୍ନ ସହ ଅନ୍ୟ ଭୋଗ ସାମଗ୍ରୀ ମନ୍ଦିରରେ ପହଞ୍ଚିଥିଲା । ପୂର୍ବ ନିର୍ଧାରିତ ସମୟ ସକାଳ 9 ଘଟିକା 12 ମିନିଟରୁ 9 ଟା 27 ମିନିଟ୍‌ ମଧ୍ୟରେ ମା’ଙ୍କ ନିକଟରେ ନବାନ୍ନ ଲାଗି ହୋଇଥିଲା । ପରେ ମନ୍ଦିରର 115 ପାର୍ଶ୍ଵଦେବାଦେବୀଙ୍କୁ ମଧ୍ୟ ନବାନ୍ନ ଲାଗି ହୋଇଥିଲା ।

ନିର୍ଦ୍ଧାରିତ ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ
ନିର୍ଦ୍ଧାରିତ ଶୁଭଲଗ୍ନରେ ମା’ ସମଲେଶ୍ୱରୀଙ୍କୁ ଲାଗି ହେଲା ନବାନ୍ନ (ETV Bharat Odisha)
  • ନୂଆ ଖାଇଲେ, ଗୁରୁଜନଙ୍କଠାରୁ ଆଶୀର୍ବାଦ ନେଲେ କନିଷ୍ଠ:-

ପୂଜକମାନେ ମା’ଙ୍କ ନିକଟରେ ଲାଗି ହୋଇଥିବା ନବାନ୍ନକୁ ଘରକୁ ନେଇ ନିଜ ନିଜ ଇଷ୍ଟ ଦେବାଦେବୀଙ୍କୁ ପୂଜା କରିଥିଲେ । ପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଖାଇଛନ୍ତି । କନିଷ୍ଠମାନେ ବରିଷ୍ଠମାନଙ୍କୁ ଜୁହାର ବା ମୁଣ୍ଡିଆ ମାରି ଆଶୀର୍ବାଦ ଗ୍ରହଣ କରିଥିଲେ । ଘରେ ଘରେ ପିଠା ପଣା ସହ ସ୍ୱାଦିଷ୍ଟ ବ୍ୟଞ୍ଜନର ଆସର ଜମିଥିଲା । ପରେ ସନ୍ଧ୍ୟାରେ ବିଭିନ୍ନ ସ୍ଥାନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ମଧ୍ୟ ରହିଛି ।

ଏହା ମଧ୍ୟ ପଢନ୍ତୁ :- Nuakhai 2024: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ - Nuakhai wish

Nuakhai 2024 (ETV Bharat Odisha)
  • ନୂଆ ଖାଇଲେ ମୁଖ୍ୟମନ୍ତ୍ରୀ:

ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ବଲପୁର ସମଲେଶ୍ୱରୀ ମନ୍ଦିରରେ ଇଷ୍ଟ ଦେବୀ ସମଲେଶ୍ୱରୀଙ୍କ ଦର୍ଶନ କରିବା ପରେ ମନ୍ଦିର ପରିସରରେ ସପତ୍ନୀକ ନୂଆଁ ଖାଇଥିଲେ l ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ, ସ୍ଥାନୀୟ ବିଧାୟକ ଜୟ ନାରାୟଣ ମିଶ୍ର ବରିଷ୍ଠ ବିଜେପି ନେତା ଓ ସ୍ଥାନୀୟ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ l ଏହା ସହ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବୋନ୍ଦର,ଏସପି ମୁକେଶ ଭାମୁଙ୍କ ସହ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ l

Nuakhai 2024
Nuakhai 2024 (ETV Bharat Odisha)

ନୂଆଖାଇ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଖାଣ୍ଟି ସମ୍ବଲପୁରୀ ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା l ନୂଆଖାଇ ସରିବା ପରେ ମୁଖ୍ୟମନ୍ତ୍ରୀ ଓଡିଶାବାସୀଙ୍କୁ ନୂଆଖାଇର ଶୁଭେଚ୍ଛା ଜଣେଇଥିଲେ ଓ କୃଷକ ମାନଙ୍କ ଉନ୍ନତି କାମନା କରିଥିଲେ l ଏହା ପରେ ସେ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟପେୟର ବେଶ ପ୍ରଶଂସା କରିଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଖାଇର ଶୁଭେଚ୍ଛା ଜଣେଇବା ସହ କୃଷକ ମାନଙ୍କ ପାଇଁ ସିଏମ କିଷାନ ସହାୟତା ଯୋଜନା ବହୁ ସହାୟକ ହେବ କହିଛନ୍ତି l ଏହା ସହ କେନ୍ଦ୍ରମନ୍ତ୍ରୀ ପାରମ୍ପରିକ ସମ୍ବଲପୁରୀ ଖାଦ୍ୟର ପ୍ରଶଂସା କରିଥିଲେ l

Nuakhai 2024
Nuakhai 2024 (ETV Bharat Odisha)

ଇଟିଭି ଭାରତ, ସମ୍ବଲପୁର

Last Updated : Sep 8, 2024, 5:31 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.