ETV Bharat / snippets

ମହାରାଷ୍ଟ୍ରରରେ ଡଙ୍ଗାବୁଡି 6 ନିଖୋଜ, ଉଦ୍ଧାର ଅପରେସନ ଜାରି

author img

By ETV Bharat Odisha Team

Published : May 22, 2024, 9:58 AM IST

ମହାରାଷ୍ଟ୍ରରରେ ଡଙ୍ଗାବୁଡି 6 ନିଖୋଜ, ଉଦ୍ଧାର ଅପରେସନ ଜାରି
ମହାରାଷ୍ଟ୍ରରରେ ଡଙ୍ଗାବୁଡି 6 ନିଖୋଜ, ଉଦ୍ଧାର ଅପରେସନ ଜାରି (ETV Bhart Odisha)

ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଡ୍ୟାମରେ ଡଙ୍ଗା ବୁଡି 6 ନିଖୋଜ । ଆଜି (ବୁଧବାର) ସକାଳୁ ପୁଣେ ସହରର ପ୍ରାୟ 140 କି.ମି ଦୂରରେ ଥିବା ଉଜାନୀ ଡ୍ୟାମରେ ଏକ ଯାତ୍ରାବାହୀ ଡଙ୍ଗାଟି କୌଣସି କାରଣରୁ ବୁଡିଯାଇଛି । ଏଥିରେ 6ଜଣ ଯାତ୍ରା କରୁଥିଲେ । ସୂଚନା ପାଇ ସ୍ଥାନୀୟ ପ୍ରଶାସନ ଓ ‘ଏନଡିଆରଏଫ’ ଟିମ ଘଟଣାସ୍ଥଳରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି । ଏପର୍ଯ୍ୟନ୍ତ ନିଖୋଜଙ୍କ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନି । ଏକାଧିକ NDRF ଓ SDRF ଟିମ୍‌ ସର୍ଚ୍ଚ ଅପରେସନରେ ନିୟୋଜିତ ଅଛନ୍ତି । ଆମ୍ବୁଲାନ୍ସ ଓ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ସହ ପ୍ରସ୍ତୁତ ରହିଛି ମେଡିକାଲ ଟିମ୍‌ । ବୋଟରେ ମୋଟ କେତେ ସଂଖ୍ୟକ ଯାତ୍ରୀ ଥିଲେ, ସେନେଇ ସୂଚନା ସ୍ପଷ୍ଟ ହୋଇନଥିବା ବେଳେ ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ 6ଜଣ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.