ଅସରାଏ ବର୍ଷାରେ ଉବୁଟୁବୁ କଟକ, ସିଏମସିର କାର୍ଯ୍ୟକୁ ନେଇ ଉଠିଲା ପ୍ରଶ୍ନ ! - water logging situation in cuttack - WATER LOGGING SITUATION IN CUTTACK
🎬 Watch Now: Feature Video
Published : Jun 14, 2024, 8:07 AM IST
WATER LOGGING SITUATION:କଟକ: ସାମାନ୍ୟ ବର୍ଷାରେ ଉବୁଟୁବୁ କଟକ ସହର । କାଳବୈଶାଖୀ ବର୍ଷାରେ ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ । ବିଶେଷକରି ବାଦାମବାଡ଼ି ଅବସ୍ଥା ପୁରା ସାଙ୍ଘାତିକ । ରାସ୍ତା ଉପରେ ଆଣ୍ଠୁଏ ଉଚ୍ଚତାର ପାଣି ଲହଡି ଖେଳୁଛି । ଗତକାଲି (ଗୁରୁବାର ) ରାତି ସାଢେ ୯ଟାରେ କାଳବୈଶାଖୀ ବର୍ଷାରେ ସହରର ଅନେକ ତଳିଆ ଅଞ୍ଚଳ ଜଳମଗ୍ନ ପରିସ୍ଥିତି ସୃଷ୍ଟି ହୋଇଛି । ସାଧାରଣ ଲୋକେ ଏହାଦ୍ୱାରା ବେଶ ପ୍ରଭାବିତ ହୋଇଛନ୍ତି । ଦୋକାନୀମାନଙ୍କ କଥା ନକହିବା ଭଲ । କାରଣ ଉଠା ଦୋକାନୀମାନେ ଆଣ୍ଠୁଏ ପାଣିରେ ଫସି ଯାଇଥିଲେ । ବେପାର ତ ଦୂରର କଥା ଦୋକାନ ବନ୍ଦ କରି ଘରକୁ ଫେରିବା ବେଶ୍ କଷ୍ଟ ସାଧ୍ୟ ହୋଇ ପଡିଥିଲା ।
ଏହା ମଧ୍ୟ ପଢନ୍ତୁ .....ଆହୁରି ୪ ଦିନ ଗ୍ରୀଷ୍ମ ପ୍ରବାହ, ବାଟ ପାଉନି ମୌସୁମୀ - Odisha Weather
ସେହିପରି ସହରର ରୋଭର ଷ୍ଟ୍ରଟ, କାଜି ବଜାର ଆଦି ତକିଆ ଅଞ୍ଚଳରେ ବର୍ଷା ଜଳ ନିଷ୍କାସିତ ହୋଇ ପାରିନାହିଁ । ପାଣି ଜମି ରହିବାରୁ ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି । ଯେଉଁ ବାଟୋଇମାନେ ଘରୁ ବାହାରି ବାହାରକୁ ଯାଇଥିଲେ ସେମାନେ ବି ଘରକୁ ଫେରିବା ପାଇଁ କଷ୍ଟ ସାଧ୍ୟ ହୋଇ ପଡିଥିଲା । ସେପଟେ ସିଏମସିର କାର୍ଯ୍ୟକୁ ନେଇ ଲୋକମାନେ ଅନେକ ପ୍ରଶ୍ନ କରିଛନ୍ତି । ପାଣି ପମ୍ପ ଠିକ୍ ସମୟରେ ଚାଲି ପାରିନାହିଁ । ଯାହାକି ଲୋକଙ୍କ ମନରେ ଅନେକ ଅସନ୍ତୋଷ ଦେଖାଦେଇଛି ।
ଇଟିଭି ଭାରତ, କଟକ