ଭୋଟ ଦେଉଛି କୋରାପୁଟ, ମାଓପ୍ରବଣ ହନୁମାଳରେ ଭୋଟରଙ୍କ ମଧ୍ୟରେ ଉତ୍ସାହ - first phase voting - FIRST PHASE VOTING
🎬 Watch Now: Feature Video

Published : May 13, 2024, 11:43 AM IST
କୋରାପୁଟ: ପ୍ରଥମ ପର୍ଯ୍ୟାୟରେ ଭୋଟ ଦେଉଥିବା କୋରାପୁଟ ଜିଲ୍ଲାରେ 1,159ଟି ପୋଲିଂ ବୁଥରେ ମତଦାନ ଶେଷ ହୋଇଛି । ଅବାଧ ଓ ସୁରକ୍ଷିତ ଭାବେ ନିର୍ବାଚନ କରାଇବା ପାଇଁ ସମୁଦାୟ 6,954 ଜଣ ପୋଲିଂ ଅଫିସିଆଲଙ୍କ ସମେତ 1,159 ଜଣ ସୁରକ୍ଷା ଅଧିକାରୀଙ୍କ ଉପସ୍ଥିତିରେ ଆଜି ସକାଳ 7ଟାରୁ କୋରାପୁଟ ଲୋକସଭା ତଥା ଲକ୍ଷ୍ମୀପୁର, ଜୟପୁର,କୋଟପାଡ଼,ପଟ୍ଟାଙ୍ଗି ତଥା କୋରାପୁଟ ବିଧାନସଭା ଆସନ ପାଇଁ ମତଦାନ ଜାରି ରହିଛି । ମତଦାତାମାନେ ସକାଳୁ ଧାଡ଼ିବାନ୍ଧି ବୁଥ ସାମନାରେ ଠିଆ ହୋଇଥିଲା ବେଳେ କିଛି କିଛି ସ୍ଥାନରେ ଇଭିଏମ ମେସିନ କାର୍ଯ୍ୟକ୍ଷମ ହେବାରେ ବିଳମ୍ବ ଦେଖାଯାଇଥିଲା ।
ତେବେ ଦିନେ ମାଓପ୍ରବଣ ଅଞ୍ଚଳ ଭାବେ ଜଣାଯାଉଥିବା ଲମତାପୁଟ ବ୍ଲକର ହନୁମାଳ ବୁଥରେ ଦେଖାଯାଇଥିବା ପ୍ରବଳ ଉତ୍ସାହ ଭୋଟରମାନଙ୍କ ମଧ୍ୟରେ ମତଦାନ ପ୍ରତି ସଚେତନତା ଯେ ବୃଦ୍ଧି ପାଇଛି ତାହା ସହଜେ ଅନୁମେୟ । ହନୁମାଳ ବୁଥ ନିକଟରେ ବିଗତ ନିର୍ବାଚନ ଗୁଡିକରେ ଭୋଟ ବର୍ଜନ କରିବା ପାଇଁ ପତାକା, କାନ୍ଥଲେଖା ପ୍ରଭୃତି କରାଯାଉଥିବା ବେଳେ ଚଳିତ ସମୟରେ ମାଓବାଦୀଙ୍କ ବିନା ପ୍ରଭାବରେ ନିର୍ବାଚନ ପ୍ରକ୍ରିୟା ସ୍ବାଭାବିକ ଭାବେ ଚାଲିଥିବା ମତଦାତା ମତବ୍ୟକ୍ତ କରିଛନ୍ତି । ଅପରପକ୍ଷେ କୋରାପୁଟ ଜିଲ୍ଳାପାଳ ଭି.କୀର୍ତ୍ତିଭାସନ ତାଙ୍କ ପତ୍ନୀଙ୍କ ସହିତ କୋରାପୁଟ ଟାଉନହଲ ମତଦାନ କେନ୍ଦ୍ରରେ ଭୋଟ ଦେବା ସହ ଜିଲ୍ଲାରେ ଅବାଧ ନିର୍ବାଚନ କରାଇବା ପାଇଁ କରାଯାଇଥିବା ସୁଯୋଗ ସୁବିଧା ଉପରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
ଇଟିଭି ଭାରତ, କୋରାପୁଟ