ହାଇଦ୍ରାବାଦ: ଦେବ ଦେବ ମହାଦେବଙ୍କର ସୁବଠୁ ବଡ଼ ପର୍ବ ମହାଶିବରାତ୍ରି । ଶିବ ସାଧନାରେ ମହାପର୍ବ ଜାଗର । ହିନ୍ଦୁ ପରମ୍ପରାରେ ମହାଶିବରାତ୍ରିକୁ ବର୍ଷର ସବୁଠାରୁ ଆଧ୍ୟାତ୍ମିକ ଶକ୍ତିଶାଳୀ ରାତି ବୋଲି ବିଶ୍ୱାସ କରାଯାଏ । ଜାଗରରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କ ଆଶୀର୍ବାଦ ପାଇବା ପାଇଁ ଉପବାସ ରଖନ୍ତି, କିନ୍ତୁ ଆପଣ କ’ଣ ଜାଣିଛନ୍ତି କି ଏହି ରାତିରେ ଉପବାସ କରିବା ବିଜ୍ଞାନସମ୍ମତ ? ତେବେ ଆସନ୍ତୁ ଜାଣିବା, କାହିଁକି ମହାଶିବରାତ୍ରିରେ ଉପବାସ କରିବା ଗୁରୁତ୍ବପୂର୍ଣ୍ଣ ଏବଂ ଏହାକୁ ସଠିକ୍ ଉପାୟରେ କିପରି ପାଳନ କରିବା ।

ମହାଶିବରାତ୍ରିରେ କାହିଁକି ଉପବାସ କରିବା ଉଚିତ ?
ହିନ୍ଦୁ ବର୍ଷ ଅନୁସାରେ ଫାଲ୍ଗୁନ ମାସର କୃଷ୍ଣ ପକ୍ଷର ଚତୁର୍ଦ୍ଦଶୀ ତିଥିରେ ମହାଶିବରାତ୍ରି ପାଳିତ ହୁଏ । ଚଳିତ ବର୍ଷ ମହାଶିବରାତ୍ରି ୨୬ ଫେବୃଆରୀରେ ପାଳନ କରାଯିବ । ଚତୁର୍ଦ୍ଦଶୀ ତିଥି ୨୬ ଫେବୃଆରୀ ସକାଳ ୧୧.୦୮ରୁ ଆରମ୍ଭ ହୋଇ ୨୭ ଫେବୃଆରୀ ସକାଳ ୮.୫୪ରେ ଶେଷ ହେବ । ମହାଶିବରାତ୍ରି ସମୟରେ ଉପବାସ ମନ ଏବଂ ଶରୀରକୁ ଶୁଦ୍ଧ କରିବାର ଏକ ଉପାୟ । ହିନ୍ଦୁ ବିଶ୍ୱାସ ଅନୁସାରେ, ଏହି ଦିନ ଖାଦ୍ୟଠାରୁ ଦୂରେଇ ରହିବା ଭକ୍ତମାନଙ୍କୁ ପ୍ରାର୍ଥନା, ଧ୍ୟାନ ଏବଂ ଆତ୍ମ-ଶୃଙ୍ଖଳାରେ ଧ୍ୟାନ ଦେବାରେ ସାହାଯ୍ୟ କରେ । ବିଶ୍ବାସ କରାଯାଏ ଯେ, ଯେତେବେଳେ ଆମେ ଉପବାସ କରୁ, ଆମ ଭିତରେ ସକାରାତ୍ମକ ଶକ୍ତି ସୃଷ୍ଟି ହୁଏ । ଏହା ଆମକୁ ଭଗବାନ ଶିବଙ୍କ ସହିତ ଅଧିକ ଗଭୀର ଭାବରେ ସଂଯୋଗ କରିଥାଏ ।
ବୈଜ୍ଞାନିକ ଦୃଷ୍ଟିକୋଣରୁ, ଉପବାସ ଦ୍ବାରା ପାଚନ ତନ୍ତ୍ରକୁ କିଛି ସମୟ ବ୍ରେକ ଦେଇଥାଏ । ଯାହା ଶରୀରକୁ ସ୍ଥିର ଏବଂ ପୁନଃଗଠିତ କରିବାରେ ସାହାଯ୍ୟ କରେ । ରିସର୍ଚ୍ଚ ଫ୍ରମ ଇଟାଲୀ (ଇଟାଲୀର ଏକ ଗବେଷଣା)ରୁ ଜଣାପଡିଛି ଯେ, ଉପବାସ ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରିବା, ମେଟାବୋଲିଜିମକୁ ବୃଦ୍ଧି କରିବା ଏବଂ ଦୀର୍ଘାୟୁତାକୁ ବୃଦ୍ଧି କରିବାରେ ସାହାଯ୍ୟ କରେ । ଧ୍ୟାନ ଏବଂ ପ୍ରାର୍ଥନା କରି ଉପବାସ କଲେ ଏହା ଶରୀର ଏବଂ ମନ ଉଭୟକୁ ସଫା ରଖି ଶକ୍ତିଶାଳୀ କରିଥାଏ । ମନରେ ଏକାଗ୍ରତା ସୃଷ୍ଟି କରେ ।

ଉପବାସ କରିବା ସ୍ବାସ୍ଥ୍ୟ ପାଇଁ କେତେ ଲାଭଦାୟକ:
ପାଚନ ଶକ୍ତି (Digestion) ବୃଦ୍ଧି କରେ: ଆମେ ଉପବାସ କରିବା ସମୟରେ ଆମର ପାଚନ ତନ୍ତ୍ରକୁ ଏକ ଆବଶ୍ୟକୀୟ ବିଶ୍ରାମ ମିଳିଥାଏ, ଯାହା ଅନ୍ତନଳୀର ସ୍ୱାସ୍ଥ୍ୟକୁ ଉନ୍ନତ କରିଥାଏ ।
ଶରୀରକୁ ବିଷାକ୍ତ ପଦାର୍ଥ ମୁକ୍ତ କରିଥାଏ: ଉପବାସ ଶରୀରରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ସାମଗ୍ରିକ ଭାବରେ ଶରୀରର ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକୁ ଉନ୍ନତ କରିଥାଏ ।
ମାନସିକ ସ୍ପଷ୍ଟତା (Mental Clarity) ବୃଦ୍ଧି କରେ: ଉପବାସ ସମୟରେ ଭାରୀ ଖାଦ୍ୟ ଯୋଗୁଁ ହେଉଥିବା ଆଳସ୍ୟ ଦୂର ହେବା ସହ, ମନ ତୀକ୍ଷ୍ଣ ଏବଂ ଅଧିକ ଧ୍ୟାନ କେନ୍ଦ୍ରିତ ହୋଇଥାଏ ।
ରକ୍ତରେ ଶର୍କରାକୁ ସନ୍ତୁଳିତ କରେ: ଉପବାସ ଶରୀରରେ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ ରଖିବାରେ ସାହାଯ୍ୟ କରେ ।
ଓଜନ ହ୍ରାସ କରିବାରେ ସାହଯ୍ୟ: ଉପବାସ ସମୟରେ ଶରୀର ଶକ୍ତି ପାଇଁ ସଂରକ୍ଷିତ ଚର୍ବି ବ୍ୟବହାର କରିବା ଆରମ୍ଭ କରେ, ଯାହା ଓଜନ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଏ: ଅଳ୍ପ ଅବଧିର ଉପବାସ ଶରୀରର ପ୍ରତିରୋଧକ ଶକ୍ତିକୁ ମଜବୁତ କରିବାରେ ସାହାଯ୍ୟ କରେ ।
ମହାଶିବରାତ୍ରିରେ ଉପବାସର ପ୍ରକାର:-
ମହାଶିବରାତ୍ରିରେ ଉପବାସ କରିବାର ବିଭିନ୍ନ ଉପାୟ ଅଛି । ଆପଣ ଆପଣଙ୍କ ପାଇଁ କେଉଁଟି ସର୍ବୋତ୍ତମ ସେହି ଭାବରେ ଉପବାସ କରିପାରିବେ ।
ନିର୍ଜଳା ଉପବାସ: ଭକ୍ତମାନେ 24 ଘଣ୍ଟା ପର୍ଯ୍ୟନ୍ତ କୌଣସି ଖାଦ୍ୟ କିମ୍ବା ପାଣି ଗ୍ରହଣ କରନ୍ତି ନାହିଁ । ଏହି ଉପବାସର ସବୁଠାରୁ କଠୋର ଏବଂ ଏଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଆବଶ୍ୟକ ।
ଫଳାହାର ଉପବାସ: ଭକ୍ତମାନେ ଶସ୍ୟ ଏବଂ ନିୟମିତ ଖାଦ୍ୟ ପରିହାର କରି ଫଳ, କ୍ଷୀର ଏବଂ ପାଣି ସେବନ କରନ୍ତି ।
ଆଂଶିକ ଉପବାସ: କିଛି ଲୋକ ଚାଉଳ, ଗହମରୁ ପ୍ରସ୍ତୁତ ଖାଦ୍ୟ ପରିହାର କରି ହାଲୁକା ସାତ୍ତ୍ୱିକ ଖାଦ୍ୟ ଯେପରିକି ଫଳ, ବାଦାମ ଏବଂ ଅଣ-ଶସ୍ୟଯୁକ୍ତ ଖାଦ୍ୟ ଖାଇଥାଆନ୍ତି ।
ଏକାଦଶୀ ଶୈଳୀର ଉପବାସ: ସନ୍ଧ୍ୟାରେ କିଛି ଖାଦ୍ୟ ଖାଇଥାନ୍ତି, ଯାହା ପ୍ରାୟତଃ ସାଗୁଦାନା ଏବଂ କ୍ଷୀର ଭଳି ଉପାଦାନରେ ତିଆରି ହୋଇଥାଏ ।
ମହାଶିବରାତ୍ରିରେ ଉପବାସର କ’ଣ କରିବେ ଏବଂ କ’ଣ କରିବେ ନାହିଁ:
ହାଇଡ୍ରେଟ ରୁହନ୍ତି: ଯଦି ଆପଣ ଉପବାସ କରୁଛନ୍ତି, ତେବେ ଡିହାଇଡ୍ରେସନ୍ ଏଡାଇବା ପାଇଁ ପ୍ରଚୁର ପାଣି କିମ୍ବା ହର୍ବାଲ ଚା' ପିଅନ୍ତୁ । |
ଶକ୍ତି ବୃଦ୍ଧିକାରୀ ଖାଦ୍ୟ ଖାଆନ୍ତୁ: ଯଦି ଆପଣ ଖାଦ୍ୟ ଖାଉଛନ୍ତି, ତେବେ ଫଳ, କ୍ଷୀର, ଡ୍ରାଏ ଫ୍ରୁଟ୍ସ, ନଡ଼ିଆ ପାଣି ଏବଂ ଦହି ବାଛନ୍ତୁ । |
ଆପଣଙ୍କ ଶରୀର ଉପରେ ଧ୍ୟାନ ଦିଅନ୍ତୁ: ଯଦି ଉପବାସ ବେଳେ ଆପଣଙ୍କ ମୁଣ୍ଡ ବୁଲାଉଛନ୍ତି କିମ୍ବା ଦୁର୍ବଳ ଅନୁଭବ କରୁଛନ୍ତି, ତେବେ ନିଜକୁ ଅଧିକ ଜୋରରେ ଚାପ ଦେବା ପରିବର୍ତ୍ତେ କିଛି ହାଲୁକା ଖାଦ୍ୟ ଖାଇବା ଶରୀର ପକ୍ଷେ ଉପଯୁକ୍ତ । |
ଧ୍ୟାନ ଏବଂ ପ୍ରାର୍ଥନା କରନ୍ତୁ: ଉପବାସ ବେଳେ ଖାଦ୍ୟ ପରିହାର କରିବା ସହ ଆଧ୍ୟାତ୍ମିକ ଯେପରିକି ଧ୍ୟାନ, ଜପ,ଓ ପ୍ରାର୍ଥନା କରନ୍ତୁ । |
ଉପବାସକୁ ସଠିକ୍ ଭାବରେ ଭଙ୍ଗ କରନ୍ତୁ: ଦିନସାରା ଉପବାସ ପରେ, ପୂର୍ଣ୍ଣ ଭୋଜନ କରିବା ପୂର୍ବରୁ ପ୍ରଥମେ ଫଳ କିମ୍ବା ଜୁସ ଭଳି କିଛି ହାଲୁକା ଖାଦ୍ୟ ଖାଆନ୍ତୁ । |
ତେଲ ଏବଂ ମସଲାଯୁକ୍ତ ଖାଦ୍ୟ ପରିହାର କରନ୍ତୁ: ତେଲ ଓ ମସଲାଯୁକ୍ତ ଖାଦ୍ୟ ପାଚନ ସମସ୍ୟା ସୃଷ୍ଟି କରିପାରେ ଏବଂ ଆପଣଙ୍କୁ ଆଳସ୍ୟ ଅନୁଭବ କରାଇପାରେ । |
ଉପବାସ ପରେ ଅତ୍ୟଧିକ ଖାଆନ୍ତୁ ନାହିଁ: ଉପବାସ ଭଙ୍ଗ କରିବା ପରେ ପରେ ଅଧିକ ଖାଦ୍ୟ ଖାଇବାଠାରୁ ଦୂରେଇ ରୁହନ୍ତୁ । ଏହାଦ୍ୱାରା ପେଟ ଖରାପ ହୋଇପାରେ । |
କ୍ୟାଫିନ୍ ଏବଂ କାର୍ବୋନେଟେଡ୍ ପାନୀୟ ପରିହାର କରନ୍ତୁ: ଏଗୁଡ଼ିକ ଶରୀରକୁ ଡିହାଇଡ୍ରେଟ୍ କରିପାରେ ଏବଂ ଅସ୍ୱସ୍ତି ସୃଷ୍ଟି କରିପାରେ । |
ସ୍ୱାସ୍ଥ୍ୟ ସମସ୍ୟା ଥିଲେ ଉପବାସ କରନ୍ତୁ ନାହିଁ: ଯଦି ଆପଣଙ୍କର ମଧୁମେହ, ରକ୍ତଚାପ ସମସ୍ୟା କିମ୍ବା ଅନ୍ୟ କୌଣସି ସ୍ୱାସ୍ଥ୍ୟଗତ ଅସୁବିଧା ଅଛି, ତେବେ ଉପବାସ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । |
ଏହା ମଧ୍ୟ ପଢ଼ନ୍ତୁ... ମହାଶିବରାତ୍ରିରେ ସୃଷ୍ଟି ହେଉଛି ବିରଳ ସଂଯୋଗ; ୩ ରାଶିର ଜୀବନରେ ବଡ଼ ପରିବର୍ତ୍ତନ, ଚମକିବ ଭାଗ୍ୟ |
References: