thumbnail

ସ୍କୁଲ ବସକୁ ପିଟିଲା ଦ୍ରୁତଗାମୀ କାର; ବସରେ ଥିଲେ 40 ଛାତ୍ରଛାତ୍ରୀ - School Bus Accident

By ETV Bharat Odisha Team

Published : Jun 28, 2024, 3:32 PM IST

Fatal School Bus Collision in Hanmakonda: ହାଇଦ୍ରାବାଦ: ସ୍କୁଲ ଛୁଟି ହେବା ପରେ କୁନି କୁନି ପିଲାଙ୍କୁ ଧରି ବିଦ୍ୟାଳୟରୁ ଆସୁଥିଲା ସ୍କୁଲ ବସ୍‌ । ରାସ୍ତା ମଧ୍ୟ ଫାଙ୍କା ଥିଲା । କିନ୍ତୁ ହଠାତ ଘଟିଥିଲା ଭୟଙ୍କର ଦୁର୍ଘଟଣା । ବସ୍‌ଟି ଅନ୍ୟ ଦିଗକୁ ମୋଡୁଥିବା ବେଳେ ପଛ ପଟୁ ଆସି ଏକ ଦ୍ରୁତଗାମୀ କାର ବସକୁ ଧକ୍କା ଦେଇଥିଲା । କାରର ବେଗ ଅଧିକ ଥିବାରୁ ବସଟି ଗୋଟିଏ ପାର୍ଶ୍ବକୁ ପଲଟି ଯାଇଥିଲା । ଗୁରୁବାର ସନ୍ଧ୍ୟା ସମୟରେ ତେଲେଙ୍ଗାନା ହନୁମାକୋଣ୍ଡା ଜିଲ୍ଲାର କମଲାପୁରରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଛି । 

ଏହା ବି ପଢନ୍ତୁ- ନିଶା ଖାଇ ଚଲାଉଥିଲେ ସ୍କୁଲ ବସ୍, ୧୬ ଡ୍ରାଇଭରଙ୍କ ବିରୋଧରେ ମାମଲା

ଦୁର୍ଘଟଣାଗ୍ରସ୍ତ ବସରେ ପ୍ରାୟ 30ରୁ 40ଜଣ ଛାତ୍ରଛାତ୍ରୀ ଯାତ୍ରା କରୁଥିଲେ । ଦୁର୍ଘଟଣାଗ୍ରସ୍ତ ବସଟି ପେମ୍ବର୍ଟି ଏକାଶିଳା ସ୍କୁଲ ବସ ବୋଲି ଜଣାପଡ଼ିଛି । ଦୁର୍ଘଟଣା ପରେ ଉକ୍ତ ରାସ୍ତା ଦେଇ ଯାଉଥିବା ଲୋକେ ବସ୍‌ର ସାମ୍ନା କାଚ ଭାଙ୍ଗି ପିଲାଙ୍କୁ ଉଦ୍ଧାର କରିଥିଲେ । ସୌଭାଗ୍ୟବଶତଃ କୁନି କୁନି ପିଲାଙ୍କ ଜୀବନ ବଞ୍ଚିଯାଇଥିବା ବେଳେ ଅନେକ ଆହତ ହୋଇଛନ୍ତି । ସେପଟେ ବସକୁ ଧକ୍କା ଦେଇଥିବା କାରରେ 3ଜଣ ଯାତ୍ରା କରୁଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟମାନଙ୍କୁ ଏମଜିଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।    

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.