ଭିଜିଲାନ୍ସ ଜାଲରେ ଲାଞ୍ଚୁଆ RI, 5 ହଜାର ଲାଞ୍ଚ ନେବା ବେଳେ ଧରାପଡ଼ିଲେ - RI Trapped by Vigilance

By ETV Bharat Odisha Team

Published : Aug 28, 2024, 8:45 PM IST

thumbnail
RI TRAPPED BY VIGILANCE (ETV Bharat Odisha)

ଜଗତସିଂହପୁର: ଭିଜିଲାନ୍ସ ଜାଲରେ RI ବାବୁ । ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ଅନ୍ତର୍ଗତ ମଲ୍ଲିକାପୁର ଆରଆଇ ସର୍କଲରେ ଭିଜିଲାନ୍ସ ଟିମ ଚଢ଼ାଉ କରି ୫ ହଜାର ଟଙ୍କା ଲଞ୍ଚ ନେଉଥିବା ବେଳେ ଆରଆଇ ବିଭୁଦତ ସାହୁଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ ଟିମ । ଭିଜିଲାନ୍ସ ଉପଆରକ୍ଷୀ ଅଧିକ୍ଷକ ଅନୁପମା ସାହୁଙ୍କ ସୂଚନା ଅନୁଯାୟୀ, ଜଗତସିଂହପୁର ସଦର ଥାନା ଅନ୍ତର୍ଗତ ମଧୁସୂଦନପୁର ଶାସନ ଅନ୍ତର୍ଗତ କେନ୍ଦାଳ ଗ୍ରାମର ବିଭୂଦତ ସାହୁ ବାଲିକୁଦା ତହସିଲ ଅନ୍ତର୍ଗତ ମଲ୍ଲିକା ପୁରରେ ରାଜସ୍ୱ ନିରୀକ୍ଷକ (RI) ଭାବରେ କାର୍ଯ୍ୟ କରୁଥିଲେ । ମଲ୍ଲିକାପୁରର ଜଣେ ବ୍ୟକ୍ତି ଏକ ଜାଗାର ପଟ୍ଟା ମିଉଟେସନ ROR କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ଆରଆଇ ବିଭୁଦତ ତାଙ୍କୁ ବାରମ୍ବାର ଦୌଡାଇ ତାଙ୍କ କାର୍ଯ୍ୟ କରିନଥିଲେ । ଶେଷରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କ'ଣ ପାଇଁ କାମ କରୁନାହାଁନ୍ତି ବୋଲି ପଚାରିବାରୁ 5 ହଜାର ଟଙ୍କା ଦେଲେ କାମ ହେବ ବୋଲି କହିଥିଲେ ବିଭୁଦତ  ।

ବ୍ୟକ୍ତି ଜଣଙ୍କ ୨ ହଜାର ଟଙ୍କା ଦେବା ପାଇଁ ରାଜି ହୋଇଥିଲେ ମଧ୍ୟ ୫ ହଜାର ନ ଦେଲେ କାର୍ଯ୍ୟ ହୋଇ ପାରିବ ନାହିଁ ବୋଲି ସିଧାସିଧା ଶୁଣାଇ ଦେଇଥିଲେ ବିଭୁଦତ । ଫଳରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କଟକ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଏପଟେ ଭିଜିଲାନ୍ସ ଟିମ ଆରଆଇ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ । ଆଜି ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ୫ହଜାର ଟଙ୍କାରେ ରାସାୟନିକ ପ୍ରଲେପ ଦେଇ ଲଞ୍ଚ ଟଙ୍କା ଦେବା ସମୟରେ ଭିଜିଲାନ୍ସ ଟିମ ବିଭୁଦତ ସାହୁଙ୍କୁ କାବୁ କରି ନେଇଥିଲେ । ତାଙ୍କୁ ଜଗତସିଂହପୁର ସ୍ଥିତ ଭିଜିଲାନ୍ସ ଅଫିସକୁ ଅଣାଯାଇ ଅଧିକ ପଚରା ଉଚାର କରାଯାଉଛି । ଏକାସଙ୍ଗେରେ ବିଭୁଦତଙ୍କ କେନ୍ଦାଳ ସ୍ଥିତ ବାସଭବନ, ଅଫିସ ଓ ତାଙ୍କ ଶଶୁର ଘର ଉପରେ ଚଢ଼ାଉ ଜାରି ରହିଛି ।
 

ଏହା ମଧ୍ୟ ପଢ଼ନ୍ତୁ...ଭିଜିଲାନ୍ସ ଜାଲରେ CHSE ଅଧିକାରୀ: ଏକକାଳୀନ 3ଟି ସ୍ଥାନରେ ରେଡ୍, ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ - VIGILANCE RAID

ଇଟିଭି ଭାରତ, ଜଗତସିଂହପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.