Vigilance Raid: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ, ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି - vigilance raid in rayagada

By ETV Bharat Odisha Team

Published : Aug 31, 2024, 10:56 PM IST

thumbnail
VIGILANCE RAID IN RAYAGADA (ETV Bharat Odisha)

VIGILANCE RAID: ରାୟଗଡ଼ା: କାଶୀପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ରାୟଗଡ଼ା ସହରର ନିଜ ଘରେ ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ଭିଜିଲାନ୍ସ । ମାଣ୍ଡିବିସି ମନରେଗା ମେଟଙ୍କ ଠାରୁ ୨୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଆଜି(ଶନିବାର) ସନ୍ଧ୍ୟାରେ ଧରିଛି ଭିଜିଲାନ୍ସ । ସହରର ରାଣୀଗୁଡା ସ୍ଥିତ ଘରେ ଟଙ୍କା ସହିତ ଭିଜିଲାନ୍ସ ଧରିବା ପରେ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀ ଅସୁସ୍ଥ ହୋଇ ପଡିଥିଲେ । ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅପରପକ୍ଷରେ ଘଟଣାର ତଦନ୍ତ କରୁଛନ୍ତି ଭିଜିଲାନ୍ସ ଅତିରିକ୍ତ ଏସପି ଓ ଇନ୍ସପେକ୍ଟର ତରୁଲତା ବେହେରା । ସେ ସୁସ୍ଥ ହେବାପରେ ଅଧିକ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି ।ବର୍ତ୍ତମାନ କନିଷ୍ଠ ଯନ୍ତ୍ରୀ ପୂର୍ଣ୍ଣ ଚନ୍ଦ୍ର ଚୌଧୁରୀଙ୍କ ଚିକିତ୍ସା ଜାରି ରହିଛି । ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡ଼ିଛି । 

ଏହା ମଧ୍ୟ ପଢନ୍ତୁ ....Vigilance Raid: ଭିଜିଲାନ୍ସ ପଞ୍ଝାରେ ଥାନା ବାବୁ, ନେଉଥିଲେ ୬ ହଜାର ଟଙ୍କା ଲାଞ୍ଚ - VIGILANCE RAID

 ଇଟିଭି ଭାରତ, ରାୟଗଡ଼ା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.