ଚିଲିକାର ନୀଳ ଜଳରାଶି ପାଲଟେ ବଡ଼ଦାଣ୍ଡ, ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଡଙ୍ଗାରେ ବସାଇ ହୁଏ ରଥଯାତ୍ରା - Ratha Yatra At Chilika Lake

By ETV Bharat Odisha Team

Published : Jul 7, 2024, 10:25 PM IST

thumbnail
Ratha Yatra Inside Deep Water Of Chilika Lake (ETV Bharat Odisha)

Ratha Yatra Inside Deep Water Of Chilika Lake: ଖୋର୍ଦ୍ଧା: ସେ ଲୀଳାମୟ, ତାଙ୍କ ଲୀଳା ଅପାର । ସବୁଠି ଆଜି ଘଣ୍ଟ ଘଣ୍ଟା ଖୋଳ ତାଳରେ ପ୍ରକମ୍ପିତ ହେଉଛି ଗଗନ ପବନ । ସବୁଠି ମହାପ୍ରଭୁ ରଥରେ ବିଜେ କରି ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କିନ୍ତୁ ଚିଲିକା କାଙ୍କଣ ଶିଖରୀ ଲୀଳାକ୍ଷେତ୍ରରେ ମହାପ୍ରଭୁଙ୍କ ନିଆରା ରଥଯାତ୍ରା ଦେଖିବାକୁ ମିଳିଛି । ଚିଲିକାର ନୀଳ ଜଳରାଶିରେ ଚତୁର୍ଦ୍ଧା ମୂରତିଙ୍କୁ ଡଙ୍ଗାରେ ବସାଇ ନିଆରା ରଥଯାତ୍ରା ଅନୁଷ୍ଠିତ ହୁଏ । ଚିଲିକା କୁଳ ନଈରୀ ଗ୍ରାମ ନିକଟରେ ଥିବା ଅଥଳ ଜଳ ରାଶିରେ 3ଟି ଡ଼ଙ୍ଗାକୁ 3ରଥ କରାଯାଇ ସେଥିରେ ମହାପ୍ରଭୁଙ୍କୁ ପହଣ୍ଡି କରି ବିରାଜମାନ କରନ୍ତି ଶ୍ରଦ୍ଧାଳୁ । ପରେ ଡ଼ଙ୍ଗାରେ ଚିଲିକାର ନୀଳ ଜଳରାଶି ପାଲଟି ଯାଏ ବଡ଼ଦାଣ୍ଡ । ଆଉ ହଜାର ହଜାର ଭକ୍ତ ଏଭଳି ନିଆରା ରଥଯାତ୍ରା ଦେଖି ବିଭୋର ହୋଇଥାନ୍ତି । ଏଭଳି ଜଳରେ ରଥଯାତ୍ରା ଅନ୍ୟ କେଉଁଠି ଦେଖିବାକୁ ମିଳି ନଥାଏ । ତେଣୁ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥାଏ । 

ଏହା ମଧ୍ୟ ପଢ଼ନ୍ତୁ...ବଡ଼ଦାଣ୍ଡରେ ରଥ ଟାଣିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ - President Pulling Chariot Rope

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.