ରେମୁଣାରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ନିର୍ବାଚନୀ ପ୍ରଚାର - Smriti Irani Election Campaign - SMRITI IRANI ELECTION CAMPAIGN

🎬 Watch Now: Feature Video

thumbnail

By ETV Bharat Odisha Team

Published : May 25, 2024, 9:43 PM IST

Smriti Irani Election Campaign  In Remuna Assembly: ବାଲେଶ୍ୱର: ରେମୁଣା ନିର୍ବାଚନ ମଣ୍ଡଳୀ କୁରୁଡ଼ା ଯାତ୍ରା ପଡ଼ିଆରେ ବିଜେପି ପକ୍ଷରୁ ବିଜୟ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏଥିରେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ଯୋଗଦେଇ ସିଧାସଳଖ ଭାବେ ବିଜେଡି ସରକାରକୁ ଟାର୍ଗେଟ କରିଛନ୍ତି । ସମାବେଶରେ ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବିଜେଡି ବିଧାୟିକା ପ୍ରାର୍ଥୀ ଲେଖାଶ୍ରୀ ସାମନ୍ତ ସିଂହାରଙ୍କୁ ଟାର୍ଗେଟ କରିବା ସହ ବିଜେପିରେ ଥିବା ବେଳେ ସେ କ'ଣ କହିଥିଲେ ଏବଂ ବିଜେଡିରେ ପ୍ରାର୍ଥୀ ହେବାପରେ କ'ଣ କ'ଣ ସବୁ କହୁଛନ୍ତି ସେ ବିଷୟରେ ଅଡିଓ ଟେପ ସମସ୍ତଙ୍କୁ ଶୁଣାଇଥିଲେ । ସେହିପରି କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ନିଜ ଅଭିଭାଷଣରେ କହିଥିଲେ ଯେ, ଲେଖାଶ୍ରୀ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିବେ କି ? ଚିଟଫଣ୍ଡରେ କେତେ ଟଙ୍କା ହଡପ ହୋଇଛି ଏବଂ କାହା ପାଖରେ ତାହାର ହିସାବ ଅଛି । 

ଏହା ମଧ୍ୟ ପଢ଼ନ୍ତୁ...ଓଡ଼ିଶାରେ ଚାଲିଛି ରିମୋଟ କଣ୍ଟ୍ରୋଲ ସରକାର: ସ୍ମୃତି ଇରାନୀ

ସେହିପରି ରତ୍ନଭଣ୍ଡାର ଚାବି କିଏ କେଉଁଠି ରଖିଛି ସେ ବିଷୟରେ ପ୍ରଶ୍ନ କରିବା ସହ ମୋଦି ସରକାର ଆସିଲେ ଏମିତି ପାପ କରିଥିବା ଲୋକଙ୍କୁ ମୋଦି ଛାଡ଼ିବେ ନାହିଁ ବୋଲି ଇରାନୀ କହିଛନ୍ତି । ଯିଏ ହଜାର ଥର ନିଜର ମତ ବଦଳାଉଛନ୍ତି ସେମିତି ପ୍ରାର୍ଥୀଙ୍କୁ ଭୋଟ ଦେବା ବୋକାମି ହେବ ବୋଲି ସିଧାସଳଖ ଲେଖାଶ୍ରୀଙ୍କୁ ଆକ୍ଷେପ କରିଛନ୍ତି ଇରାନୀ । ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହାତମୁଠା ଟାଣ କରିବା ପାଇଁ ପ୍ରତାପ ଷଡ଼ଙ୍ଗୀ ଏବଂ ବିଜେପି ପ୍ରାର୍ଥୀଙ୍କୁ ଭୋଟ ଦେବାପାଇଁ ଆହ୍ୱାନ ଦେଇଛନ୍ତି । ଏହାସହ ବିଜେପି ସରକାର ଆସିଲେ ସୁଭଦ୍ରା ଯୋଜନାରେ ମହିଳାମାନଙ୍କୁ 50 ହଜାର ଟଙ୍କାର ଭାଉଚର ପ୍ରଦାନ ବିଷୟରେ କହୁଛନ୍ତି ସ୍ମୃତି ଇରାନୀ । ତେବେ କୁରୁଡ଼ା ପଡ଼ିଆରେ ଆୟୋଜିତ ଏହି ସମାବେଶରେ ବାଲେଶ୍ୱର ସାଂସଦ ପ୍ରାର୍ଥୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ସମେତ ସଦର ବିଧାୟକ ପ୍ରାର୍ଥୀ ମାନସ ଦତ୍ତ, ରେମୁଣା ବିଧାୟକ ପ୍ରାର୍ଥୀ ଗୋବିନ୍ଦ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇଥିଲେ ।

ଇଟିଭି ଭାରତ, ବାଲେଶ୍ବର  

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.