thumbnail

ନିମାପଡ଼ାରେ ଅମିତ ଶାହଙ୍କ ମାରାଥନ ପ୍ରଚାର, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର - Amit Shah Election Campaign

By ETV Bharat Odisha Team

Published : May 28, 2024, 10:59 PM IST

Amit Shah Election Campaign: ନିମାପଡ଼ା: ଆଜି ନିମାପଡ଼ାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ହାଇଭୋଲଟେଜ ପ୍ରଚାର । ବିଜେପି ବିଜୟ ସଂକଳ୍ପ ସମାବେଶରେ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଜନତାଙ୍କୁ ଅପିଲ କରିଛନ୍ତି ଶାହ । ଆଜି 3ଟି ସ୍ଥାନରେ ଶାହଙ୍କ କାର୍ଯ୍ୟକ୍ରମ ରହିଥିବା ବେଳେ ଶେଷରେ ନିମାପଡ଼ାରେ ରହିଥିଲା ତାଙ୍କର କାର୍ଯ୍ୟକ୍ରମ । ରାଜ୍ୟରେ ଅନ୍ତିମ ପର୍ଯ୍ୟାୟରେ ୬ଟି ସଂସଦୀୟ କ୍ଷେତ୍ରରେ ମତଦାନ ହେବାକୁ ଯାଉଛି । ଯାହା ମଧ୍ୟରୁ ବିଶେଷ କରି ଜଗତସିଂହପୁର ସଂସଦୀୟ କ୍ଷେତ୍ର ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି ଏହି ଆସନ ଦଖଲ ପାଇଁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।  

ଏହା ମଧ୍ୟ ପଢ଼ନ୍ତୁ.. ଭଦ୍ରକ ଚାନ୍ଦବାଲିରେ ଅମିତ ଶାହଙ୍କ ଉଦବୋଧନ, ଦେଖନ୍ତୁ 

ଗୋଟେପଟେ ବିଜେଡି ଦଳର ହେଭିଓ୍ବେଟମାନଙ୍କ ଘନ ଘନ ନିମାପଡ଼ା ଗସ୍ତ ଜାରି ରହିଥିବା ବେଳେ ବିଜେପିର କେନ୍ଦ୍ରୀୟ ନେତାମାନଙ୍କ ଓଡ଼ିଶା ଗସ୍ତ ମଧ୍ୟ ଜାରି ରହିଛି । ଆଜିର ଏହି ବିଜୟ ସଂକଳ୍ପ ସମାବେଶରେ ପ୍ରାୟ ୫୦ ହଜାର କର୍ମକର୍ତ୍ତାଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ଅମିତ ଶାହ । ମୋଦି ସରକାର ଶାସନକୁ ଆସିଲେ ରତ୍ନ ଭଣ୍ଡାରକୁ ଶହେ ଦିନ ଭିତରେ ଖୋଲିବା, ଶ୍ରୀମନ୍ଦିରର ଚାରି ଦ୍ଵାର ଖୋଲିବା, ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇବା, ବେକାରୀଙ୍କୁ ନିଯୁକ୍ତି ଆଦି ମିଳିବ ବୋଲି କହିଥିବା ବେଳେ ନବୀନ ଓ ୫ଟି ଅଧକ୍ଷଙ୍କୁ କଡା ସମାଲୋଚନା କରିଥିଲେ ଶାହ। ସେପଟେ ଅମିତ ଶାହଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।

ଇଟିଭି ଭାରତ, ନିମାପଡ଼ା 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.