କେନ୍ଦ୍ର ବଜେଟ୍ ୨୦୨୪ ଉପସ୍ଥାପନ ପରେ କ'ଣ ରହିଛି ସାଧାରଣ ଲୋକଙ୍କ ପ୍ରତିକ୍ରିୟା - Union Budget 2024

By ETV Bharat Odisha Team

Published : Jul 23, 2024, 10:35 PM IST

thumbnail
Union Budget 2024 (ETV Bharat Odisha)

Union Budget 2024:ବ୍ରହ୍ମପୁର: ସଂସଦରେ ଉପସ୍ଥାପିତ ହୋଇଛି କେନ୍ଦ୍ର ବଜେଟ୍-୨୦୨୪ । ମୋଦି ସରକାରର ତୃତୀୟ ପାଳିର ପ୍ରଥମ ତଥା ଆର୍ଥିକ ବର୍ଷ ୨୦୨୪-୨୫ର ଏହି ବଜେଟ୍‌କୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଉପସ୍ଥାପନ କରିଛନ୍ତି । ବିକଶିତ ଭାରତ ମିଶନକୁ ଦୃଷ୍ଟିରେ ରଖି ଚଳିତ ବଜେଟ୍ ପ୍ରସ୍ତୁତ କରାଯାଇଥିବା ବେଳେ ବଜେଟ୍‌ରେ ମୋଟ ୪୮ ଲକ୍ଷ କୋଟିର ଟଙ୍କାର ବ୍ୟୟ ବରାଦ କରାଯାଇଛି । ସେହିପରି ଓଡିଶାର କୌଣସି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରାଯାଇନଥିବା ବେଳେ ପୂର୍ବୋଦୟ ଅଭିଯାନରେ ଓଡ଼ିଶା ଭାଗୀଦାର ଭାବରେ ଅନୁଦାନ ପାଇବ । ଏହା ସହିତ ଓଡିଶାର ପର୍ଯ୍ୟଟନ ଶିଳ୍ପ ପାଇଁ ବ୍ୟୟବରାଦ ଘୋଷଣା କରାଯାଇଛି । ଏହାସହ ଓଡ଼ିଶାରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ହେବ । ତେବେ କେନ୍ଦ୍ର ବଜେଟ୍‌କୁ ନେଇ ବ୍ରହ୍ମପୁର ସହରରେ ବୁଦ୍ଧିଜୀବୀ ଓ ସହରର ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷଙ୍କ କ'ଣ ରହିଛି ପ୍ରତିକ୍ରିୟା ଏ ନେଇ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିଛନ୍ତି ଇଟିଭି ଭାରତର ବ୍ରହ୍ମପୁର ସମ୍ବାଦଦାତା । 

 
ଏହା ମଧ୍ୟ ପଢ଼ନ୍ତୁ...Union Budget 2024: ପ୍ରଧାନମନ୍ତ୍ରୀ କହିଲେ ସମାଜର ପ୍ରତ୍ୟେକ ବର୍ଗ ସଶକ୍ତ ହେବ, ବିରୋଧୀ କହିଲେ ‘କୁର୍ସି ବଚାଓ ବଜେଟ୍‌’ - UNION BUDGET 2024

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.