ଜଳିଗଲା ଦୁଇ ମଦ ବୋଝେଇ ଟ୍ରକ, ସରକାରୀ ଡିପୋରେ ଥିବା ବେଳେ ଅଗ୍ନିକାଣ୍ଡ - Fire In Liquor Truck

By ETV Bharat Odisha Team

Published : Aug 18, 2024, 10:59 PM IST

thumbnail
Liquor Laden Truck Catches Fire (ETV Bharat Odisha)

Fire In Liquor Truck: ଅନୁଗୋଳ: ହୁତୁହୁତୁ ହୋଇ ଜଳିଗଲା ମଦ ବୋଝେଇ ଟ୍ରକ । ମଦ ଡ଼ିପୋରେ ମଦ ଵୋଝେଇ ହୋଇ ଛିଡ଼ା ହୋଇଥିବା 2ଟି ଟ୍ରକ ଜଳି ପୋଡି ଛାରଖାର ହୋଇଯାଇଛି । ଅନୁଗୋଳରେ ଥିବା ମଦ ଡ଼ିପୋରେ ଏହି ଅଘଟଣ ଘଟିଛି । କେହି କିଛି ଜାଣିବା ପୂର୍ବରୁ ଟ୍ରକ 2ଟି ଜଳିଯାଇଥିବା ବେଳେ ଲକ୍ଷାଧିକ ଟଙ୍କାର ମଦ ପୋଡ଼ିଯାଇଛି ।
 

ଅନୁଗୋଳ ଜିଲା ଜରପଡାସ୍ଥିତ ସରକାରୀ ବିଦେଶୀ ମଦ ଗୋଦାମ ପରିସରରେ 2ଟି ମଦ ବୋଝେଇ ଟ୍ରକ ଜଳିଯାଇଛି । ଗୋଦାମ ଭିତରେ ଖାଲି କରିବା ପାଇଁ ଟ୍ରକ 2ଟି ବାହାରେ ଠିଆ ହୋଇଥିବା ବେଳେ ଏହି ଅଗ୍ନିକାଣ୍ଡ ଘଟିଥିଲା । ହଠାତ ନିଆଁ ଲାଗି ଜଳିଗଲା ଟ୍ରକ । ନିଆଁ ଲାଗିବା ପରେ ମଦ ବୋତଲ ଗୁଡିକ ଖୁବ ଜୋରରେ ଫୁଟିବା ଆରମ୍ଭ କରିଥଲା । ଫଳରେ ଆଖପାଖରୁ ଲୋକେ ଡରି ପଳାଇଥିଲେ । ଏପଟେ ଟ୍ରକ ଜଳିଯିବା ଯୋଗୁଁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହୋଇଛି । ନିଆଁ ଲାଗିଥିବା ଖବର ପାଇ ଛେଣ୍ଡିପଦା ଓ ଅନୁଗୋଳ ଦମକଳ ବାହିନୀ ନିଆଁ ଲିଭାଇ ଥିବା ଜଣାପଡିଛି । ନିଆଁ ଲାଗିବାର ପ୍ରକୃତ କାରଣ ଜଣା ପଡିନଥିବା ବେଳେ ଏନେଇ ଡ଼ିପୋ ବିଏମ ସୁମିତ୍ରା ଓରାମ କହିଛନ୍ତି " ମଦ ଗାଡି 2ଟି ଗୋଦାମ ବାହାରେ ରହିଥିଲା । ଗୋଟିଏରେ ବିଅର ଭର୍ତ୍ତି ଥିବା ବେଳେ ଅନ୍ୟଟି ବିଦେଶୀ ମଦ ଭର୍ତ୍ତି ରହିଥିଲା । ସର୍ଟ ସର୍କିଟ ଯୋଗୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଗୋଟିଏ ଟ୍ରକରୁ ନିଆଁ ଆଉ ଗୋଟିଏ ଟ୍ରକକୁ ବ୍ୟାପି ଥାଇପାରେ ବୋଲି ଅନୁମାନ କରାଯାଛି । କ୍ଷୟ କ୍ଷତି ଆକଳନ କରାଯାଇ ନାହିଁ ।"  
 

ଏହା ମଧ୍ୟ ପଢ଼ନ୍ତୁ...ସ୍ବାମୀକୁ ନିର୍ଦ୍ଦୋଷ କହି ଥାନା ଆଗରେ ଦେହରେ ନିଆଁ ଲଗାଇ ଦେଲେ ମହିଳା - Woman Attempts Self Immolation

ଇଟିଭି ଭାରତ, ଅନୁଗୋଳ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.