ତ୍ରିବେଣୀ ମହୋତ୍ସବ ଉଦଯାପିତ, ଶେଷ ଦିନରେ ପ୍ରବଳ ଜନସମାଗମ - Triveni Mahotsav Concluded
🎬 Watch Now: Feature Video
Published : Feb 13, 2024, 8:08 AM IST
Triveni Mahotsav: ନିଆଳି: ପାଞ୍ଚ ଦିନ ଧରି ଚାଲିଥିବା ଐତିହାସିକ ତ୍ରିବେଣୀ ମହୋତ୍ସବ ଉଦଯାପିତ ହୋଇଛି । ପ୍ରତିବର୍ଷ ତ୍ରିବେଣୀ ଅମାବାସ୍ୟା ତିଥିରେ ଆରମ୍ଭ ହୋଇଥାଏ ତ୍ରିବେଣୀ ବୁଡ ତଥା ତ୍ରିବେଣୀ ମହୋତ୍ସବ । ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଭାପୁର ପଞ୍ଚାୟତସ୍ଥିତ ପ୍ରାଚୀ ତଟରେ ଗତ ଗୁରୁବାର ଦିନଠାରୁ ଆରମ୍ଭ ହୋଇଥିବା ଏହି ତ୍ରିବେଣୀ ମହୋତ୍ସବ ଗତକାଲି(ସୋମବାର) ଶେଷ ହୋଇଛି । ଶେଷ ଦିନରେ ପ୍ରବଳ ଜନସମାଗମ ହୋଇଥିଲା । ଏହି ମହୋତ୍ସବର ଶେଷ ସନ୍ଧ୍ୟାରେ ବିଭିନ୍ନ କଳାକାରଙ୍କ ଦ୍ୱାରା ନୃତ୍ୟ ଏବଂ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ବେଶ ମତୁଆଲା କରିଥିଲା । ଓଡ଼ିଶୀ, ସମ୍ବଲପୁରୀ ଏବଂ ମେଲୋଡ଼ି ମାଧ୍ୟମରେ ରୋମାଣ୍ଟିକ ଗୀତ ଓ ନାଚ ଦର୍ଶକମାନଙ୍କ ମନକୁ ଛୁଇଁଥିଲା । ସେହିପରି ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀମାନଙ୍କ ପକ୍ଷରୁ ଦୋକାନ ବଜାର ପସରା ମେଲିଥିଲା । ତେବେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଶ୍ରଦ୍ଧାଳୁ ପୂଣ୍ୟତୋୟା ପ୍ରାଚୀ ନଦୀ ତଥା ଅର୍ଦ୍ଧବେଦୀଙ୍କ ନିକଟରେ ବୁଡ଼ ପକାଇବା ସହିତ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିଥିଲେ ।
ଏହା ମଧ୍ୟ ପଢନ୍ତୁ- ତ୍ରିବେଣୀ ମହୋତ୍ସବ ଉଦଘାଟିତ, ବୁଡ଼ ପକାଇଲେ ହଜାର ହଜାର ଭକ୍ତ
ଇଟିଭି ଭାରତ, ନିଆଳି