ସହରବାସୀଙ୍କ ଆବଶ୍ୟକତା ପୂରଣ କରୁଛନ୍ତି ଗାଁର ଆଦିବାସୀ ମାଅ - DIWALI CELEBRATION IN KORAPUT
🎬 Watch Now: Feature Video
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Oct 31, 2024, 11:14 PM IST
କୋରାପୁଟ: ଆଜି ଦୀପର ଉତ୍ସବ ଦୀପାବଳି । ଘରେ ଘରେ ଦୀପାବଳୀ ଅବସରରେ କାଉଁରିଆ କାଠିରେ ପିତୃପୁରୁଷଙ୍କୁ ଦୀପ ଦେଖାଇ ପୂଜାର୍ଚ୍ଚନା କରାଯାଇଛି । ଘରେ ବାହାରେ ଭଳିକି ଭଳି ଦୀପ ଲଗାଇଛନ୍ତି ଲୋକେ । ତେଣୁ କୋରାପୁଟ ବଜାରରେ ସକାଳୁ ଲୋକଙ୍କ ଭିଡ ଦେଖିବାକୁ ମିଳିଥିଲା ।ସହରବାସୀଙ୍କ ପୂଜାଥାଳିରେ ଯାହା ଯାହା ଦରକାର ଗାଁ ଗଣ୍ଡାରୁ ଆଦିବାସୀ ମା' ମାନେ ସେ ସବୁ ଗୋଟି ଗୋଟି କରି ସାଉଁଟି ଆଣିଛନ୍ତି । କିଏ ଫୁଲ ଆଣିଦେଇଛି,ତ ଆଉ କିଏ ମାଟି ଦୀପ । ନୂଆ ଚାଉଳ, ଧାନ, ଚୁଡା, ଆଖୁକୁ ନେଇ ପସରା ଖୋଲିଛନ୍ତି ଆଦିବାସୀ ମହିଳା । ଏସବୁ ଭିତରେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି କାଉଁରିଆ କାଠି । ବିଡା ପରେ ବିଡା ସରିଯାଉଛି ସମସ୍ତଙ୍କ ପାଖରୁ । ଏହି କାଉଁରିଆ କାଠି କେହି ନିଜ ବାଡ଼ି ବଗିଚାରେ ଲଗାଯାଇଥିବା ଗଛରୁ ସଂଗ୍ରହ କରେ ତ ଆଉ କେହି ସଂଗୃହିତ ହୋଇସାରି ସୁଖାଯାଇଥିବା କାଠିକୁ ଚାଷୀଙ୍କଠାରୁ କିଣି ଆଣିଛନ୍ତି ।
କୋରାପୁଟ ଠାରୁ ୭୦ କିଲୋମିଟରଦୂର ରାମଗିରିରୁ ଆସିଥିବା ଆଦିବାସୀ ଚାଷୀଙ୍କ କହିଛନ୍ତି,"କାଉଁରିଆ ଗଛକୁ କାଟିବା ପରେ ତାକୁ ବଜାରରେ ପହଞ୍ଚାଇବା ପୂର୍ବରୁ ପାଞ୍ଚଦିନର ପ୍ରକ୍ରିୟା ମଧ୍ୟ ଦେଇ ଗତି କରିବାକୁ ପଡେ ।" ସେପଟେ ପ୍ରତ୍ୟେକ ପର୍ବ ପର୍ବାଣୀରେ ବଣ ଜଙ୍ଗଲରୁ ତଥା ବାଡିବଗିଚାରୁ ସହରବାସୀଙ୍କ ଆବଶ୍ୟକତାକୁ ଅତି ସୁଲଭ ମୂଲ୍ୟରେ ଆଣି ଯୋଗାଇ ଦେଉଥିବା ଯୋଗୁଁ ସେହି ଆଦିବାସୀ ପରିବାର ଗୁଡିକ ପାଖରେ କୃତଜ୍ଞ ହେବା ଦରକାର ବୋଲି ସହରବାସୀ ମତ ରଖିଛନ୍ତି ।
ଏହା ମଧ୍ୟ ପଢନ୍ତୁ...ଆରମ୍ଭ ହେଲା ମା' ଭଦ୍ରକାଳୀଙ୍କ ପୂଜା, ସପ୍ତମାତୃକା ବେଶରେ ଦର୍ଶନ ଦେବେ ମା'
ଇଟିଭି ଭାରତ, କୋରାପୁଟ