ଅସ୍ତ୍ରଶସ୍ତ୍ର ଧରି ରାସ୍ତାକୁ ଓହ୍ଲାଇଲେ ଆଦିବାସୀ, ମୋହନ ସରକାରଙ୍କୁ କଲେ ବିରୋଧ - TRIBAL MOVEMENT

By ETV Bharat Odisha Team

Published : Jun 28, 2024, 7:57 PM IST

Updated : Jun 29, 2024, 1:19 PM IST

thumbnail
Tribal Stage Protest (ETV Bharat Odisha)

Tribal Stage Protest: ବଲାଙ୍ଗୀର: ରାଜରାସ୍ତାକୁ ଓହ୍ଲାଇଲେ ଆଦିବାସୀ । ସରକାରଙ୍କ ବିରୋଧରେ କଲେ ନାରାବାଜି ସହିତ ଆନ୍ଦୋଳନ । ରାଜ୍ୟରେ ବିଜେପି ସରକାର ଆଦିବାସୀ ବିରୋଧୀ ନୀତି ଓ ବୈମାତୃକ ମନୋଭାବ ରଖୁଥିବା ଅଭିଯୋଗ କରିଛନ୍ତି ଆନ୍ଦୋଳନକାରୀ । ବଲାଙ୍ଗୀର ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘର ଆହ୍ବାନ କ୍ରମେ ଆଦିବାସୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ । ସ୍ଥାନୀୟ ଯାଦବ ଭବନରୁ ଆଦିବାସୀମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଶୋଭାଯାତ୍ରା କରିଥିଲେ । ପରେ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କର କୁଶ ପୁତ୍ତଳିକା ଦାହ କରିଥିଲେ । ପରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ସାମ୍ବାଦିକଙ୍କ ଉପରକୁ କୁକୁର ଛାଡିବା ଘଟଣା, ରଘୁନନ୍ଦନଙ୍କ ବିରୋଧରେ ଗର୍ଜିଲେ ସାମ୍ବାଦିକ - BHUBANESWAR JOURNALISTS PROTEST

ଆଦିବାସୀ ନେତା ପାଲେଶ୍ୱର ଭୋଇ କହିଛନ୍ତି "ନୂଆ ରାଜ୍ୟ ସରକାର ଆସିବା ପରେ ଆଦିବାସୀଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି । ଯେଉଁଥିରେ ଆଦିବାସୀଙ୍କ ଜନ ନାୟକ ଡ଼ାକ୍ତର ଅଚ୍ୟୁତ ସାମନ୍ତଙ୍କୁ ବିରୋଧ କରାଯାଉଛି । ସେ ହଜାର ହଜାର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ମାଗଣା ଶିକ୍ଷା ଦେଇ ଆସୁଛନ୍ତି । ଏପରିକି ସେ ଖାଇବା, ପୋଷାକ ସହ ଉନ୍ନତ ମାନର ଶିକ୍ଷା ଯୋଗାଇ ଆସୁଛନ୍ତି । ଏହା ସହିତ 40 ହଜାର ଆଦିବାସୀ ଛାତ୍ରଛାତ୍ରୀ ଏବେ ଏହାର ସୁବିଧା ନେଇ ପାଠ ପଢୁଛନ୍ତି । ତେବେ ଏହା ପାଇଁ ଆବଶ୍ୟକ ଥିବା ଜମି ଜମା ପୂର୍ବ ସରକାର ଯୋଗାଇ ଦେଇଥିଲେ । ହେଲେ ଏବେ ନୂଆ ସରକାର ତାକୁ ବିରୋଧ କରୁଛନ୍ତି ।" ଯାହାକୁ ବରଦାସ୍ତ କରାଯିବ ନାହିଁ ଓ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି ।  

ଇଟିଭି ଭାରତ, ବଲାଙ୍ଗୀର

Last Updated : Jun 29, 2024, 1:19 PM IST

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.