ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଗୁରୁତର - Mushroom Poisonous Case - MUSHROOM POISONOUS CASE
🎬 Watch Now: Feature Video
![ETV Thumbnail thumbnail](https://etvbharatimages.akamaized.net/etvbharat/prod-images/02-07-2024/640-480-21847774-thumbnail-16x9-s.jpg)
![ETV Bharat Odisha Team](https://etvbharatimages.akamaized.net/etvbharat/prod-images/authors/odisha-1716536003.jpeg)
Published : Jul 2, 2024, 1:08 PM IST
ନବରଙ୍ଗପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ତିନି ଜଣ ଗୁରୁତର ହୋଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ କୁର୍ଷୀ ପଞ୍ଚାୟତର ଜୁନାପାଣି ଗ୍ରାମରେ । ଗୁରୁତର ମଧ୍ୟରେ ଅଛନ୍ତି ମାଆ ଓ ଦୁଇ ନାବାଳିକା ଝିଅ । ସେମାନେ ହେଲେ ହିରାମଣି ଭତରା ଓ ତାଙ୍କ ଦୁଇ ନାବାଳିକା ଝିଅ, ବନିତା ଭତରା, ନନ୍ଦନି ଭତରା । ଜଙ୍ଗଲରୁ ଆଣିଥିବା ଛତୁ ଓ ଘରେ ପାଳ ଗଦାରେ ଫୁଟିଥିବା ଛତୁକୁ ମିଶାଇ ରାନ୍ଧି ଘରର ସମସ୍ତ ସଦସ୍ୟ ଖାଇଥିଲେ। ଖାଇବାର କିଛି ସମୟ ପରେ ହିରାମଣିକୁ ଝାଡା ଓ ବାନ୍ତି ହୋଇଥିଲା। ବନିତା ଓ ନନ୍ଦନି ଙ୍କୁ କେବଳ ବାନ୍ତି ହୋଇଥିଲା । ପ୍ରବଳ ଝାଡ଼ା ଓ ବାନ୍ତି ହେବା ଫଳରେ ତିନି ଜଣ ଯାକ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ପରିବାର ଲୋକେ ତିନି ଜଣଙ୍କୁ ଆମ୍ବୁଲାନ୍ସ ଯୋଗେ ଉମରକୋଟ ଉପଖଣ୍ଡ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସା ପରେ ତିନି ଜଣଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଠାରୁ ସୂଚନା ମିଳିଛି ।
ଏହା ମଧ୍ୟ ପଢନ୍ତୁ: ବିଷାକ୍ତ ଛତୁ ଖାଇ 5 ପିଲା ଅସୁସ୍ଥ
ଇଟିଭି ଭାରତ, ନବରଙ୍ଗପୁର