ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ନେଇ ରାମମୟ ରେଶମ ସହର - devotees celebration at Berhampur

🎬 Watch Now: Feature Video

thumbnail

By ETV Bharat Odisha Team

Published : Jan 21, 2024, 4:09 PM IST

ବ୍ରହ୍ମପୁର: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ନେଇ ସାରା ଦେଶରେ ଉତ୍ସବର ମାହୋଲ । ଏହାକୁ ନେଇ ସବୁଠି ଭଳିକି ଭଳି କାର୍ଯ୍ୟକ୍ରମ ସହିତ ଭକ୍ତଙ୍କ ପୂଜାର୍ଚ୍ଚନା ମଧ୍ୟ ଆରମ୍ଭ ହୋଇସାରିଛି । ଏପଟେ ରେଶମ ସହର ବ୍ରହ୍ମପୁରରେ ରାମନାମ ଗାଇ ଭକ୍ତଙ୍କ ନଗର ପରିକ୍ରମା ଦେଖିବାକୁ ମିଳିଛି । ସହରର ଶ୍ରୀରାଧା ଗୋବିନ୍ଦ ଧାମ ପକ୍ଷରୁ ଆସନ୍ତାକାଲି ଅଯୋଧ୍ୟାରେ ହେବାକୁ ଥିବା ମର୍ଯ୍ୟାଦା ପୁରୁଷୋତ୍ତମ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠା ଏବଂ ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର କାର୍ଯ୍ୟକାରୀ ନେଇ ଏକ ସ୍ବତନ୍ତ୍ର ନଗର ପରିକ୍ରମା କରାଯାଇଛି । ଏହି ଅବସରରେ ଶ୍ରୀରାଧା ଗୋବିନ୍ଦ ଧାମର ସମସ୍ତ ଭକ୍ତମାନେ ହାତରେ ଶ୍ରୀରାମ ଗୌରିକ ଧ୍ଵଜ ଧରି ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ । ଏହି ଶୋଭାଯାତ୍ରା ସହରର ପ୍ରଥମେ ପାଣିଟାଙ୍କି ଛକ ଠାରୁ ବାହାରି ସୁବାରାଓ ଛକ, ପୁରୁଣା ବସଷ୍ଟାଣ୍ଡ, ବିଶାଲ ମେଗା ମାର୍ଟ ଦେଇ ପୁଣି ପାଣିଟାଙ୍କି ଛକରେ ଶେଷ ହୋଇଥିଲା । ଆସନ୍ତାକାଲି ଭଗବାନ ଶ୍ରୀରାମଙ୍କର ଶ୍ରୀବିଗ୍ରହରେ ପ୍ରାଣପ୍ରତିଷ୍ଠା ହେବାକୁ ଥିବାବେଳେ ବର୍ତ୍ତମାନଠାରୁ ବେଶ ଉତ୍ସାହିତ ହୋଇଛନ୍ତି ଦେଶବାସୀ । ଏହି ଅବସରରେ ବ୍ରହ୍ମପୁର ସହରରେ ଶୋଭାଯାତ୍ରାରେ ବାହାରିଥିବା ସହରବାସୀଙ୍କ ସହିତ ଅଧିକ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ଏହା ମଧ୍ୟ ପଢ଼ନ୍ତୁ...ରାମମୟ ସାରା ଦେଶ; ସମ୍ବଲପୁରରେ ଜଳିବ ଏକ ଲକ୍ଷରୁ ଊର୍ଦ୍ଧ୍ବ ଦୀପ

ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.