ତୁହାକୁ ତୁହା ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା, ଯାତାୟତ ବାଧାପ୍ରାପ୍ତ - Temporary Road Washed Away

By ETV Bharat Odisha Team

Published : Aug 7, 2024, 6:42 PM IST

thumbnail
Temporary Road Washed Away (ETV Bharat Odisha)

Temporary Road Washed Away:ନବରଙ୍ଗପୁର: ଲଗାଣ ବର୍ଷାରେ ବେହାଲ ନବରଙ୍ଗପୁର ଜିଲ୍ଲାର । ତୁହାକୁ ତୁହା ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା । ସୃଷ୍ଟି ହେଲା ବିରାଟ ଘାଇ । ଯାତାୟତରେ ସମସ୍ୟା ଉପୁଜିଥିବା ବେଳେ ରାସ୍ତାକଡ଼ରେ ଗାଡି ଗୁଡିକ ଅଟକି ରହିଛି । ଫଳରେ ନବରଙ୍ଗପୁରରୁ ଇନ୍ଦ୍ରାବତୀ ଯାତାୟାତ ବାଧାପ୍ରାପ୍ତ ହୋଇଛି ।

ନବରଙ୍ଗପୁର ଜିଲ୍ଲାରେ ୨ ଦିନର ଲଗାଣ ବର୍ଷାରେ ନବରଙ୍ଗପୁର-ଇନ୍ଦ୍ରାବତୀ ଦେଇ କହ୍ନେଇମୁଣ୍ଡା ଗ୍ରାମ ନିକଟରେ ତିଆରି ହୋଇଥିବା ଅସ୍ଥାୟୀ ରାସ୍ତା ଧୋଇହୋଇ ଘାଇ ସୃଷ୍ଟି ହୋଇଛି । ସେଠାରେ ନବରଙ୍ଗପୁର ପୂର୍ତ୍ତ ବିଭାଗ ପକ୍ଷରୁ ସୁଉଚ୍ଚ ସେତୁ ନିର୍ମାଣ କରାଯାଉଥିବାରୁ ଲୋକଙ୍କ ଗମନାଗମନ ପାଇଁ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇଥିଲା । ବର୍ତ୍ତମାନ ସେଠାରେ ଘାଇ ସୃଷ୍ଟି ହେବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ତେବେ, ବିଭାଗୀୟ ଅଧିକାରୀ ସେଠାରେ ପହଞ୍ଚି ଘାଇକୁ ସମତଳ କରିବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି l ଅନ୍ୟପଟେ ଉକ୍ତ ରାସ୍ତା ଦେଇ ଯାତାୟାତ ହୋଇପାରୁନଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଇପାରୁନଥିବା ବେଳେ ପୋଲିସ ସେଠାରେ ଜଗିରହିଥିବା ଦେଖିବାକୁ ମିଳିଛି  ।

ଏହା ମଧ୍ୟ ପଢ଼ନ୍ତୁ...ଘୂର୍ଣ୍ଣିବଳୟ ରୂପ ନେବ ଲଘୁଚାପ; ୪୮ ଘଣ୍ଟା ପ୍ରବଳ ବର୍ଷା ପାଇଁ ଏସବୁ ଜିଲ୍ଲାକୁ ସତର୍କତା - Rain In Odisha
ଇଟିଭି ଭାରତ, ନବରଙ୍ଗପୁର

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.