ଭିନ୍ନକ୍ଷମଙ୍କ ସହ ରଜ ପର୍ବ ପାଳିଲା ସ୍ଵାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ - Raja festival - RAJA FESTIVAL
🎬 Watch Now: Feature Video
Published : Jun 18, 2024, 3:47 PM IST
ମୁମ୍ବାଇ: ଓଡି଼ଶା ବାହାରେ ରହି ବି ନିଜ ସଂସ୍କୃତି ଓ ପରମ୍ପରାକୁ ଭୁଲି ନାହାନ୍ତି ପ୍ରବାସୀ ଓଡି଼ଆ । ଭିନ୍ନକ୍ଷମଙ୍କୁ ନେଇ ସ୍ଵତନ୍ତ୍ର ରଜ ପାଳିଲା ସ୍ଵାଭିମାନୀ ଓଡ଼ିଆ ଓମେନ୍ସ ୱାର୍ଲ୍ଡ । ମୁମ୍ବାଇର ଥାନେ ସ୍ଥିତ ଫେଡରେସନ୍ ହାଉସଠାରେ ସଂଗଠନ ପକ୍ଷରୁ ରବିବାର ଶେଷ ରଜ ପାଳିତ ହୋଇଯାଇଛି । ଏହି ଉତ୍ସବରେ ପ୍ରଥମେ ପୁରୀ ଚନ୍ଦନଯାତ୍ରା ସମୟରେ ବାଣ ବିସ୍ଫୋରଣ ଓ ବୈଷ୍ଣୋଦେବୀ ତୀର୍ଥ ଯାତ୍ରୀ ବସ ଉପରେ ଆକ୍ରମଣ ଘଟଣାରେ ମୃତଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ‘ସ୍ୱାଭିମାନୀ ଓଡ଼ିଆ ଓମେମନ୍ସ ୱାର୍ଲ୍ଡ’ ସଫଳତାର କାହାଣୀ ବର୍ଣ୍ଣନା କରାଯାଇଥିଲା । ଭିନ୍ନକ୍ଷମଙ୍କ ଜୀବନଧାରାକୁ ସମୃଦ୍ଧ ଓ ବିକଶିତ କରିବା ଦିଗରେ କାର୍ଯ୍ୟରତ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସି.ପି.ଏ.ଆଇ. ତତ୍ତ୍ୱାବଧାନରେ ଭିନ୍ନକ୍ଷମ ପିଲାମାନଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଜ ମହୋତ୍ସବ କାର୍ଯ୍ୟକ୍ରମର ପ୍ରମୁଖ ପୃଷ୍ଠପୋଷକ ‘ଆଓନେକ୍ସଟ’ ଓଟିଟି ପ୍ଲାଟଫର୍ମ ତରଫରୁ ଏକ ଟିଜର୍ ପ୍ରଦର୍ଶନ କରାଯାଇଥିଲା । ଓଡ଼ିଆ ଗାୟିକା ବର୍ଣ୍ଣାଳୀ ହୋତା ଓ ବିଶିଷ୍ଟ ଗୀଟାରବାଦକ ଅଙ୍କିତ ରାଜ୍ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ପ୍ରୀତା ମହାନ୍ତି ଓ ସୁଦେସ୍ନା ପଣ୍ଡା ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ଏହି ଅବସରରେ କଣ୍ଠଶିଳ୍ପୀ ବର୍ଣ୍ଣାଳୀ ହୋତାଙ୍କୁ ସମ୍ମାନିତ କରାଯାଇଥିଲା । ପରେ ପରେକଣ୍ଠଶିଳ୍ପୀ ବଙ୍କିମଙ୍କ ଦ୍ୱାରା ସଂଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମ୍ବେଦନା, ଚଞ୍ଚଳ ଓ ବନ୍ଦିତା ବିଚାରକ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ସୁପର୍ଣ୍ଣା ଝା ପିନ୍ଧିଥିଲେ ରଜ କୁଇନ୍ ୨୦୨୪ର କୁକୁଟ ।
ଏହା ମଧ୍ୟ ପଢନ୍ତୁ-ପିପିଲିରେ ରଜ ପର୍ବ ୨୦୨୪ ପାଳିତ, ଯୋଗଦେଲେ ପୁରୀ ସାଂସଦ - RAJA FESTIVAL 2024
ଇଟିଭି ଭାରତ, ମୁମ୍ବାଇ