thumbnail

By ETV Bharat Odisha Team

Published : Apr 1, 2024, 7:53 AM IST

ETV Bharat / Videos

ବାଲୁକା ଚିତ୍ର କଳାରେ ଉତ୍କଳ ଦିବସର ଶୁଭେଚ୍ଛା ଜଣାଇଲେ ସୁଦର୍ଶନ - Utkal Divas 2024

Utkal Divas 2024 ପୁରୀ: ଆଜି ଉତ୍କଳ ଦିବସ । ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୁରିଛି 88 ବର୍ଷ । ଏହି ଅବସରରେ ଉତ୍କଳ ଦିବସର ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ଆନ୍ତର୍ଜାତିକ ବାଲୁକା ଚିତ୍ର ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ । ପୁରୀ ନୀଳାଦ୍ରି ବିଚରେ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ଏହି ଶୁଭେଚ୍ଛା ଦେଇଛନ୍ତି । ବାଲୁକା ଚିତ୍ରକଳାରେ ଓଡ଼ିଶାର ମାନଚିତ୍ର ସହ ଓଡ଼ିଶାର ପ୍ରସିଦ୍ଧ ମନ୍ଦିର, ଐତିହସ୍ଥଳୀକୁ ସ୍ଥାନିତ କରିଛନ୍ତି । ଯାହାକି ବେଶ ଚିତ୍ତାର୍କଷକ ହେଇଛି । ଏହି ବାଲୁକା ଚିତ୍ରକଳା ମାଧ୍ୟମରେ ସୁଦର୍ଶନ ଓଡ଼ିଶାବାସୀଙ୍କ ସଫଳତା, ସମୃଦ୍ଧି କାମନା କରିଛନ୍ତି । ଅନ୍ୟପଟେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ବାଲୁକା କଳା ଦେଖି ପର୍ଯ୍ୟଟକମାନେ ମଧ୍ୟ ବେଶ ପ୍ରଂଶସା କରିଛନ୍ତି ।  

ଏହାମଧ୍ୟ ପଢନ୍ତୁ.. ଉତ୍କଳ ଦିବସ ପାଳୁଛି ସ୍ୱାଭିମାନୀ ଓଡ଼ିଆ, ଆଜି ଗଠନ ହୋଇଥିଲା ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ - Utkal Divas 2024

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.