thumbnail

ଚାଷୀ ପୁଅ ହେବେ ଡାକ୍ତର, ନିଟ୍‌ରେ ୭୦୫ ମାର୍କ ରଖି ନ୍ୟୁରୋ ସର୍ଜନ ହେବା ଲକ୍ଷ୍ୟରେ ଜଗଦୀଶ - NEET Result 2024

By ETV Bharat Odisha Team

Published : Jun 9, 2024, 10:37 PM IST

Struggle Story Of NEET Qualified Student:ଖୋର୍ଦ୍ଧା: ଦୃଢଇଚ୍ଛା ଶକ୍ତି ଓ କଠିନ ପରିଶ୍ରମ ଦ୍ବାରା ଅସମ୍ଭବକୁ ସମ୍ଭବ କରିହୁଏ । ଲକ୍ଷ୍ୟ ସ୍ଥିର ଥିଲେ ସଫଳତାର ଗଡ଼ ଜିତିବା ଅସମ୍ଭବ ନୁହେଁ । ଯାହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା କଣ୍ଟାବାଡ ଗ୍ରାମର ଜଗଦୀଶ ମହାପାତ୍ର । ଜଗଦୀଶଙ୍କ ବାପା ଜଣେ ଚାଷୀ । ଅଭାବ ଅସୁବିଧାରେ କଠିନ ପରିଶ୍ରମ କରି ଘର ଚଳାଇବା ସହ ପୁଅକୁ ପାଠ ପଢ଼ାନ୍ତି । ଆଉ ଆଜି ପୁଅ ଜଗଦୀଶ ବାପାଙ୍କ ପରିଶ୍ରମର ମୂଲ୍ୟ ରଖିଛନ୍ତି । ନିଟ୍ ମେଡିକାଲ ପରୀକ୍ଷାରେ ୭୨୦ ନମ୍ବରରୁ ୭୦୫ ମାର୍କ ରଖି ଅଞ୍ଚଳ ପାଇଁ ଗୌରବ ଆଣିବା ସହ ନ୍ୟୁରୋ ସର୍ଜନ ହେବା ପାଇଁ ଲକ୍ଷ୍ୟ ରଖିଛନ୍ତି । 

ଜଗଦୀଶ ଦୈନିକ ୧୦ରୁ ୧୨ ଘଣ୍ଟାର କଠିନ ପରିଶ୍ରମ କରନ୍ତି । ସ୍ଵେଚ୍ଛାସେଵୀ ଅନୁଷ୍ଠାନ ସହାୟତାରେ କୋଚିଂ ନେଇ ମେଡିକାଲ ନିଟ ପରୀକ୍ଷାରେ ୭୨୦ରୁ ୭୦୫ ମାର୍କ ରଖି ସୁନାମ ଆଣୁଛନ୍ତି ସୁନା ପୁଅ ଜଗଦୀଶ । ସଫଳତା ପାଇଥିବା ଜଗଦୀଶ କହିଛନ୍ତି, "ବାପାଙ୍କ ଆର୍ଦଶରେ ମୁଁ ଅନୁପ୍ରାଣିତ ହୋଇଛି । ଗରିବ ଆଗରେ ଅର୍ଥ ଅଭାବରୁ ଯେପରି ଶିକ୍ଷାଦାନ ପଦ୍ଧତିରେ ବାଧାପ୍ରାପ୍ତ ହେବନି ସେଥିପାଇଁ କଠିନ ପରିଶ୍ରମ କରୁଥିଲି । ସ୍ଵେଚ୍ଛାସେବୀ ଅନୁଷ୍ଠାନ ସହାୟତାରେ ମୁଁ ଆଜି ନିଟ୍‌ରେ ଭଲ କରିଛି । ଭବିଷ୍ୟତରେ ଜଣେ ଭଲ ନ୍ୟୁରୋ ସର୍ଜନ ହୋଇ ଗରିବ ଲୋକମାନଙ୍କ ସେବା କରିବି ।" ସେପଟେ ଜଗଦୀଶଙ୍କ ବାପା କିଶୋର ମହାପାତ୍ର ପୁଅକୁ ଡାକ୍ତର କରିବାର ଇଚ୍ଛା ରଖିଥିଲେ । ଗରିବ ଚାଷୀ ହୋଇଥିବାରୁ ପୁଅକୁ ଧାର କରଜ କରି ପାଠ ପଢାଇଥିଲେ । କଠିନ ପରିଶ୍ରମ ପୁଅକୁ ଆଜି ସଫଳତା ଆଣିଦେଇଛି । ଜଗଦୀଶଙ୍କ ସଫଳତା ପାଇବା ପାଇଁ ସ୍ଥାନୀୟ ଅଞ୍ଚଳରୁ ଶୁଭେଚ୍ଛାର ସୁଅ ଛୁଟୁଛି ।


ଏହା ମଧ୍ୟ ପଢ଼ନ୍ତୁ...ପେଶାରେ ବାପା ଟ୍ୟାକ୍ସି ଡ୍ରାଇଭର; ମାଟ୍ରିକ ପରୀକ୍ଷାରେ ପୁଅ ଟପ୍ପର ! - BSE Matric Result 2024

ଇଟିଭି ଭାରତ, ଖୋର୍ଦ୍ଧା

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.