ବରଫ ଚାଦରରେ ଢାଙ୍କି ହେଲା ଶ୍ରୀନଗର, ମନମୋହୁଛି ଅପରୂପ ଦୃଶ୍ୟ - ଶ୍ରୀନଗରରେ ବରଫପାତ
🎬 Watch Now: Feature Video


Published : Feb 4, 2024, 12:53 PM IST
Heavy snowfall in Srinagar: ଶ୍ରୀନଗର: ଭାରତର ଭୂସ୍ବର୍ଗ ଜମ୍ମୁ-କାଶ୍ମୀର । ଏଠାକାର ପ୍ରାକୃତିକ ସୌନ୍ଦର୍ଯ୍ୟ ବର୍ଷ ତମାମ ପର୍ଯ୍ୟଟଙ୍କୁ ଆକର୍ଷିତ କରିଥାଏ । ଏବେ ଜମ୍ମୁ-କାଶ୍ମୀର ରାଜଧାନୀ ଶ୍ରୀନଗରରେ ପ୍ରବଳ ତୁଷାରପାତ ହେଉଛି । ଶୁଭ୍ର ବରଫ ଚାଦରରେ ଚମକୁଛି ଶ୍ରୀନଗର ସୌନ୍ଦର୍ଯ୍ୟ । ହିମ ଚାଦରରେ ଢାଙ୍କି ହୋଇଛି ଗଛଲତା, ରାସ୍ତାଘାଟ, ଘରଦ୍ବାର । ସତେ ଯେମିତି ଧରଣୀରାଣୀ ଶୁଭ୍ର ଚାଦର ଘୋଡେଇ ହୋଇ ନିଘୋଡ଼ ନିଦ୍ରାରେ ଶୋଇଯାଇଛି । ଆକାଶରୁ ମୋତି ଭଳି ଖସି ଆସୁଥିବା ବରଫ ବର୍ଷା ମର୍ତ୍ତ୍ୟରେ ସ୍ବର୍ଗର ଭ୍ରମ ସୃଷ୍ଟି କରୁଛି । ଯୁଆଡେ ଚାହିଁଲେ ଧଳା ବରଫ ଆସ୍ତରଣର ମନଲୋଭା ସୌନ୍ଦର୍ଯ୍ୟ ଦେଖିବାକୁ ମିଳୁଛି । ତେବେ ଶ୍ରୀନଗରରେ ପ୍ରବଳ ବରଫପାତ ସାଧାରଣ ଲୋକଙ୍କ ଜୀବନ ଯାତ୍ରା ମଧ୍ୟ ଗଭୀର ଭାବେ ପ୍ରଭାବିତ କରୁଛି । ରାସ୍ତାଘାଟ ବରଫରେ ଢାଙ୍କି ହେବା କାରଣରୁ ଯାତାୟତ ବାଧାପ୍ରାପ୍ତ ହେଉଛି । ଦେଖନ୍ତୁ ଭୂସ୍ବର୍ଗରେ ବରଫପାତ ସମୟର ମନମୁଗ୍ଧକର ଦୃଶ୍ୟ...