thumbnail

ଚଳଚଞ୍ଚଳ ବୁଢ଼ୀ ଠାକୁରାଣୀ ପୀଠ, ଚାଲିଛି ସ୍ବତନ୍ତ୍ର ପୂଜାର୍ଚ୍ଚନା

By ETV Bharat Odisha Team

Published : 2 hours ago

ବ୍ରହ୍ମପୁର: ଆଜି ହେଉଛି ବିଜୟା ଦଶମୀ । ଅସତ୍ୟ ଉପରେ ସତ୍ୟର ବିଜୟ ।  ଶାରଦୀୟ ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ବୁଢୀ ଠାକୁରାଣୀ ପୀଠ । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ପାରମ୍ପାରିକ ରୀତିନୀତିରେ ହୋଇଛି ମା’ଙ୍କ ପୂଜାର୍ଚ୍ଚନା । ଏହି ଅବସରରେ ପ୍ରତେକ ଦିନ ସକାଳର ସୂର୍ଯ୍ୟ ପୂଜା ଠାରୁ ଆରମ୍ଭ କରି ରାତ୍ର ପର୍ଯ୍ୟନ୍ତ ଚଣ୍ଡୀ ପାଠ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ପୂଜାର୍ଚ୍ଚନା କରାଯାଉଥିଲା । ମା’ଙ୍କ ଶାରଦୀୟ ଦୁର୍ଗାପୂଜାକୁ ନେଇ ପ୍ରତ୍ୟେକ ଦିନ ଭକ୍ତଙ୍କ ସମାଗମ ହୋଇଥିଲା । ମା’ଙ୍କ ପୀଠର ମାହାତ୍ମ୍ୟ ଅତ୍ୟନ୍ତ ପୁରାତନ । ଏବେ ମନ୍ଦିର ରୂପାନ୍ତର କାର୍ଯ୍ୟ ଜାରି ରହିଥିବା ବେଳେ ପ୍ରବଳ ଭକ୍ତଙ୍କ ସମାଗମ ଦେଖିବାକୁ ମିଳିଛି । ମା’ଙ୍କ ନିକଟକୁ ଆସି ଆଶିଷ ନେଇଛନ୍ତି ଭକ୍ତ । ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ବୁଢ଼ୀ ଠାକୁରାଣୀ ମନ୍ଦିର  । ଏନେଇ ବ୍ରହ୍ମପୁରରୁ ଅଧିକ ସୂଚନା ଦେଇଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା... 

ଏହା ମଧ୍ୟ ପଢନ୍ତୁ:

କାହିଁକି ଦଶମୀରେ ମା’ଙ୍କୁ ଦହି ପଖାଳ ଲାଗି କରାଯାଏ, କାହିଁକି ହୁଏ ସିନ୍ଦୁର ଖେଳ ? କଣ ଏହି ପରମ୍ପରା

ଏମିତି ଏକ ପୂଜା ମଣ୍ଡପ, ଭୋଗରେ ଲାଗି ହୁଏ ଆମିଷ

ମହାମାୟାଙ୍କ ମହାନବମୀ: ହସିଦେଲେ କୁମାରୀ, ମିଳେ ମା’ଙ୍କ ଆଶୀର୍ବାଦ !

ଇଟିଭି ଭାରତ, ବ୍ରହ୍ମପୁର  

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.