ଢେଙ୍କାନାଳରୁ ଅଯୋଧ୍ୟା ଗଡ଼ିଲା ଆସ୍ଥା ଟ୍ରେନ, ରାମଲାଲାଙ୍କ ଦର୍ଶନ କରିବେ ଶ୍ରଦ୍ଧାଳୁ - ଢେଙ୍କାନାଳ ଅଯୋଧ୍ୟା ଟ୍ରେନ
🎬 Watch Now: Feature Video
Published : Feb 23, 2024, 12:25 PM IST
Special Astha Train from Dhenkanal to Ayodhya, ଢେଙ୍କାନାଳ: ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସାରା ଭାରତ ବର୍ଷରେ ଉତ୍ସାହ ଓ ଉଦ୍ଦୀପନା ଭରି ଦେଇଛି । ଜନ୍ମଭୂମିରେ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇଁ ବ୍ୟାକୁଳ ହୋଇପଡିଛନ୍ତି ଶ୍ରଦ୍ଧାଳୁ । ଏଥିପାଇଁ ଆଜି ଶତାଧିକ ଶ୍ରଦ୍ଧାଳୁଙ୍କୁ ନେଇ ଢେଙ୍କାନାଳରୁ ଅଯୋଧ୍ୟା ଗଡ଼ିଛି ସ୍ବତନ୍ତ୍ର ଆସ୍ଥା ଟ୍ରେନ । ସକାଳ ୪ଟା ୪୫ ମିନିଟରେ ଢେଙ୍କାନାଳ ମୁଖ୍ୟ ଷ୍ଟେସନରୁ ଯାତ୍ରୀମାନଙ୍କୁ ନେଇ ଆସ୍ଥା ଟ୍ରେନ ଯାତ୍ରା ଆରମ୍ଭ କରିଛି । ଅନୁଗୋଳରୁ ଢେଙ୍କାନାଳ, କଟକ ଓ ଯାଜପୁର ଜିଲ୍ଲାର ଶ୍ରଦ୍ଧାଳୁମାନେ ଏହି ଟ୍ରେନ ଯୋଗେ ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାର ଦର୍ଶନ ନଗର ଯାତ୍ରା କରିଛନ୍ତି । କେବଳ ଢେଙ୍କାନାଳ ଜିଲ୍ଲାର ସଦର, ଭୁବନ, କାମାକ୍ଷାନଗର ଓ ହିନ୍ଦୋଳ ଆଜି ୪ଟି ବ୍ଲକରୁ ଉଭୟ ମହିଳା ଓ ପୁରୁଷଙ୍କୁ ମିଶାଇ ମୋଟ ୪୦୨ ଜଣ ଦର୍ଶନାର୍ଥୀ ଏହି ସ୍ୱତନ୍ତ୍ର ଟ୍ରେନରେ ଯାତ୍ରା କରିଥିବା ଦେଖିବାକୁ ମିଳିଛି । ଅନୁଗୋଳରୁ ଏହି ସ୍ୱତନ୍ତ୍ର ଟ୍ରେନ ବାହାରି ଥିବାବେଳେ ଢେଙ୍କାନାଳ ଷ୍ଟେସନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚି ଯାଇଥିଲା । ରାମଚନ୍ଦ୍ରଙ୍କ ଦର୍ଶନ ପାଇଁ ସୁଯୋଗ ମିଳିଥିବାରୁ ଏନେଇ ସରକାରଙ୍କୁ କୃତଜ୍ଞତା ଜଣାଇବା ସହ ଯାତ୍ରୀମାନେ ଖୁବ୍ ଉତ୍ସାହିତ ଥିବାର ଦେଖାଯାଇଛି ।
ଇଟିଭି ଭାରତ, ଢେଙ୍କାନାଳ