ବିବାହ ବନ୍ଧନରେ ବାନ୍ଧି ହେଲେ ଦେବ ଦମ୍ପତି, କାଲି ମନ୍ଦିର ବିଜେ - Sital Sasthi 2024

By ETV Bharat Odisha Team

Published : Jun 11, 2024, 4:05 PM IST

thumbnail
Sital Sasthi 2024 (ETV Bharat Odisha)

Sital Sasthi 2024: ସୁବର୍ଣ୍ଣପୁର: ସୋନପୁର ଗଡଜାତର ଐତିହାସିକ ଶୀତଳ ଷଷ୍ଠୀ ପର୍ବରେ ଦେବ ଦମ୍ପତିଙ୍କ ବିବାହ ଉତ୍ସବ ସମ୍ପନ୍ନ ହୋଇଛି । ଗତକାଲି ସଦ୍ଧ୍ୟାରେ ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତିମା ବାବା ଚନ୍ଦ୍ରଶେଖର କନ୍ୟାମାତାଙ୍କ ବାସଭବନକୁ ଆଡମ୍ବରପୂର୍ଣ୍ଣ ବରଯାତ୍ରୀ ନେଇ ପହଞ୍ଚିଥିଲେ । ବରଯାତ୍ରୀ ଦଳରେ ସହରର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସମେତ ଅନ୍ୟାନ୍ୟ ଦେବଗଣ ସାମିଲ ହୋଇଥିଲେ । ନିର୍ଦ୍ଧାରିତ ଲଗ୍ନରେ ବାବା ଚନ୍ଦ୍ରଶେଖର ଦେବୀ ମା’ ପାର୍ବତୀଙ୍କ ପାଣି ଗ୍ରହଣ କରିଥିଲେ । ବୈଦିକ ରୀତିନୀତିରେ ବିବାହ କାର୍ଯ୍ୟ କରାଯାଇଥିବା ବେଳେ ଆଜି ପାହାନ୍ତିଆରେ ଦେବ ଦମ୍ପତିଙ୍କ ବିବାହ ସଂପନ୍ନ ହୋଇଛି ।ଏବେ ଦେବ ଦମ୍ପତି କନ୍ୟାମାତାଙ୍କ ବାସଭବନରେ ଆଶ୍ରୟ ନେଇଛନ୍ତି ।  

ଏହା ମଧ୍ୟ ପଢ଼ନ୍ତୁ... ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବିବାହ, ଆଜି ଶୀଳତ ଷଷ୍ଠୀ - Sital Sasthi 2024

ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ପ୍ରତିମାଙ୍କ ସହିତ ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ଦର୍ଶନ କରିବା ସହିତ ବରଯାତ୍ରୀ ଦଳରେ ସାମିଲ ହେବା ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । ତେବେ ଦେବ ଦମ୍ପତିଙ୍କ ଏହି ବିବାହ ଉତ୍ସବରେ ଶ୍ରଦ୍ଧାଳୁମାନେ ଏକତ୍ର ମହାଦେବ ଓ ପାର୍ବତୀଙ୍କ ଦର୍ଶନ କରିବା ସହିତ ଶ୍ରୀଅନ୍ନ ଯଜ୍ଞରେ ନିଜକୁ ସାମିଲ କରିଥିଲେ ।ଆଜି ଦେବ ଦମ୍ପତି କନ୍ୟାମାତାଙ୍କ ବାସଭବନରେ ଆଶ୍ରୟ ନେଇଥିବା ବେଳେ ସଦ୍ଧ୍ୟାରେ ଦେବ ଦମ୍ପତିଙ୍କ ଯୁଗଳ ମୂର୍ତ୍ତି ଦର୍ଶନ ଦେବେ । ଆସନ୍ତାକାଲି ପାହାନ୍ତିଆରୁ ଦେବ ଦମ୍ପତିଙ୍କ ନଗର ଭ୍ରମଣ ଓ ସ୍ବମନ୍ଦିର ଗମନ କାର୍ଯ୍ୟକ୍ରମ ରହିଛି ।

ଇଟିଭି ଭାରତ, ସୁବର୍ଣ୍ଣପୁର 

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.