ବାଲିଯାତ୍ରା ଶେଷ ସଂଧ୍ୟା; କୁଳଦୀପ-ମୋନାଲିଙ୍କ ଗୀତରେ ଝୁମିଲେ ଦର୍ଶକ - CUTTACK BALI YATRA 2024

🎬 Watch Now: Feature Video

thumbnail

By ETV Bharat Odisha Team

Published : Nov 24, 2024, 1:23 PM IST

କଟକ: ସରିଲା ଐତିହାସିକ ବାଲିଯାତ୍ରା । ୯ ଦିନ ଧରି ଉପର ଓ ତଳ ପଡିଆରେ ଚଲିଥିବା କଟକ ଐତିହାସିକ ବାଲିଯାତ୍ରା ଗତକାଲି (ଶନିବାର) ଦିନ ଶେଷ ହୋଇଛି । ଶେଷ ସଂଧ୍ୟାରେ ଉଭୟ ବୈଷ୍ଣବ ପାଣି ଓ ଅକ୍ଷୟ ମହାନ୍ତି ମଞ୍ଚରେ ଧୁମ ମଚାଇଲେ କଳାକାର । କଣ୍ଠଶିଳ୍ପୀ କୁଳଦୀପ ପଟ୍ଟନାୟକ ଓ ମୋନାଲି ମଧୁସ୍ମିତାଙ୍କ କଣ୍ଠର ଯାଦୁରେ ମତୁଆଲା ହେଲେ ଦର୍ଶକ । ଶେଷ ଦିନରେ ପ୍ରବଳ ଭିଡ ମଧ୍ୟରେ ମେଲୋଡି କାର୍ଯ୍ୟକ୍ରମକୁ ଭରପୁର ମଜା ଉଠାଇଥିଲେ ଦର୍ଶକ । କୁଳଦୀପ ଆହେ ନୀଳଶୈଳ, ମହୁଆ ପାଣି, ଧୂଳିଆ ଜନ୍ଦା ଗୀତରେ ଝୁମିଥିଲେ ଦର୍ଶକ । ଅନ୍ୟପଟେ ଅକ୍ଷୟ ମହାନ୍ତି ନାଇଟରେ ମଧ୍ୟ ବେଶ ଆକର୍ଷଣୀୟ ରହିଥିଲା । ପ୍ରାୟ 12 ଲକ୍ଷରୁ ଅଧିକ ଲୋକ ଗତକାଲି ଉଦଯାପନୀ ଦିବସରେ ବାଲିଯାତ୍ରା ପରିଭ୍ରମଣ କରିଛନ୍ତି । ତେବେ ସରକାରୀ ରିପୋର୍ଟ ଅନୁସାରେ, ଏଥର ପୂର୍ବାପେକ୍ଷା ରେକର୍ଡ ସଂଖ୍ୟକ ବ୍ୟବସାୟ ବାଲିଯାତ୍ରାରେ ହୋଇଛି । ପ୍ରାୟ ୨୫୦ କୋଟିର ବ୍ୟବସାୟ ହୋଇଥିବା ଜଣାପଡିଛି ।

ଏହା ମଧ୍ୟ ପଢନ୍ତୁ...ସରିଲା ଐତିହାସିକ ବାଲିଯାତ୍ରା: ଏଥର ୨୫୦ କୋଟିର ବ୍ୟବସାୟ, ଶେଷ ସଂଧ୍ୟାରେ ବୁଲିଲେ 12 ଲକ୍ଷ ଦର୍ଶକ
 

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.