ସିଜିମାଳି ଖଣି ଖନନ, ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ଦାବିପତ୍ର ପ୍ରଦାନ - SIJIMALI MINE
🎬 Watch Now: Feature Video
Published : Nov 15, 2024, 10:57 PM IST
ରାୟଗଡ଼ା: କାଶୀପୁର ବ୍ଲକରେ ହେବାକୁ ଥିବା ସିଜିମାଳି ଖଣି ଖନନକୁ ନେଇ କମ୍ପାନୀ ସପକ୍ଷବାଦୀଙ୍କ ଏକ ବିଶାଳ ରାଲି । ଏହି ରାଲି କୋରାପୁଟ ଛକ ଠାରୁ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ବାହାରିଥିଲା । ଉକ୍ତ ରାଲିରେ କାଶୀପୁର ଅଞ୍ଚଳର ପ୍ରାୟ ୨ ହଜାର ଲୋକ ଯୋଗ ଦେଇଥିବା ବେଳେ ସମସ୍ତ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ସମର୍ଥନ କରିଥିଲେ । ଲୋକମାନେ ବିଭିନ୍ନ ପ୍ଲାକାର୍ଡ ଧରି ମୈତ୍ରୀ କମ୍ପାନୀ ସପକ୍ଷରେ ସ୍ଲୋଗାନ ଦେଇଥିଲେ । ସିଜିମାଳି ଖଣି ଖାଦାନ ବେଦାନ୍ତ କମ୍ପାନୀ ପାଇଥିବା ବେଳେ କିଛି ଲୋକ ନିଜର ସ୍ବାର୍ଥ ପାଇଁ ଖଣି ପ୍ରଭାବିତ ଲୋକଙ୍କ ବିଭିନ୍ନ ଅସାମାଜିକ ତତ୍ତ୍ଵ ଉପରେ କହି ବିରୋଧ କରୁଛନ୍ତି । ଅଧିକାଂଶ ଅଞ୍ଚଳବାସୀ ଖଣି ଖନନ ଓ କମ୍ପାନୀ ସପକ୍ଷରେ ରହି କମ୍ପାନୀ ହେଲେ ଅଞ୍ଚଳର ଉନ୍ନତି ହେବା ସହ ସ୍ଥାନୀୟ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ପାଇ ପାରିବେ ବୋଲି ପ୍ରକାଶ କରିଛନ୍ତି ।
ତୁରନ୍ତ ସିଜିମାଳି ବକ୍ସାଇଟ ଖଣି ଖନନ ପାଇଁ ଅନୁମତି ଦେବାକୁ ଦାବି କରିଛନ୍ତି । ଏହି ଖଣି ଖନନ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ହେବା ସହିତ ନିଯୁକ୍ତି ସୃଷ୍ଟି ହେବ । ପୂର୍ବରୁ ପରିବେଶ ମଞ୍ଜୁରୀ ମିଳିଥିଲେ ମଧ୍ୟ ଖଣି ଖନନରେ ବିଳମ୍ବ ହେଉଥିବା କହିଛନ୍ତି ଆନ୍ଦୋଳନକାରୀ । କିଛି ବାହାର ଲୋକ ଆସି ଖଣି ଖନନ ବିରୋଧରେ ଲୋକଙ୍କୁ ଭ୍ରମିତ କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ଖଣି ଖନନ ହେଲେ ଲୋକଙ୍କ ଆର୍ଥିକ ପ୍ରଗତି ଘଟିବ । ବିଭିନ୍ନ ଖଣି ଖନନରେ ନିୟୋଜିତ ଥିବା ମୈତ୍ରୀ କମ୍ପାନୀ ସେହି ଅଞ୍ଚଳରେ ଲୋକଙ୍କ ପାଇଁ କାର୍ଯ୍ୟ କରୁଥିବା ଦାବିପତ୍ରରେ ଉଲ୍ଲେଖ ରହିଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଅପରପକ୍ଷେ ସିଜିମାଳି ଖଣି ପ୍ରଭାବିତ ଅଞ୍ଚଳର ଅନ୍ୟ ଏକ ଗୋଷ୍ଠୀ ଖଣି ଖନନକୁ ବିରୋଧ କରି ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିବା ସହ ବନ୍ଦ ନ ହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର