ଶୀତଳଷଷ୍ଠୀ ଯାତ୍ରା ପାଇଁ ଚଳଚଞ୍ଚଳ ସୁବର୍ଣ୍ଣପୁର, ଆଜି ଦେବ ଦମ୍ପତିଙ୍କ ବିବାହ ଉତ୍ସବ - Lord Shiva And Parvati Marriage Today - LORD SHIVA AND PARVATI MARRIAGE TODAY

🎬 Watch Now: Feature Video

thumbnail

By ETV Bharat Odisha Team

Published : Jun 10, 2024, 12:46 PM IST

ସୁବର୍ଣ୍ଣପୁର: ସୋନପୁୁର ଗଡଜାତର ଐତିହାସୀକ ଶିତଳଷଷ୍ଠୀ ପର୍ବ ଆରମ୍ଭ ହୋଇଛି । ଜିଲ୍ଲା କୋଷାଗାରରୁ ବାବା ସୁବର୍ଣ୍ଣମେରୁଙ୍କ ଚଳନ୍ତି ପ୍ରତୀମା ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ବାହାରି ଏବେ ବର ପିତାଙ୍କ ବାସଭବନରେ ଅବସ୍ଥାନ କରିଛନ୍ତି । ଦେବ ଦମ୍ପତିଙ୍କ ବିବାହ ପାଇଁ ଦେବ ନିମନ୍ତ୍ରଣ, ଦେବୀ ମା' ପାର୍ବତୀଙ୍କ ଅଳଙ୍କାର ଧାରଣ ଓ ବିବାହ ପାଇଁ କନ୍ୟାମାତାଙ୍କ ପକ୍ଷରୁ ବର ନିମନ୍ତ୍ରଣ ପର୍ବ ସଂପନ୍ନ ହୋଇଛି । ଦେବୀ ମା' ପାର୍ବତୀଙ୍କ ପାଣି ଗ୍ରହଣ ପାଇଁ ଆଜି ସନ୍ଧ୍ୟାରେ ଏକ ଆଡମ୍ବରପୂର୍ଣ୍ଣ ବରଯାତ୍ରୀ ଦଳରେ ବାବା ଚନ୍ଦ୍ରଶେଖର କନ୍ୟାମାତାଙ୍କ ବାସଭବନକୁ ପହଞ୍ଚିବେ । ବାବା ଚନ୍ଦ୍ରଶେଖରଙ୍କ ବରଯାତ୍ରୀ ଦଳରେ ସହରର ଅଷ୍ଟଶମ୍ଭୁ ଓ ଅଷ୍ଟବିଷ୍ଣୁଙ୍କ ସମେତ ଅନ୍ୟାନ୍ୟ ଦେବଗଣ ସାମିଲ ହେବେ । ଏଥିପାଇଁ ବାବା ଚନ୍ଦ୍ରଶେଖରଙ୍କ ସ୍ବର୍ଣ୍ଣ ନାଗ ସହିତ ଦେବଦେବୀଙ୍କ ସୁନା ଓ ରୁପା ଆଭୂଷଣ ଦେବୋତ୍ତର ବିଭାଗ ଯାତ୍ରା କମିଟିକୁ ପ୍ରଦାନ କରିଛି । ଚଳିତ ବର୍ଷ ସହରର ଘୋଡାଘାଟ ପଡାକୁ ବଡବଜାରରୁ ବରଯାତ୍ରୀ ଦଳ ଆସିବା ପାଇଁ କାର୍ଯ୍ୟକ୍ରମ ସ୍ଥିର କରାଯାଇଛି । ଆଜି ରାତ୍ରୀରେ ନିର୍ଦ୍ଧାରିତ ଲଗ୍ନରେ ବାବା ଚନ୍ଦ୍ରଶେଖର କନ୍ୟାମାତା ପାର୍ବତୀଙ୍କ ପାଣି ଗ୍ରହଣ କରିବା ପରେ ଦିନକ ପାଇଁ ନବ ଦେବ ଦମ୍ପତି କନ୍ୟାମାତାଙ୍କ ବାସଭବନରେ ଶ୍ରଦ୍ଧାଳୁଙ୍କୁ ଯୁଗଳ ମୂର୍ତ୍ତି ଦର୍ଶନ ଦେବା ପରେ ନଗରପରିକ୍ରମା କରି ସ୍ବମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ । ତେବେ ଆଜି ବିବାହ ଯାତ୍ରା କମିଟି, ଦେବୋତ୍ତର ବିଭାଗ, ସେବାୟତଙ୍କ ପକ୍ଷରୁବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ସୁବର୍ଣ୍ଣପୁରରେ ଦେବ ନିମନ୍ତ୍ରଣ ପର୍ବ ସମ୍ପନ୍ନ

ଇଟିଭି ଭାରତ, ସୁବର୍ଣ୍ଣପୁର

ABOUT THE AUTHOR

...view details

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.